ନାଚୁ ନାଚୁ ମୃତ୍ୟୁ ହୋଇଯିବା ଘଟଣା ବଢ଼ିବାରେ ଲାଗିଛି । ପ୍ରଥମେ ଉତ୍ତରପ୍ରଦେଶର ବରେଲିରେ ଜଣେ ବ୍ୟକ୍ତିଙ୍କର ବାର୍ଥ ଡେ ପାର୍ଟିରେ ମୃତ୍ୟୁ ହେଲା । ତାର କିଛି ଦିନ ପରେ ମ୍ୟାନପୁରୀରେ ହନୁମାନ ରୋଲରେ ନାଚୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା । ବର୍ତ୍ତମାନ୍ ଜାମ୍ମୁରେ ଜଣେ ବ୍ୟକ୍ତିଙ୍କର ନାଚୁ ନାଚୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ବ୍ୟକ୍ତିଜଣକ ପାର୍ବତୀ ରୋଲରେ ନାଚୁଥିଲେ । ନାଚୁ ନାଚୁ ପଡିଗଲେ ଏବଂ ଆଉ ଉଠିଲେ ନାହିଁ ।
କୁହାଯାଉଛି ଯେ ମଙ୍ଗଳବାର ଦିନ ଜାମ୍ମୁର ବିଷ୍ଣେହ ତହସିଲରେ ଜାଗରଣ ଆୟୋଜନ କରାଯାଇଥିଲା । ଏହି ସମୟରେ ଯୋଗେଶ ଗୁପ୍ତା ନାମକ ବ୍ୟକ୍ତି ମା ପାର୍ବତୀଙ୍କ ରୋଲରେ ଡାନ୍ସ କରୁଥିଲା । ବହୁତ୍ ସମୟ ପର୍ଯ୍ୟନ୍ତ ଡାନ୍ସ କରିବାପରେ ଯୁବକ ଅଚାନକ ତଳେ ପଡିଗଲେ ଏବଂ ଉଠିଲେ ନାହିଁ । ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଗଲା । ଡାକ୍ତର କହିଛନ୍ତି ଯେ ହାର୍ଟଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା ।
20 ବର୍ଷୀୟ ଯୋଗେଶଙ୍କର ନାଚୁ ନାଚୁ ହେଲା ମୃତ୍ୟୁ :-
ଜାମ୍ମୁ ଜିଲ୍ଲାର ବିଷ୍ଣେହ ତହସିଲର ଏକ ଗାଁରେ ଜାଗରଣର ଆୟୋଜନ କରାଯାଇଥିଲା । ଏହି ସମୟରେ କଳାକାରମାନେ ଦେବୀ ଦେବତାଙ୍କ ରୋଲରେ ଡାନ୍ସ କରୁଥିଲେ । ଏହି ସମୟରେ ମଞ୍ଚରେ ଶିବ ପାର୍ବତୀଙ୍କ ଲୀଳାର ମଞ୍ଚନ କରାଗଲା, ଯେଉଁଥିରେ ମା ପାର୍ବତୀଙ୍କ ରୋଲରେ ଜାମ୍ମୂର ସତବାରି ବାସିନ୍ଦା 20 ବର୍ଷୀୟ କଳାକାର ଯୋଗେଶ ଗୁପ୍ତା ଶିବ ସ୍ତୁତିରେ ଡାନ୍ସ କରୁଥିଲେ ।
ନାଚ କରୁ କରୁ ଯୋଗେଶ ତଳେ ପଡିଗଲେ । କିଛି ସମୟ ପର୍ଯ୍ୟନ୍ତ କେହି କିଛି ବି ବୁଝିପାରିଲେ ନାହିଁ । ତାପରେ ଭଗବାନ ଶିବ ହୋଇଥିବା କଳାକାର ତା ପାଖରେ ପହଞ୍ଚିଲେ ଏବଂ ସେ ଯୋଗେଶଙ୍କୁ ଉଠାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଉଠିପାରିଲେ ନାହିଁ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ଅଣାଗଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ । ଯୋଗେଶଙ୍କୁ ହାର୍ଟଆଟାକ ଆସିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଗଲା ।