ଆପଣ କାର ଚୋର ମାନଙ୍କର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି କାର ଚୋରର କାହାଣୀ କହିବୁ, ଯିଏ ଫ୍ଲାଇଟ ଦ୍ଵାରା କାର ଚୋରି କରିବାକୁ ଯାଉଥିଲା । ଏହି କାହାଣୀ ଭାରତର ସବୁଠାରୁ ବଡ କାର ଚୋର ଅନିଲ ଚୌହାନଙ୍କର ଅଟେ ।ଅନିଲ ଚୌହାନଙ୍କର କାର ଚୋରି ପରି ତାଙ୍କ ଜୀବନ ମଧ୍ୟ ରଙ୍ଗୀନ ଅଟେ । ତାଙ୍କର ତିନିଜଣ ସ୍ତ୍ରୀ ଏବଂ ସାତଜଣ ପିଲା ଅଛନ୍ତି ।
ଦିଲ୍ଲୀ ପୋଲିସ ଦେଶର ବିଭିନ୍ନ ଭାଗରୁ 5000 ରୁ ଅଧିକ କାର ଚୋରି କରିଥିବା ଅଭିଯୁକ୍ତ ଅନିଲ ଚୌହାନଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି । ପୋଲିସ କହିଛି ଯେ 52 ବର୍ଷୀୟ ଅନିଲଙ୍କର ଦିଲ୍ଲୀ, ମୁମ୍ବାଇ ଏବଂ ନର୍ଥ ଇଷ୍ଟରେ ବହୁତ୍ ସମ୍ପତ୍ତି ଅଛି । ପୋଲିସ ଦାବି କରିଛି ଯେ ସେ ଦେଶର ସବୁଠାରୁ ବଡ କାର ଚୋର ଅଟେ ଏବଂ ସେ ଗତ 27 ବର୍ଷ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ କାର ଚୋରି କରିଛି ।
ଅଟୋ ରିକ୍ସା ଚଳାଉଥିଲା ଅନିଲ, 1995 ମସିହାରେ ପ୍ରଥମ ଚୋରି :-
ଅନିଲ ଦିଲ୍ଲୀର ଖାନପୂର୍ ଅଞ୍ଚଳରେ ରହି ରିକ୍ସା ଚଳାଉଥିଲା ଏବଂ 1995 ମସିହା ପରଠାରୁ କାର ଚୋରି କରିବାକୁ ଲାଗିଥିଲା । ସେ ସେହି ସମୟରେ ସବୁଠାରୁ ଅଧିକ ମାରୁତି 800 କାର ଚୋରାଇବା ପାଇଁ କୁଖ୍ୟାତ ଥିଲା । ଅନିଲ ଦେଶର ଅଲଗା ଅଲଗା ଅଞ୍ଚଳରୁ କାର ଚୋରି କରୁଥିଲା ଏବଂ ସେଗୁଡିକୁ ନେପାଳ, ଜାମ୍ମୁକାଶ୍ମୀର ଏବଂ ଉତ୍ତରପୂର୍ବ ରାଜ୍ୟରେ ବିକ୍ରି କରୁଥିଲା ।
ପୋଲିସ କହିଛି ଯେ ଚୋରି ସମୟରେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟା ମଧ୍ୟ କରିଛି । ଶେଷରେ ସେ ଆସାମ ଚାଲିଗଲା ଏବଂ ସେଠାରେ ରହିବାକୁ ଲାଗିଲା । ନିଜର ଅଜସ୍ର ସମ୍ପତ୍ତି ସହିତ ସେ ଦିଲ୍ଲୀ, ମୁମ୍ବାଇ ଏବଂ ନର୍ଥ ଇଷ୍ଟର ଅନେକ ରାଜ୍ୟରେ ସମ୍ପତ୍ତି ଅର୍ଜନ କଲା । ଇଡି ମଧ୍ୟ ତା ବିରୋଧରେ ମନି ଲଣ୍ଡରିଙ୍ଗ ମାମଲା ରୁଜ୍ଜୁ କରିଥିଲା ।
ଅନିଲଙ୍କର ତିନିଜଣ ସ୍ତ୍ରୀ ଏବଂ 7 ଟି ପିଲା :-
ଅନିଲଙ୍କୁ ଅନେକଥର ଗିରଫ କରାଯାଇଥିଲା । ତାକୁ 2015 ମସିହାରେ ଗିରଫ କରାଯାଇଥିଲା ଏବଂ ସେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲରେ ରହିଲା । ତାପରେ 2020 ରେ ମୁକ୍ତ ହୋଇଗଲା । ତା ବିରୋଧରେ 180 ଟି କେସ ରହିଛି । ପୋଲିସ ଅନୁଯାୟୀ ଅନିଲଙ୍କର ତିନିଜଣ ସ୍ତ୍ରୀ ଏବଂ 7 ଟି ପିଲା ଅଛନ୍ତି । ସେ ଆସାମରେ ସରକାରୀ ଠିକାଦାର ହୋଇଯାଇଥିଲା ଏବଂ ସେଠିକାର ସ୍ଥାନୀୟ ନେତାଙ୍କ ଯୋଗାଯୋଗରେ ଥିଲା ।