ଭାରତରେ ଲୋକ ଜ୍ଯୋତିଷ ଶାସ୍ତ୍ରକୁ ବହୁତ ମାନନ୍ତି। କୁହାଯାଏକି ଏହି ଜ୍ଯୋତିଷ ଶାସ୍ତ୍ର ଆଧାରରେ ଆପଣ ନିଜର ଭବିଷ୍ୟ ଜାଣିପାରିବେ। ଅନେକ ପଣ୍ଡିତ ମଧ୍ୟ ଆପଣଙ୍କ ହାତର ରେଖା ଦେଖି ଭବିଷ୍ୟବାଣୀ କରିଦେବେ। କେବେ କେବେ ପଣ୍ଡିତ ୟଜମାନଙ୍କ ଠାରୁ ପଇସା ନେବା ଲୋଭରେ ଅଧିକ ଲମ୍ବା ଲମ୍ବା ଫିଙ୍ଗନ୍ତି। ଯେମିତି ଆପଣ ଜୀବନରେ ବହୁତ ଉନ୍ନତି କରିବେ। ବହୁତ ପଇସା ଆୟ କରିବେ। ବହୁତ ଆଗକୁ ଯିବେ। ଇତ୍ୟାଦି ଇତ୍ୟାଦି।
ୟଜମାନ ପଣ୍ଡିତଙ୍କୁ ପଚାରିଲେ ମଜାଳିଆ ପ୍ରଶ୍ନ:-
ଏମିତି କିଛି ନିକଟରେ ଜଣେ ପଣ୍ଡିତ କରିଲେ। ସେ ନିଜର ଭବିଷ୍ୟ ଜାଣିବାକୁ ଆସିଥିବା ୟଜମାନଙ୍କୁ ବହୁତ ଉପରକୁ ଟେକିଦେଲେ। ତା ବଦଳରେ ୟଜମାନ ମଧ୍ୟ ପଣ୍ଡିତଙ୍କୁ ଏକ ଏମିତି ପ୍ରଶ୍ନ ପଚାରିଲେକି ସେ ନିଜର ମୁଣ୍ଡ କୁଣ୍ଡାଇବାକୁ ଲାଗିଲେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ପଣ୍ଡିତ ଓ ତାଙ୍କର ୟଜମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହେଉଅଛି। ଏହି ଭିଡିଓକୁ ଦେଖି ଲୋକଙ୍କର ହସ କଣ୍ଟ୍ରୋଲ ହେଉନାହିଁ।
ଭିଡିଓରେ ଏହା ଦେଖିବାକୁ ମିଳେଯେ ଦୁଇଜଣ ବ୍ୟକ୍ତି ବସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପଣ୍ଡିତ ଏବଂ ଅନ୍ୟ ଜଣେ ୟଜମାନ ଅଟନ୍ତି। ଉଭୟ ନିଜ ଗାଁ ଭାଷାରେ ପରସ୍ପର ସହ କଥା ହେଉଛନ୍ତି। ଜଣେ ବ୍ୟକ୍ତି ନିଜର ଭବିଷ୍ୟତ ଜାଣିବାକୁ ଇଚ୍ଛା କରି ପଣ୍ଡିତଙ୍କ ନିକଟକୁ ଆସିଛନ୍ତି। ଏଥି ସହିତ ପଣ୍ଡିତ ୟଜମାନଙ୍କର ଦକ୍ଷିଣା ପାଇଁ ଲୋଭୀ ଅଟନ୍ତି। ସେଥିପାଇଁ ସେ ନିଜ ୟଜମାନଙ୍କୁ ସମସ୍ତ ଭଲ କଥା କୁହନ୍ତି। ଏହି ସମୟରେ ସେ ବହୁତ ବଡ ବଡ ଫିଙ୍ଗନ୍ତି।
ଅନ୍ତରେ ୟଜମାନ ତାଙ୍କୁ କିଛି ଏମିତି ପ୍ରଶ୍ନ ପଚାରନ୍ତି ଯାହାକୁ ସୂନୀ ତାଙ୍କର ସିଟି ପିଟି ଗୁମ ହୋଇଯାଏ। ପ୍ରଥମେ ପଣ୍ଡିତ ନିଜର ୟଜମାନଙ୍କ ହାତ ଦେଖି କହିଲେକି ‘ପିଲା,ତୋ ହାତରେ ବହୁତ ଧନ ଅଛି।’ ପଣ୍ଡିତଙ୍କୁ ଏହି କଥା ସୂନୀ ୟଜମାନ ବହୁତ ଖୁସି ହୋଇଯାନ୍ତି। ପୁଣି ସେ ଧନର ଲୋଭ ରଖି ପଣ୍ଡିତଙ୍କୁ ପଚାରିଲେକି ‘କିନ୍ତୁ ଏହି ଧନକୁ ବ୍ୟାଙ୍କ ଏକାଉଣ୍ଟକୁ କେମିତି ଟ୍ରାନ୍ସଫର କରିବି? ଏହାର କୌଣସି ଉପାୟ କୁହନ୍ତୁ। ୟଜମାନ ଏହି କଥା ଶୁଣି ପଣ୍ଡିତ ହକ୍କା ବକ୍କା ହୋଇଯାନ୍ତି। ସେ ଚୁପ ହୋଇଯାନ୍ତି। ତାଙ୍କ ପାଖରେ ଉତ୍ତର ଦେବାକୁ କିଛି ନଥାଏ।
ଲୋକଙ୍କୁ ପସନ୍ଦ ଆସୁଅଛି ଭିଡିଓ:-
ଏହି ମଜାଳିଆ ଭିଡିଓକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ନିଜର ଟୁଇଟର ଏକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ‘ହାତରୁ ଧନ ବ୍ୟାଙ୍କ ଏକାଉଣ୍ଟ ପର୍ଯ୍ଯନ୍ତ…’ ତାଙ୍କର ଏହି ଭିଡିଓକୁ ଲୋକ ବହୁତ ପସନ୍ଦ କରୁଛନ୍ତି। ଏହା ଉପରେ ୟୁଜର୍ସ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଲେ ‘ୟଜମାନଙ୍କ ପ୍ରଶ୍ନ ବହୁତ ବାଧ୍ୟ ଥିଲା। ପଣ୍ଡିତ ଜି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।’ ପୁଣି ଆଉ ଜଣେ କହିଲେକି ‘ଏହା ମଜାଳିଆ ଥିଲା। ଦେଖି ବହୁତ ହସ ଲାଗିଲା।’