ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଖାଲି ପଡ଼ିଛି ଡ୍ରଗ୍‌ ଇନ୍ସପେକ୍ଟର ପଦବୀ,ଆଜି ହିଁ ଆବେଦନ କରନ୍ତୁ

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ଓଡିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ଡ୍ରଗ ଇନ୍ସପେକ୍ଟର ପଦ ପାଇଁ ଆବେଦନ ଗ୍ରହଣ କରୁଛି।

*ପଦବୀ ବିବରଣୀ: ୪୭

ଡ୍ରଗ୍‌ ଇନ୍ସପେକ୍ଟର

*ଜରୁରୀ ତାରିଖ :

ଆବେଦନ କରିବାର ତାରିଖ ଆସନ୍ତା ୧୫ ରୁ ଆରମ୍ଭ ହୋଇ ଶେଷ ଅକ୍ଟୋବର ୧୪, ୨୦୨୨ରେ ହେବ।

*ଶିକ୍ଷାଗତ ଯୋଗ୍ୟତା :

ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସମ୍ବନ୍ଧୀୟ ବିଷୟରେ ଡିଗ୍ରୀ କରିଥିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ପ୍ରାର୍ଥୀ।

*ବୟସ ସୀମା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୮ ବର୍ଷ ହେବା ଜରୁରୀ। ତେବେ ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗଙ୍କୁ ବୟସ ସୀମାରେ କିଛି ରିହାତି ମିଳିବ।

*ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ଦରମ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ମିଳିବ।

*ଆବେଦନ ପ୍ରଣାଳୀ:-

ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଦେବାକୁ ପଡିବ। ପ୍ରାର୍ଥୀ OPSC Group B Recruitment 2022 ଅଫିସିଆଲ େଓ୍ଵବସାଇଟକୁ ଯାଇ opsc.gov.in ରେ ୧୫ ସେପ୍ଟେମ୍ବରରୁ ୧୪ ଅକ୍ଟୋବର ୨୦୨୨ ଅନଲାଇନ ଆବେଦନ କରିପାରିବେ।

odia sambada
Comments (0)
Add Comment