ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ, ଏସିଆ କପ ୨୦୨୨:-
ଭାରତୀୟ ଦଳ ଏସିଆ କପ ୨୦୨୨ରୁ ବାଦ ପଡିବା ସ୍ଥିତିରେ। ଭାରତୀୟ ଦଳ ଗୃପ ଷ୍ଟେଜରେ ଦୁଇଟି ମୁକାବିଲା ଜିତିଥିଲେ କିନ୍ତୁ ସୁପର-୪ରେ ସେ ସମ୍ପୂର୍ଣ ରୂପରେ ବିଫଳ ରହିଲେ। ଏସିଆ କପ ୨୦୨୨ର ସୁପର-୪ରେ ଭାରତୀୟ ଦଳକୁ ଲଗାତାର ଦ୍ଵିତୀୟ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଶ୍ରୀଲଙ୍କା ବିରୁଦ୍ଧରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳର ଜଣେ ଖେଳାଳୀ ପରାଜୟର ସବୁଠାରୁ ବଡ ଦୋଷୀ ଅଟନ୍ତି। ଏହି ଖେଳାଳୀ ପାକିସ୍ତାନ ବିରୁଦ୍ଧରେ ଫ୍ଲପ ରହିଥିଲେ।
ଏହି ଖେଳାଳୀ ପରାଜୟର କାରଣ ଅଟନ୍ତି:-
ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୭୩ ରନ କରିଥିଲେ। ଲକ୍ଷ୍ୟକୁ ଦେଖିବାରେ ବହୁତ ବଡ ଥିଲା, କିନ୍ତୁ ଭାରତୀୟ ବୋଲର ଏହା ଶ୍ରୀଲଙ୍କା ଦଳ ପାଇଁ ବହୁତ ସହଜ କରିଦେଲେ। ଏସିଆ କପ ୨୦୨୨ ରେ ଭାରତୀୟ ଦଳର ସବୁଠାରୁ ସିନିୟର ଦୃତ ବୋଲର ଭୁବନେଶ୍ବର କୁମାର ପରାଜୟର ସବୁଠାରୁ ବଡ କାରଣ ଅଟନ୍ତି। ଭୁବନେଶ୍ବର କୁମାର ଏହି ମ୍ୟାଚରେ ବହୁତ ମହଙ୍ଗା ପ୍ରମାଣିତ ହେଲେ ଓ ଦଳ ପାଇଁ ଗୋଟିଏ ୱିକେଟ ମଧ୍ୟ ବାହାର କରିପାରିଲେ ନାହିଁ।
୧୯ତମ ଓଭର ରହିଲେ ବହୁତ ମହଙ୍ଗା:-
ଶ୍ରୀଲଙ୍କାଙ୍କୁ ମୁକାବିଲା ଜିତିବା ପାଇଁ ଶେଷ ୨ ଓଭରରେ ୨୧ରନର ଆବଶ୍ୟକ ଥିଲା, ଏମିତିରେ ଅଧିନାୟକ ରୋହିତ ଶର୍ମା ଭୁବନେଶ୍ବର କୁମାରଙ୍କ ଉପରେ ଭରସା ଦେଖାଇ ତାଙ୍କୁ ୧୯ତମ ଓଭର ଦିଆଗଲା। ଭୁବନେଶ୍ବର କୁମାର ନିଜର ଅନୁଭବର ଲାଭ ଉଠାଇପାରିଲେ ନାହିଁ। ସେ ଏହି ଓଭରରେ ୧୪ରନ ଦେଇଦେଲେ। ଭୁବନେଶ୍ବର କୁମାର ଯଦି ଏହି ଓଭରରେ ରନ ବଞ୍ଚାଇବାରେ ସାହାଯ୍ୟ କରିଥାନ୍ତେ ବୋଧେ ମ୍ୟାଚ ଭାରତ ପକ୍ଷରେ ଆସିଥାନ୍ତା। ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ ବିରୁଦ୍ଧରେ ୧୯ତମ ଓଭରରେ ୧୯ ରନ ଦେଇଥିଲେ।
ଶ୍ରୀଲଙ୍କା ବିପକ୍ଷରେ ୱିକେଟ ପାଇଁ ତରସିଲେ:-
ଭୁବନେଶ୍ବର କୁମାର ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଓଭରରେ ଭଲ ବୋଲିଂ କରିଥିଲେମ କିନ୍ତୁ ଏହା ପରେ ସେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ। ଭୁବନେଶ୍ବର କୁମାର ଏହି ମ୍ୟାଚରେ ୪ ଓଭର ବୋଲିଂ କରିଲେ, ଯେଉଁଥିରେ ସେ ୭.୫୦ ଇକୋନୋମିରେ ରନ ଦେଇ ଗୋଟିଏ ୱିକେଟ ମଧ୍ୟ ନିଜ ନାମରେ କରିପାରିଲେ ନାହିଁ। ଆପଣଙ୍କୁ ଜଣାଇଦେଉଛୁକି ପାକିସ୍ତାନ ଯଦି ବୁଧୁବାର ଦିନ ହେବାକୁ ଥିବା ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ଦିଏ ତେବେ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ। ସେହିପରି ଭାରତୀୟ ଦଳକୁ ସୁପର-୪ ରେ ନିଜର ଶେଷ ମ୍ୟାଚ ଆଫଗାନିସ୍ତାନ ବିରୁଦ୍ଧରେ ଖେଳିବାକୁ ହେବ।