ତେବେ ବନ୍ଧୁଗଣ ଆପଣ ପ୍ରତିଦିନ ରାସ୍ତାରେ ଗାଡ଼ିରେ ମୁଖ୍ୟତଃ ଧଳା ଓ ହଳଦିଆ ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହେଉଥିବାର ଦେଖିଥିବେ । ତେବେ ଆପଣ ଜାଣିଛନ୍ତି କି ଭାରତରେ ୬ଟି ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହୋଇଥାଏ ।
ଧଳା ପ୍ଲେଟ୍: ଧଳା ପ୍ଲେଟ୍ ଲାଗିଥିବା ଗାଡି ବ୍ୟକ୍ତିଗତ ବ୍ୟବହାର ପାଇଁ ହୋଇଥିବା ବେଳେ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହି ଗାଡିକୁ ବ୍ୟବହାର କରାଯାଇ ପାରିବ ନାହିଁ । ଏଥିରେ ଗାଡି ନମ୍ବର କଳା ରଙ୍ଗରେ ଲେଖାଯାଇଥାଏ ।
ହଳଦିଆ ପ୍ଲେଟ୍: ହଳଦିଆ ରଙ୍ଗର ନମ୍ବର ପ୍ଲେଟକୁ ସାଧାରଣତଃ ବ୍ୟବସାୟିକ ଗାଡ଼ିରେ ବ୍ୟବହାର ହୋଇଥାଏ । ଏହି ରଙ୍ଗର ପ୍ଲେଟ ଲାଗିଥିବା ଗାଡି ଭଡା ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ । ଏଥିରେ ଗାଡି ନମ୍ବର କଳା ରଙ୍ଗରେ ଲେଖା ଯାଇଥାଏ ।
ନୀଳ ପ୍ଲେଟ୍: ନୀଳ ନମ୍ବର ପ୍ଲେଟ୍ ସେହି ଗାଡିମାନଙ୍କରେ ଲାଗିଥାଏ, ଯାହାକି ବିଦେଶୀ ପ୍ରତିନିଧୀଙ୍କ ଦ୍ୱାରା ବ୍ୟବହୃତ ହୁଏ । ଦିଲ୍ଲୀ ପରି ସହରରେ ଏହି ରଙ୍ଗର ନମ୍ବର ପ୍ଲେଟ ସହଜରେ ଦେଖିବାକୁ ମିଳିଥାଏ । ନୀଳ ରଙ୍ଗର ନମ୍ବର ପ୍ଲେଟ ଦର୍ଶାଇଥାଏ ଯେ, ଏହି ଯାନଟି ବିଦେଶୀ ଦୂତାବାସ କିମ୍ବା ଏହାର ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ । ଏହି ନୀଳ ପ୍ଲେଟରେ ଗାଡି ନମ୍ବର ଧଳା ରଙ୍ଗରେ ଲେଖା ଯାଇଥାଏ ।
କଳା ପ୍ଲେଟ୍: କଳା ପ୍ଲେଟ୍ ଲାଗିଥିବା ଗାଡିଗୁଡିକ ସାଧାରଣତଃ ବ୍ୟବସାୟିକ ଯାନ ହୋଇଥାଏ । କିନ୍ତୁ ଏହି ରଙ୍ଗର ପ୍ଲେଟ ଲାଗିଥିବା ଗାଡି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଥିବାବେଳେ ଏହି ପ୍ରକାର ଯାନଗୁଡିକ ମୁଖ୍ୟତଃ ବଡ ହୋଟେଲ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିବ । କଳା ପ୍ଲେଟରେ ଗାଡି ନମ୍ବର ହଳଦିଆ ରଙ୍ଗରେ ଲେଖା ଯାଇଥାଏ ।
ନାଲି ପ୍ଲେଟ୍: ଯଦି କୌଣସି କାରରେ ନାଲି ରଙ୍ଗର ନମ୍ବର ପ୍ଲେଟ୍ ଥାଏ, ତେବେ ଏହା ଭାରତର ରାଷ୍ଟ୍ରପତି କିମ୍ବା ଏକ ରାଜ୍ୟପାଳଙ୍କର ହୋଇଥାଏ । ଏହି ରଙ୍ଗର ନମ୍ବର ପ୍ଲେଟ ଥିବା ଗାଡି ପାଇଁ ଲାଇସେନ୍ସର ଆବଶ୍ୟକ ନଥାଏ । ଏହି ପ୍ଲେଟରେ, ନମ୍ବରଗୁଡିକ ସୁବର୍ଣ୍ଣ ରଙ୍ଗରେ ଲେଖା ହୋଇଥାଏ ଏବଂ ଏହି ଯାନଗୁଡ଼ିକରେ ଅଶୋକ ସ୍ତମ୍ଭ ଚିହ୍ନ ଲାଗିଥାଏ ।
ତୀର ନମ୍ବର ପ୍ଲେଟ୍: ତୀର ନମ୍ବର ଥିବା ନମ୍ବର ପ୍ଲେଟ ସେନା କର୍ମଚାରୀ ଓ ଯବାନଙ୍କ ପାଇଁ ବ୍ୟବହାର କରାଯାଇଥାଏ । ଏହି ନମ୍ବର ପ୍ଲେଟରେ ନମ୍ବର ମଝିରେ ଉପରକୁ ଦର୍ଶାଯାଇଥିବା ତୀର ଦେଖିବାକୁ ମିଳିଥାଏ । ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଗାଡି ନମ୍ବର ଦିଆଯାଇଥାଏ ।