ଚା ବିକ୍ରୀ କରି କୋଟିପତି ହୋଇଗଲେଏହି 4 ଜଣ ବ୍ୟକ୍ତି, ଛାଡ଼ିଦେଲେ ପାଠପଢ଼ା, କୋଟି କୋଟି ଟଙ୍କା ହେଉଛି ରୋଜଗାର

ଭାରତରେ ପ୍ରାୟ ଘରେ ଲୋକମାନେ ଚା ପିଇବାକୁ ପସନ୍ଦ କରନ୍ତି । ସେହିପରି ଯେତେବେଳେ ଆମେ ବାହାରକୁ ଯାଆନ୍ତି, ସେତେବେଳେ ରାସ୍ତାରେ ମଧ୍ୟ ଚା ପ୍ରତି ଲୋକମାନଙ୍କ ମଧ୍ୟରେ ଅଜବ ପାଗଳାମି ଦେଖିବାକୁ ମିଳିଥାଏ । ଏଥିରେ ଚା ପିଇ ଲୋକମାନେ ନିଜ ଇଚ୍ଛାକୁ ପୁରା କରନ୍ତି ଏବଂ ଚା ପିଆଉଥିବା ବ୍ୟକ୍ତି ନିଜର ବେପାର କରିଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଚା ବିକ୍ରି କରି କେହି କୋଟିପତି ହୋଇଗଲା, ବୋଧହୁଏ ଆପଣ ବିଶ୍ୱାସ କରିବେ ନାହିଁ ।

ପୂର୍ବରୁ ଏପରି ଲୋକମାନେ ଚା ବିକ୍ରି କରୁଥିଲେ, ଯେଉଁମାନେ କମ୍ ଶିକ୍ଷିତ ଥିଲେ କିମ୍ବା ଅନ୍ୟ କୌଣସି କାମ କରିବାକୁ ଚାହୁଁନଥିଲେ । କିନ୍ତୁ ବର୍ତ୍ତମାନ ଭଲ ପାଠ ପଢିଥିବା ଯୁବକ ମାନେ ମଧ୍ୟ ଚା ବିକ୍ରି କରୁଛନ୍ତି ଏବଂ ବଦଳରେ ଭଲ ରୋଜଗାର କରୁଛନ୍ତି । ତେବେ ଚାଲନ୍ତୁ ଭାରତର ଏହିପରି କିଛି ଚା ବାଲାଙ୍କ ବିଷୟରେ ଜାଣିବା ।

MBA ଚା ବାଲା :-

ଅହମଦାବାଦରେ ରହୁଥିବା MBA ଚା ବାଲାଙ୍କୁ କିଏ ବା ନ ଜାଣିଛି । ପ୍ରଫୁଲ୍ଲ ବିଲୋର MBA Chai Wala ଭାବରେ ସାରା ଦେଶରେ ଲୋକପ୍ରିୟ ହୋଇସାରିଛନ୍ତି ।

ଭୋପାଳ, ଶ୍ରୀନଗର, ସୁରଟ ଏବଂ ଦିଲ୍ଲୀ ସହିତ 100 ରୁ ଅଧିକ ସହରରେ ସେ ନିଜର ବିଜନେସ ଚଳାଉଛନ୍ତି । 2017 ମସିହାରୁ ପ୍ରଫୁଲ୍ଲ ଚା ବିକ୍ରି କରିବାର କାମ କରୁଛନ୍ତି ଏବଂ 2019-20 ରେ ସେ 3 କୋଟି ଟଙ୍କାର ବିଜନେସ କରିଥିଲେ ।

ଚା ପଏଣ୍ଟ :-

ଚା ପଏଣ୍ଟକୁ ଅମୁଲେକ ସିଂହ ବିଯରାଲ ଚଳାଉଛନ୍ତି । 2010 ମସିହାରୁ ସେ ଏହି କାମ କରୁଛନ୍ତି । କୁହାଯାଉଛି ଯେ ଏହା ଭାରତର ଏପରି ପ୍ରଥମ ଚା ଷ୍ଟାର୍ଟଅପ୍ ଅଟେ, ଯାହା ପ୍ରତିଦିନ 3,00,000 ରୁ ଅଧିକ କପ୍ ଚା ବିକ୍ରି କରିଥାଏ ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚା ପଏଣ୍ଟର ବିଜନେସ 2020 ରେ 190 କୋଟି ଟଙ୍କା ଥିଲା, ଯେତେବେଳେ କି ଏହାପୂର୍ବରୁ 2018ରେ 88 କୋଟି ଟଙ୍କା ହୋଇଥିଲା ।

ଚା ସୁଟ୍ଟା ବାର :-

ଇନ୍ଦୋରର ଜଣେ ପୁଅ ସାରା ଦେଶରେ ଜଣାଶୁଣା ହୋଇଗଲାଣି । ଇନ୍ଦୋରର ଅନୁଭବ ଦୁବେ ନିଜ ସାଙ୍ଗ ଆନନ୍ଦ ନାୟକ ଏବଂ ରାହୁଲ୍ ପାଟିଦାରଙ୍କ ସହ 2016 ମସିହାରେ ‘ ଚା ସୁଟ୍ଟା ବାର’ ର ଆରମ୍ଭ କରିଥିଲେ । ସେ କୁଲଡରେ ଚା ବିକ୍ରି କରିବା ଆରମ୍ଭ କଲେ ।

ଅନୁଭବ ଚା’ ର ଆବଶ୍ୟକତାକୁ ବୁଝି ଅଦା ଚା, ଚକଲେଟ ଚା, ମସଲା ଚା, ଗୁଜୁରାତି ଚା, ତୁଳସୀ ଚା, କେସର୍ ଚା ବିକ୍ରି କରିବାକୁ ଲାଗିଲେ । ଅନୁଭବ ସିଏ ହେବାକୁ ଚାହୁଁଥିଲେ ଏବଂ ପରେ ୟୁପିଏସସିରେ ମଧ୍ୟ ଚେଷ୍ଟା କଲେ, କିନ୍ତୁ ସଫଳତା ପାଇପାରି ନଥିଲେ ।

ଚାୟୋସ :-

ଚା ସହ ମିଶି ତିଆରି ହେଲା ଚାୟୋସ । ଯାହାକୁ ଚଳାଉଛନ୍ତି ଆଇଆଇଟିଆନ ନୀତିନ ସଲୁଜା ଏବଂ ରାଘବ ବର୍ମା । 2012 ମସିହାରେ ଦୁହେଁ ଏହାର ଆରମ୍ଭ କଲେ । ଆଉ ଆଜିର ସମୟରେ ଦେଶର 6 ଟି ସହରରେ ଚାୟୋସର 190 ଷ୍ଟୋର ଚାଲିଛି ।

ଚାୟୋସର ରାଜସ୍ବ ବିଷୟରେ କହିବାକୁ ଗଲେ, ଚାୟୋସର କାରବାର 2020 ରେ ପ୍ରାୟ 1000 କୋଟି ଟଙ୍କା ଥିଲା । ନୀତିନ ସଲୁଜା ଏବଂ ରାଘବ ବର୍ମା ଗ୍ରାହକଙ୍କୁ ସବୁଜ ଲଙ୍କା ଚା ଏବଂ ଆମ୍ବ ପାପଡ଼ ଚା ମଧ୍ୟ ଦେଇଥାନ୍ତି ।

odia sambada
Comments (0)
Add Comment