Reel କରିବା ପାଇଁ ରେଲୱେ ଟ୍ରାକରେ ଚାଲିବାକୁ ଲାଗିଲେ ଯୁବକ ଆଉ ଟ୍ରେନ ଦେଲା ଭୟଙ୍କର ଟକ୍କର,ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରେଲୱେ ଟ୍ରାକ ଏକ୍ସିଡେଣ୍ଟ:-

ତେଲେଙ୍ଗାନାର ହମନକୋଣ୍ଡା ଜିଲ୍ଲାରେ ଆଶ୍ଚର୍ଯ୍ୟକର ଫୋଟ ସାମ୍ନାକୁ ଆସିଛି। ଗତ ରବିବାର ଦିନ ବାଡେପଲ୍ଲୀ ଟ୍ୟାଙ୍କ ସ୍ଥିତ କାଜୀପେଟ ରେଲୱେ ଷ୍ଟେସନ ନିକଟରେ ରେଲୱେ ଟ୍ରାକରେ ଯୁବକଜଣକ ଭିଡିଓ ସୁଟ କରୁଥିଲେ। ଏହି ସମୟରେ ଟ୍ରେନର ଇଞ୍ଜିନ ବାଜିବାରୁ ଗମ୍ଭୀର ରୂପରେ ଆହତ ହୋଇଗଲେ। ଆହତ ଅକ୍ଷୟ ରାଜଙ୍କ ବୟସ ୧୭ ବର୍ଷ ଅଟେ, ଯିଏକି ଇଣ୍ଟରମିଡିଏଟ ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ଘଟଣା ପରେ ତାଙ୍କୁ ଆମ୍ବୁଲାନ୍ସରେ ରେଲୱେ ପୋଲିସ ଦ୍ଵାରା ସରକାରୀ ଏମଜିଏମ ହସ୍ପିଟାଲକୁ ଅଣାଗଲା। ପରେ ତାଙ୍କର ସମ୍ପର୍କୀୟ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲକୁ ସ୍ଥାନାନ୍ତରଣ କରିଦେଲେ। ଡାକ୍ତର କହିଲେକି ତାଙ୍କର ଗୋଡ ଭାଙ୍ଗି ଯାଇଛି ଓ ମୁହଁରେ ଆଘାତ ଲାଗିଛି। ସେ ବିପଦରୁ ବାହାରେ ଅଛନ୍ତି।

ଟ୍ରାକରେ ଭିଡିଓ ସୁଟ କରିବା ପଡ଼ିଗଲା ଭାରୀ:-

ଯେମିତିକି ଆପଣ ଭିଡିଓରେ ଦେଖିପାରିବେ ଅକ୍ଷୟ ରେଲୱେ ଟ୍ରାକର ପାଖରେ ଚାଲୁଥିଲେ। ସେତିକିବେଳେ ପଛପଟୁ ଟ୍ରେନ ତୀବ୍ର ଗତିରେ ଆସିଲା ଓ ଜୋରରେ ଧକ୍କା ମାରିଲା। ଅକ୍ଷୟ ତୁରନ୍ତ ବେହୋସ ହୋଇ ତଳେ ପଡିଗଲେ। ଏହି ସମୟରେ ସାମ୍ନାରେ ଭିଡିଓ ସୁଟିଂ କରୁଥିବା ସାଥୀ ଅନେକ ଥର ଡାକିଲେ କିନ୍ତୁ ସେ ଶୁଣିଲେ ନାହିଁ। କୁହାଯାଉଛିକି ଇନଷ୍ଟାଗ୍ରାମ ରିଲ ପାଇଁ ଭିଡିଓ କରୁଥିଲେ। ସେତିକିବେଳେ ଘଟଣାର ଶିକାର ହେଲେ। କାଜିପେଟ ରାଜକୀୟ ରେଲୱେ ପୋଲିସ କହିଲେକି ଅକ୍ଷୟ ନିଜର ଦୁଇ ସାଙ୍ଗଙ୍କ ସହିତ ଏକ ମୋବାଇଲ ଏପରେ ଭିଡିଓ କରୁଥିଲେ, ସେତିକିବେଳେ ବଲ୍ଲାରଶାହରୁ ବାରଙ୍ଗଲ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ମାରିଥିଲା।

ଦେଖନ୍ତୁ ଭିଡିଓ:-

ଘଟଣା ସମୟରେ ଥିବା ପ୍ରତ୍ୟକ୍ଷଦର୍ଶୀ କହିଲେ ଏହି କଥା:-

ଘଟଣା ସମୟରେ ରେଳ ଲାଇନ କାମ କରୁଥିବା ରେଲୱେର ଏକ ଗ୍ୟାଙ୍ଗମ୍ୟାନ କହିଲେକି,’ଯେତେବେଳେ ଟ୍ରେନ ଆସୁଥିଲା ସେତେବେଳେ ସେ ଟ୍ରାକ ସହିତ ଚାଲୁଥିଲେ। ଯାହାଫଳରେ ସେ ଇଞ୍ଜିନରେ ଧକ୍କା ହୋଇଗଲେ।’ ଗ୍ୟାଙ୍ଗମ୍ୟାନ କହିଲେକି,’ ତାଙ୍କୁ ଓ ତାଙ୍କର ସାଙ୍ଗମାନେ ଓ ଗ୍ୟାଙ୍ଗମ୍ୟାନମାନେ ଟ୍ରେନ ଠାରୁ ଦୂରକୁ ଯିବାକୁ ଚେତାବନୀ ଦେଉଥିଲେ, କିନ୍ତୁ ସେ ଚେତାବନୀ ଉପରେ ଧ୍ୟାନ ଦେଉନଥିଲେ।’ ରେଲୱେ ପୋଲିସ ବାଳକଙ୍କୁ ପରାମର୍ଶ ଦେଉଥିଲେକି ରେଳ ଲାଇନ ଉପରେ ଭିଡିଓ କରନାହିଁ, କାରଣ ଦୁର୍ଘଟଣାରେ ଜୀବନ ଯାଇପାରେ। ରେଲୱେ ପୋଲିସ ଏକ ମାମଲା ରୁଜ୍ଜୁ କରି ଏହାର ଯାଞ୍ଚ କରୁଅଛି।

odia sambada
Comments (0)
Add Comment