ବର୍ବରତା ସବୁ ସୀମା ପାର ? ଷଣ୍ଢ ମୁହଁରେ ଓ ପଛରେ ନିଆଁ ଲଗାଇ କଲେ ଭାଇରାଲ

ବନ୍ଧୁଗଣ ଏବେ ଯାହା ସବୁ ଘଟଣା ମାନ ଆମ ସମାଜରେ ଆଖ ପାଖରେ ଘଟି ଯାଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ବର୍ତମାନ ସମୟରେ ମରି ଗଲାଣି ମାନବିକତା । ଚେତନା ଥିବାରୁ ମଣିଷକୁ ଜଗତର ସର୍ବଶ୍ରେଷ୍ଠ ପ୍ରାଣୀର ଆଖ୍ୟା ମିଳିଛି । କିନ୍ତୁ ଏହି ମଣିଷ ବେଳେ ବେଳେ ଏଭଳି କାର୍ଯ୍ୟ କରିବସେ ଯାହା ଏକ ପଶୁଠାରୁ ମଧ୍ୟ ହୀନ । ଷଣ୍ଢକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରୁଛନ୍ତି କିଛି ଦୁବୃର୍ତ୍ତ । ଭଦ୍ରକ ଜିଲ୍ଲାରେ ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି ।

ଏକ ଷଣ୍ଢକୁ ବାନ୍ଧି ଜୀଅନ୍ତା ଜାଳିଦେବାକୁ ହୀନ ଓ ଘୃଣ୍ୟ ଉଦ୍ୟମ କରିଛନ୍ତି କିଛି ବ୍ୟକ୍ତି ବିଶେଷ । ତେବେ କାରଣଟା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ । ଷଣ୍ଢର ଦୋଷ ହେଲା ବିଲରେ ଧାନବିଲରେ ପଶିବା । ଏହାପରେ ଷଣ୍ଢକୁ ବାନ୍ଧି ପ୍ରବଳ ମାଡ ମାରିବା ସହ ନିଆଁ ହୁଳାଧରି ଷଣ୍ଡକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଏଭଳି ଏକ ଭିଡିଓ ମୋବାଇଲରୁ ମୋବାଇଲ୍‌କୁ ଘୁରି ବୁଲୁଥିବା ବେଳେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଏଭଳି ଛାତିଥରା ଭଡିଓ ଆନ୍ଦୋଳିତ କରିବାରେ ଲାଗିଛି । ଘଟଣାଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ଏକ ଷଣ୍ଢ ଧାନ ବିଲରେ ପଶି ଯିବାରୁ କେତେକ ଉଦଭ୍ରାନ୍ତ ଯୁବକ ଷଣ୍ଢକୁ କାବୁ କରିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅମାନବୀୟ କାଣ୍ଡ । ବଳପୂର୍ବକ ଷଣ୍ଢକୁ ବାନ୍ଧି ଜୀଅନ୍ତା ଜାଳିଦେବାକୁ ବାରମ୍ବାର ଉଦ୍ୟମ କରିଥିଲେ କେତେକ ଯୁବକ ।

ଦୀର୍ଘ ସମୟ ଧରି ଦିବାଲୋକରେ ଗାଁ ଦାଣ୍ଡରେ ସର୍ବସାଧାରଣରେ ଷଣ୍ଢ ଉପରେ ଅତ୍ୟାଚାର କରି ଚାଲିଥିଲେ ଯୁବକ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଦୃଶ୍ୟକୁ କେତେକ ଲୋକ ମୋବାଇଲରେ ରେକର୍ଡିଂ କରୁଥିବା ବେଳେ ଅନ୍ୟମାନେ ଦେଖଣାହାରୀ ସାଜିଥିଲେ । ଏନେଇ କୌଣସି ଲୋକ ପ୍ରତିବାଦ ମଧ୍ୟ କରିନଥିଲେ । ତେବେ ନିଆଁରେ ପୋଡି ହୋଇ ଯାଇଥିବା ଷଣ୍ଢଟି କୌଣସିମତେ ଯୁବକଙ୍କ କବଳରୁ ଖସି ଯିବା ପରେ ଦୃତ ଗତିରେ ଦୌଡି ପଳାଇବାରେ ସକ୍ଷମ ହୋଇଥିଲା । ଏହି ଛାତିଥରା ଦୃଶ୍ୟ ଭାଇରାଲ ହେବା ପରେ ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

odiasambada
Comments (0)
Add Comment