କେତେବେଳେ ଚରାଉଥିଲେ ଛେଳି ତ କେତେବେଳେ ଖଣିରେ କରୁଥିଲେ ମୁଲିଆ କାମ କିନ୍ତୁ ଆଜି ନିଜ ପରିଶ୍ରମ ବଳରେ ପାସ ବନିଲେ ଡିଏସପି,ଜାଣନ୍ତୁ କେମିତି ଥିଲା ସଫଳତାର ସଂଘର୍ଷ

କୁହାଯାଏ ସଠିକ ପରିଶ୍ରମ ଫଳରେ ସଫଳତା ମିଳେ ଓ ପରିଶ୍ରମୀ ଲୋକ କେବେବି ହାର ମାନେ ନାହିଁ|ଆଜି ଆପଣଙ୍କୁ କିଶୋ କୁମାର ରଜକଙ୍କ କାହାଣୀ ବତାଇବାକୁ ଯାଉଛି ଯିଏ ପରିଶ୍ରମ ଫଳରେ ଏକ ଛୋଟ ଗାଁରୁ ଯାଇ ବଡ ଅଫିସର ବନିଲେ|କିଶୋ‌ର କୁମାର ଏଭଳି ଅଞ୍ଚଳରୁ ଆସନ୍ତି ଯାହା ନକ୍ସଲ ପ୍ରଭାବିତ କ୍ଷେତ୍ର ଅଟେ|ଗରିବି ଏତେ ଥିଲା ଯେ ସେ ଛୋଟବେଳେ ମଜଦୁରି କରିଥିଲେ ଓ ପ୍ରଥମ ଥରରେ ଅଧିକାରୀ ବନିଗଲେ|

କିଶୋ କୁମାର ରଜକ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଏକ ଛୋଟ ଗାଁ ଗୁଡ୍ଡିବିନୋରର ବାସିନ୍ଦା ଅଟନ୍ତି|ଏହା ଚନ୍ଦନକେର ବିଧାନସଭା କ୍ଷେତ୍ରରେ ଅନ୍ତର୍ଗତ|ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ଓ ମାତାଙ୍କ ନାମ ରେଣୁକା ଦେବୀ|ବାପା କୋଇଲା ଖଣିରେ କାମ କରନ୍ତି ଓ ମା ଘର ସମ୍ଭାଳିଥାନ୍ତି|ପରିଵାରରେ ତାଙ୍କ ଚାରି ଭାଇ ଓ ଜଣେ ଭଉଣୀ ଅଛନ୍ତି|ସେ ଘରର ସବୁଠାରୁ ଛୋଟ ଥିଲେ|ବଡ ପରିବାର ଯୋଗୁଁ ବାପା ଯାହା ଆୟ କରୁଥିଲେ ସବୁ ଖର୍ଚ୍ଚ ହୋଇଥିଲା|

ସେ କହିଛନ୍ତି ତାଙ୍କ ଛୋଟଦିନ ଗରିବ ସହ ସଙ୍ଘର୍ଷମୟ ଥିଲା|ତାଙ୍କ ପ୍ରାଥମିକ ଶିକ୍ଷା ଗାଁରେ ହୋଇଥିଲା|ସେ ଯେତେବେଳେ ଛୋଟ ଥିଲେ ବାପା ସହ ବିଲକୁ ଯାଉଥିଲେ ଓ ଜୀବଜନ୍ତୁ ଚରାଉଥିଲେ|ଘରେ ବିଦ୍ୟୁତ୍ ନଥିବା ଯୋଗୁଁ ଦୀପ ବା ଲଣ୍ଠନରେ ପଢୁଥିଲେ|ସ୍କୁଲ ଶିକ୍ଷା ପରେ ସେ ୨୦୦୪ ରେ ଇଗ୍ନୋରେ ଇତିହାସ ବିଷୟରେ ସ୍ନାତକ ପଢିଲେ|୨୦୦୭ ରେ ସେ ସେମିଷ୍ଟାରରେ ଫେଲ ହେବା ଯୋଗୁଁ ପୁଣି ୨୦୦୮ ରେ ପରିଶ୍ରମ ଫଳରେ ଡିଗ୍ରୀ ହାସଲ କରିଥିଲେ|

କିଶୋର ଦିଲ୍ଲୀ ଯାଇ ୟୁପିଏସି ପରୀକ୍ଷା ପାଇଁ ଲାଗିଥିଲେ|ସେଠାରେ ସେ କୋଚିଙ୍ଗ ପଢାଇବା ପରେ ସମୟ ବାହାର କରି ନିଜେ ପ୍ରସ୍ତୁତ ହେଉଥିଲେ|ପରିଶ୍ରମ ଫଳରେ ସେ ୨୦୧୧ରେ ୪୧୯ ରେଙ୍କ ସହ ୟୁପିଏସି କ୍ଲିଅର କଲେ କିନ୍ତୁ ସେ ଆଇଏଏସ୍ ବା ଆଇପିଏସ୍ ବନି ପାରି ନଥିଲେ|

ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କ ପାଇଁ ୟୁପିଏସି ପରୀକ୍ଷା ବନି ନାହିଁସେ ଝାରଖଣ୍ଡ ଫେରି ଆସି ଏକ କୋଚିଙ୍ଗ ସଂସ୍ଥାନରେ ପଢାଇଲେ|ସେ ୨୦୧୬ ରେ ଷ୍ଟେଟ ପିସିଏସ୍ ପରୀକ୍ଷାରେ ପାସ କରି ଝାରଖଣ୍ଡ ପୋଲିସରେ ଡିଏସପି ବନିଥିଲେ|ସେ ଏବେ ଝାରଖଣ୍ଡ ପୋଲିସର ଏସ୍ଆଇଆରବି ରେ କାର୍ଯ୍ୟରତ|ସେ ୨୦୧୭ ରେ ବର୍ଷା ନାମକ ଯୁବତୀକୁ ବିବାହ କରିଛନ୍ତି ଯିଏ ପେଶାରେ ଜଣେ ଓକିଲ ଅଟନ୍ତି|

odia sambada
Comments (0)
Add Comment