ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇ ମଧ୍ୟ ଖାଆନ୍ତି ଏମିତି ଖାଇବା, ତିଆରି କରିବା ଲୋକଙ୍କୁ ମିଳେ ଏତିକି ଦରମା !

ମୁକେଶ ଅମ୍ବାନୀଙ୍କ ନାମ ଭାରତରେ ନୁହେଁ ବରଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ପ୍ରସିଦ୍ଧ ଅଟେ। ମୁକେଶ ଅମ୍ବାନୀ ସାରା ଦୁନିଆରେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଅଟନ୍ତି ଓ ତାଙ୍କର କାର୍ଯ୍ୟଶୈଳୀ ଓ ଜୀବନଶୈଳୀ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଅଟେ। ବର୍ତ୍ତମାନ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ଏକ ତଗଡା ପରିଚୟ ରଖନ୍ତି, ଯିଏକି ନିଜର ପରିଚୟ ଦମରେ ଆଜି ଅପାର ଦୌଲତ ଓ ପ୍ରସିଦ୍ଧି ହାସିଲ କରିଛନ୍ତି।

ପ୍ରାୟତଃ ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଏହି ପରିବାର ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି, ବିଳାସପୂର୍ଣ୍ଣ ଜୀବନ ଓ ନିଜର ପରିବାର ସହିତ ମୁମ୍ବାଇରେ ଏକ ଆଲିଶାନ ମହଲରେ ରୁହନ୍ତି। ଯାହାର ନାମ “ଏଣ୍ଟିଲିଆ” ଅଟେ। ପ୍ରାୟତଃ ଆମେ ତାଙ୍କର ଏହି ଆଲିଶାନ ଘରର ଫୋଟକୁ ସୋସିଆଲ ମିଡିଆରେ ଦେଖୁ ଓ ଅନେକ ଲୋକ ଏହା ଜାଣିବାକୁ ପ୍ରୟାସ କରନ୍ତିକି ଅମ୍ବାନୀ ପରିବାର ନିଜର ଲାଇଫ ଷ୍ଟାଇଲକୁ କେମିତି ଜିଅନ୍ତି।

ବର୍ତ୍ତମାନ ସମୟରେ ମୁକେଶ ଅମ୍ବାନୀଙ୍କ ପାଖରେ ଧନ-ଦୌଲତର ଅଭାବ ନାହିଁ କିନ୍ତୁ ଏତେ ପଇସା ହେବା ସତ୍ତ୍ଵେ ମଧ୍ୟ ବାସ୍ତବରେ ଏକ ସାଧାରଣ ଜୀବନ ବଞ୍ଚନ୍ତି। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଦେଶ୍ର ସବୁଠାରୁ ଧନୀ ପରିବାର କେମିତି ଖାଆନ୍ତି ଓ ତାଙ୍କର ଖାଇବା ତିଆରି କରୁଥିବା କୁକଙ୍କୁ କେତେ ସେଲାରୀ ମିଳେ, ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ।

ଏମିତି ଖାଇବା ଖାଆନ୍ତି ଅମ୍ବାନୀଙ୍କ ପରିବାର:-

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେକି ବେଶୁମାର ଦୌଲତ ଓ ପ୍ରସିଦ୍ଧି ହେବା ବ୍ୟତୀତ ମୁକେଶ ଅମ୍ବାନୀ ବହୁତ ସରଳ ଓ ସାଧାରଣ ଉପାୟରେ ନିଜର ଜୀବନକୁ ବଞ୍ଚିବାକୁ ପସନ୍ଦ କରନ୍ତି। କେଉଁଠି ନା କେଉଁଠି ମୁକେଶ ଅମ୍ବାନୀଙ୍କୁ ଏହି ଜିନିଷ ଅଲଗା କରେ। ମୁକେଶ ଅମ୍ବାନୀ ବହୁତ ସାଧାରଣ ଖାଇବା ଖାଇବାକୁ ପସନ୍ଦ କରନ୍ତି। ମୁକେଶ ଅମ୍ବାନୀ ଶୁଦ୍ଧ ଶାକାହାରୀ ଭୋଜନ କରନ୍ତି ଓ ଅଧିକତର ସେ ନିଜର ଖାଇବାରେ ସାଧା ଡାଲି, ଚାଉଳ, ରୋଟି, ପରିବା ଖାଇବାକୁ ପସନ୍ଦ କରନ୍ତି।

ଜଣାଇଦେଉଛିକି ମୁକେଶ ଅମ୍ବାନୀ ନିଜର ପସନ୍ଦର ଖାଇବାକୁ ବହୁତ ଭଲ ପାଆନ୍ତି। ଏମିତିରେ ଅନେକଥର ଯେତେବେଳେ ସେ ସଡ଼କ କଡ଼ରେ ଖାଇବା ଷ୍ଟଲକୁ ଦେଖନ୍ତି, ସେତେବେଳେ ସେ ସଡ଼କ ଉପରେ ସାଧାରଣ ଲୋକଙ୍କ ପରି ଛିଡା ହେଇ ନିଜର ମନପସନ୍ଦ ଖାଇବାର ଆନନ୍ଦ ନେଉଥିବାର ନଜର ଆସନ୍ତି।

ଯଦି ଆମେ ନୀତା ଅମ୍ବାନୀ କଥା କହିବା, ତେବେ ସେ ମଧ୍ୟ ନିଜର ଡ଼ାଇଟର ଖାସ ଧ୍ୟାନ ରଖନ୍ତି ଓ ଶାକାହାରୀ ଭୋଜନ ପ୍ରିଫର କରନ୍ତି। ନୀତା ଅମ୍ବାନୀ ଯେଉଁ ଚାହା ପିଅନ୍ତି ତାର ମୂଲ୍ୟ ପାଖାପାଖି ୩ କୋଟି ଟଙ୍କା। ଏହା ଜାପାନର ସବୁଠାରୁ ପୁରୁଣା କ୍ରୋକରୀ ବ୍ରାଣ୍ଡ ନୋରିଟେକର ଚାହା ହୋଇଥାଏ। ଏହି ଚାହାରୁ ନୀତା ଅମ୍ବାନୀଙ୍କ ଦିନ ଆରମ୍ଭ ହୁଏ।

ଜାଣନ୍ତୁ କୁକଙ୍କୁ କେତେ ମିଳେ ସେଲାରୀ:-

ସର୍ବ ପ୍ରଥମେ ଆପଣ ଏହା ଜାଣନ୍ତୁକି ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା ଚାକର ଓ ସେଫଙ୍କୁ କଡା ପରୀକ୍ଷା ଦେଇ ଯିବାକୁ ପଡ଼େ। ତାଙ୍କ ଘରେ ଚାକିରୀ କରିବା କୌଣସି ମଲ୍ଟିନେଶନାଲ କମ୍ପାନୀରେ ଚାକିରୀ କରିବା ପରି ହୋଇଥାଏ। ପାଖାପାଖି ଏକ ହଜାର ଚାକିରୀ ମୁକେଶ ଅମ୍ବାନୀଙ୍କ ଘରର କାମ କରନ୍ତି। କାମ କରୁଥିବା ଚାକରଙ୍କୁ ଲକ୍ଷ ଲକ୍ଷ ଟଙ୍କା ସେଲାରୀ ମିଳେ।

ଏକ ରିପୋର୍ଟ ଅନୁସାରେ, ମୁକେଶ ଅମ୍ବାନୀଙ୍କ ଘରେ ଖାଇବା ତିଆରି କରୁଥିବା ଚାକରଙ୍କୁ ପାଖାପାଖି ୨୦୦୦୦୦ ଟଙ୍କା ଅଟେ। ଏତିକି ନୁହେଁ ବରଂ ତାଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଦିଆଯାଏ। ଅମ୍ବାନୀଙ୍କ ଘରର ଚାକରଙ୍କୁ ଲାଇଫ ଓ ହେଲ୍ଥ ଇନ୍ସ୍ୟୁରାନ୍ସ ମଧ୍ୟ ଦିଆଯାଏ। ଚାକର ପିଲାଙ୍କ ପାଠପଢା ବିଦେଶରେ ହୁଏ, ଯାହାର ଖର୍ଚ୍ଚ ଅମ୍ବାନୀ ପରିବାରଙ୍କ ଦ୍ଵାରା ଉଠାଯାଏ।

odia sambada
Comments (0)
Add Comment