ମଦରେ ସୋଡା ମିଶାଇକି ପିଉଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ; ନହେଲେ ହେବ ଭୟଙ୍କର ଅବସ୍ଥା,ଜାଣନ୍ତୁ ସମ୍ପୂର୍ଣ ସୂଚନା

ମଦର ସେବନ କରିବା ହାନିକାରକ ଅଟେ, ଏହା ସମସ୍ତଙ୍କୁ ଜଣାଅଛି। ବର୍ତ୍ତମାନ ଏକ ନୂଆ ଚଳନ ଚାଲିଛି, ଯେଉଁଥିରେ ମଦକୁ ସୋଡା ଓ କୋଲ୍ଡ ଡ୍ରିଙ୍କ ସହିତ ମିଶାଇ ସେବନ କରନ୍ତି। କଣ ଆପଣଙ୍କୁ ଜଣାଅଛିକି ଏହିପରି ସୋଡ଼ା କିମ୍ବା କୋଲ୍ଡ ଡ୍ରିଙ୍କ ସହିତ ମଦ ପିଇଲେ ଶରୀରକୁ ଅଧିକ କ୍ଷତି ପହଞ୍ଚେ। ଆସନ୍ତୁ ଜାଣିବା ଏହି ବିଷୟର, ଏମିତି କାହିଁକି ହୁଏ, ଏମିତି କରିଲେ କଣ କ୍ଷତି ହୁଏ।

କଣ ପାଇଁ କରନ୍ତି ଲୋକ ମଦକୁ ସୋଡ଼ା ସହିତ ସେବନ:-

ଅଧିକାଂଶ ଲୋକ ମଦକୁ ସୋଡ଼ା ସହିତ ସେବନ କରନ୍ତି କାରଣ ତୁରନ୍ତ ବ୍ଲଡ ସହିତ ମିଶିଯାଏ ଓ ସଙ୍ଗେ ସଙ୍ଗେ ମଣିଷ ନିଶା ହୋଇଯାଏ। ଅନେକ ଲୋକ ମଦକୁ ସୋଡା ବିନା ପିଇବା କଥା ଆଦୌ ଚିନ୍ତା କରିପାରିବେ ନାହିଁ। କିନ୍ତୁ ଏହିପରି ମଦକୁ ସୋଡା ସହିତ ମିଶାଇ କେତେ କ୍ଷତି ହୁଏ। ଏହି କଥା ଉପରେ ଧ୍ୟାନ ଦେବାକୁ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ ଜାଣିବା।

ମଦରେ ସୋଡା ମିଶାଇ ପିଇବା:-

ମଦରେ ସୋଡ଼ା ମିଶାଇ ପିଇଲେ ଆମର ଶରୀରରେ ଡାଇ ଅକ୍ସାଇଡ ହୋଇଯାଏ ଓ ପୁଣି ଏହା ରକ୍ତରେ ମିଶି ଆମକୁ ନିଶାରେ ହେବାର ଅନୁଭବ ଦିଏ। ସୋଡାରେ ଫସଫରିକ ଏସିଡ ଥାଏ ଯାହାକି ଆମର ଶରୀରରେ କ୍ୟାଲସିୟମକୁ କମ କରେ। ଏହାର କାରଣରୁ ହାଡ କମଜୋର ହୋଇଯାଏ ଓ ଶୀଘ୍ର ଫ୍ରେକ୍ଚର ହୋଇଯାଏ।

ମଦରେ କୋଲ୍ଡ ଡ୍ରିଙ୍କ ମିଶାଇ ପିଇବା:-

ଅନ୍ୟପକ୍ଷେ କୋଲ୍ଡ ଡ୍ରିଙ୍କକୁ ମଦ ସହିତ ମିଶାଇ ସେବନ କରିବା ଦ୍ଵାରା ସୁଗାର ଲେବଲ ବହୁତ ଅଧିକ ବଢିଯାଏ। ଏହା ବ୍ୟତୀତ କୋଲ୍ଡ ଡ୍ରିଙ୍କରେ କେଫିନ ଥାଏ, ଯାହାକି ଶରୀରକୁ ଏକ୍ଟିଭ ରଖିବାର କାମ କରେ। ମଦ ପିଇବା ଦ୍ଵାରା ଶରୀରରେ ଆଳସ ଓ ସୁସ୍ତୀ ଆସେ। ଏହି କାରଣ ଦୁଇଟି ସହିତ ପିଇବା କ୍ଷତିଦାୟକ ହୋଇଥାଏ। ଏମିତି ହେଉଥିବା ଲୋକଙ୍କୁ ଡିହାଇଡ୍ରେଶନ ପରି ଅସୁବିଧାର ସାମ୍ନା କରିବାକୁ ପଡେ।

odia sambada
Comments (0)
Add Comment