ପୁଣି ଆସୁଛି ୨ଟି ଲଘୁଚାପ,୮ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଗୋଟିଏ,ପ୍ରବଳ ବରଷିବ …

ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଜାଣିଥିବେ ନିଶ୍ଚୟ ଯେ ଗତ ଦୁଇ ବର୍ଷ ହେବ କୋରୋନା ପାଇଁ ପାର୍ବଣ ଫିକା ପଡିଛି । କୋରୋନା କଟକଣା କହଳ ହେବା ପରେ ଏଥର ଧୁମଧାମରେ ଦଶହରା ଦୀପାବଳି ପାଳନ ହେବ ବୋଲି ଆଶା କରାଯାଉଛି । କିନ୍ତୁ ରାଜ୍ୟବାସୀଙ୍କ ଏହି ଆଶାରେ କଳା ବାଦଲ ଛାଇ ଯାଇଛି । କାରଣ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାରଗରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି ।

ଏହାର ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।ଫଳରେ ରାଜ୍ୟବାସୀ ଆଉ ଏକ ବନ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି । ଓଡ଼ିଶାର ପିଛା ଛାଡୁନି ପ୍ରାକୃତିକ ବିପର୍ଯୟ । ଲଘୁଚାପ ବର୍ଷା ପାଇଁ ଗତ ମାସରେ ରାଜ୍ୟରେ ଦୁଇ ଦୁଇ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଏହି ସେପ୍ଟେମ୍ବର ମାସରେ ପୁଣି ଥରେ ବର୍ଷା ଜଳରେ ଉବୁଡୁବୁ ହେବ ଓଡ଼ିଶା ।

ଆସନ୍ତା ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ ସାଙ୍ଗକୁ ପୁଣି ସକ୍ରୀୟ ହୋଇପାରେ ମୌସୁମୀ ବର୍ଷା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ସେଥିପାଇଁ ଏସବୁ ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ସୂଚନା ମୁତାବକ ରାଜ୍ୟରେ ଏବେ ମୌସୁମୀ ବିରତି ସ୍ଥିତି ଜାରି ରହିଥିବାରୁ ଦିନରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଆସନ୍ତା ୫ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନ‌ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୭ ତାରିଖ ଆଡ଼କୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟରେ ପ୍ରବଳ ବର୍ଷିବ ଓ ମୌସୁମୀ ମଧ୍ୟ ଏହାର ପ୍ରଭାବରେ ସକ୍ରିୟ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

odia sambada
Comments (0)
Add Comment