ଛେଳି ବିକ୍ରି କରି ପୁଅ ସେଲିବ୍ରେଟ କରୁଥିଲା ନିଜ ବାର୍ଥଡେ, ମା ଅଟକାଇବାରୁ କରିଦେଲା ହତ୍ୟା

ଛେଳି ବିକ୍ରି କରି ପୁଅ ସେଲିବ୍ରେଟ କରୁଥିଲା ନିଜ ବାର୍ଥଡେ, ମା ଅଟକାଇବାରୁ କରିଦେଲା ହତ୍ୟା

ରାଜସ୍ଥାନର ଝାଲାବାଡ଼ରେ ଜଣେ ନାବାଳକ ପୁଅ ଛେଳି ବିକ୍ରି କରି ନିଜର ଜନ୍ମଦିନ ମନାଉଥିଲା । ଏହାକୁ ନେଇ ଗାଳି କରିବାରୁ ଦୁଷ୍ଟ ପୁଅ ହାତୁଡି ମାରି ନିଜ ମାକୁ ହତ୍ୟା କରିଦେଲା । ସୂଚନା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଘଟଣାର ଯାଞ୍ଚ କଲା । ପୋଲିସ ଶବକୁ ନିଜ କବଜାକୁ ନେଇ ବର୍ତ୍ତମାନ ଏହି ମାମଲାର ଯାଞ୍ଚ୍ ଆରମ୍ଭ କରିଦେଇଛି ।

ସୁନେଲ ଥାନା ଅଞ୍ଚଳର ଗାଁରେ ଜଣେ ନାବାଳକ ପୁଅ ନିଜର ଜନ୍ମଦିନ ମନାଇବାକୁ 5 ହଜାର ଟଙ୍କାରେ ଛେଳି ବିକ୍ରି କରିଦେଲା । ଯେତେବେଳେ ତା ମା ଏହାକୁ ବିରୋଧ କଲେ, ସେତେବେଳେ ନାବାଳକ ହାତୁଡି ମାରି ନିଜ ଜନ୍ମଦିନରେ ନିଜ ମାକୁ ହିଁ ମୃତ୍ୟୁ ମୁହଁକୁ ଠେଲିଦେଲା । ଏହାପରେ ଅଭିଯୁକ୍ତ ମାର ଶବକୁ ବାକ୍ସରେ ବନ୍ଦ୍ କରିଦେଲା ଏବଂ ଫେରାର ହୋଇଗଲା ।

ଯେତେବେଳେ ତା ବାପା ଘରେ ପହଞ୍ଚିଲେ, ସେତେବେଳେ ଘରେ ମା ଦେଖାଯାଇ ନଥିଲେ । ଏହାପରେ ଖୋଜାଖୋଜି କରିବାରୁ ବାକ୍ସରୁ ରକ୍ତ ବାହାରୁଥିବା ଦେଖିଲେ । ନାବାଳକର ବାପା ବାକ୍ସ ଖୋଲି ଦେଖିବାରୁ ସେଥିରୁ ମହିଳାଙ୍କ ଶବ ମିଳିଲା ।

ଅଭିଯୁକ୍ତକୁ ପଚରାଉଚରା କରୁଛି ପୋଲିସ :-

ଏହାପରେ ଅଭିଯୁକ୍ତଙ୍କ ବାପା ଶବକୁ ନେଇ ହସ୍ପିଟାଲରେ ପହଞ୍ଚିଲେ ଏବଂ ମାମଲାର ସୂଚନା ପୋଲିସକୁ ଦେଲେ । ପୋଲିସ ଏବଂ ଏଫଏଲଏଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍ କଲେ । ସେହିପରି ପୋଲିସ ଶବର ପୋଷ୍ଟମର୍ଟମ କରାଇଛି । ସୁନେଲ୍ ପୋଲିସ ଏହି ମାମଲା ରୁଜ୍ଜୁ କରି ଯାଞ୍ଚ୍ କରିବା ଆରମ୍ଭ କରିଦେଇଛି ।

ଏସପି ରୁଚା ତୋମର କହିଛନ୍ତି ଯେ ପୋଲିସ ଅଭିଯୁକ୍ତକୁ କଠୋର ଭାବେ ପଚରାଉଚରା କରୁଛି । ପୋଲିସ ଏହି ମାମଲାର ଯାଞ୍ଚ୍ କରୁଛି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି ।

odia sambada
Comments (0)
Add Comment