ବିହାରର ଭୋଜପୁରରେ ସ୍ବାମୀ ସ୍ତ୍ରୀଙ୍କ ଉପରେ ଗୁଳମାଡ଼ ମାମଲାର ପୋଲିସ ମାତ୍ର 48 ଘଣ୍ଟାରେ ଖୁଲାସା କରିଛି । ଏହାର ସତ ଜାଣିବାପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସର ଦାବି ଅନୁଯାୟୀ, ସ୍ବାମୀ ହିଁ ସୁପାରି ଦେଇ ସ୍ତ୍ରୀକୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର କରିଥିଲା । ଏହା ପଛର କାରଣ ଥିଲା ସ୍ତ୍ରୀ ସୁନ୍ଦରୀ ନଥିଲା ।
ବାସ୍ତବରେ ବୁଧବାର ଦିନ ଗଜରାଜଗଞ୍ଜ ଥାନା ଅଂଚଳର ପକଡିଆବର ଗାଁରେ ବିଳମ୍ବିତ ସନ୍ଧ୍ୟାରେ ସ୍ବାମୀ ସ୍ତ୍ରୀଙ୍କ ଉପରେ ସାଙ୍ଘାତିକ ଆକ୍ରମଣ ହୋଇଥିଲା । ଗୁଣ୍ଡାମାନେ ସେମାନଙ୍କ ଉପରେ ଲଗାତାର ଗୁଳିମାଡ଼ କରିଥିଲେ । ବର୍ତ୍ତମାନ୍ ଏହି ମାମଲାରେ ପୋଲିସ 2ଜଣ ଅପରାଧୀଙ୍କୁ ଗିରଫ କରି ମାମଲାର ସମାଧାନ କରିଛି ।
ପୋଲିସ ଧରାପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ଏହି ଘଟଣାରେ ବ୍ୟବହାର କରାଯାଇଥିବା ଗୋଟିଏ ବନ୍ଧୁକ, ଦୁଇଟି ମୋବାଇଲ ଏବଂ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରିନେଇଛି ।
ପୋଲିସ କହିବା ଅନୁଯାୟୀ, ଏହି ଘଟଣାକୁ ଘଟାଇବା ପଛରେ ଆହତ ସ୍ଵାମୀଙ୍କର ହାତ ରହିଛି । ପୋଲିସର ଦାବି ଅନୁଯାୟୀ, ସ୍ବାମୀ ଉତ୍ତମ କୁମାର ବିଶ୍ଵକର୍ମା 2 ଲକ୍ଷ ଟଙ୍କାର ସୁପାରି ଦେଇ ଗୁଣ୍ଡାମାନଙ୍କ ହାତରେ ନିଜ ସ୍ତ୍ରୀ ସନ୍ଧ୍ୟା ଦେବୀଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ ।
ସୂପାରି ନେଇଥିବା ଗୁଣ୍ଡା ମାନେ ସ୍ତ୍ରୀକୁ ଟାର୍ଗେଟ କରି ଗୁଳି ମାରିଥିଲେ । କିନ୍ତୁ ଏହି ଗୁଳିମାଡ଼ରେ ସ୍ତ୍ରୀ ସହିତ ଅଭିଯୁକ୍ତ ସ୍ବାମୀ ମଧ୍ୟ ବହୁତ୍ ଜୋରରେ ଆହତ ହୋଇଗଲା ଏବଂ ତାର ପ୍ଲାନ୍ ବେକାର ହୋଇଗଲା । ଏହି ହାଇ ପ୍ରୋଫାଇଲ୍ କାଣ୍ଡର ଖୁଲାସା ଶୁକ୍ରବାର ଦିନ ଭୋଜପୁର ଏସପି ସଞ୍ଜୟ କୁମାର ସିଂହ ଗୋଟିଏ ପ୍ରେସ କନ୍ଫରେନ୍ସ ସମୟରେ କଲେ ।
ଏସପି କହିଛନ୍ତି ଯେ ପୋଲିସର ପଚରାଉଚରା ପରେ ଦୁଇ ଅଭିଯୁକ୍ତ ଏହି ଘଟଣାରେ ସାମିଲ ହେବାକୁ ନେଇ ନିଜର ଦୋଷ ସ୍ଵୀକାର କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣା ପଛରେ ଆହତ ସ୍ବାମୀ ଉତ୍ତମ କୁମାର ବିଶ୍ଵକର୍ମାଙ୍କ ହାତ ରହିଛି । ସେ ନିଜ ସ୍ତ୍ରୀ ସନ୍ଧ୍ୟା ଦେବୀଙ୍କ ହତ୍ୟା ପାଇଁ 2 ଲକ୍ଷ ଟଙ୍କା ସୁପାରି ଦେଇଥିଲେ ।
ପୋଲିସ ପଚରାଉଚରାରେ ଯେତେବେଳେ ଅଭିଯୁକ୍ତ ସ୍ୱାମୀକୁ ଏହାର କାରଣ ପଚାରିଲା, ସେତେବେଳେ ଅଭିଯୁକ୍ତ ସ୍ବାମୀ କହିଲା ଯେ ତା ସ୍ତ୍ରୀ ସୁନ୍ଦରୀ ନଥିଲା, ତେଣୁ ସେ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର କରିଥିଲା ।