ସରକାରଙ୍କ ବଡ଼ ନିଷ୍ପତି : ପ୍ରସବ ପରେ ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନର ଛୁଟି …..

କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । କେନ୍ଦ୍ର ସରକାର ମାତୃତ୍ୱ ଅବକାଶ ବା ମ୍ୟାଟରନିଟି ଲିଭ୍ କୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଶୁକ୍ରବାର କର୍ମଚାରୀ ଏବଂ ତାଲିମ ବିଭାଗ ତରଫରୁ ଜାରି ନୂଆ ଆଦେଶ ଅନୂଯାୟୀ, ଯଦି ମହିଳା କର୍ମଚାରୀଙ୍କୁ ପ୍ରସବର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁ ହେଉଛି, ତେବେ ଏଭଳି ସ୍ଥିତିରେ ୬୦ ଦିନର ବିଶେଷ ମ୍ୟାଟରନିଟି ଲିଭ୍ ଦିଆଯିବ ।

କୁହାଯାଇଛି ଯେ ମୃତ ଶିଶୁ ଜନ୍ମ ହେବା କିମ୍ବା ଜନ୍ମ ହେବାର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁରେ ମା’ କୁ ହେଉଥିବା ଭାବନାତ୍ମକ ଯନ୍ତ୍ରଣାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି କାରଣ ଏଭଳି ଘଟଣାର ମା’ର ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ । ବିଭାଗ ତରଫରୁ କୁହାଯାଇଛି ଏନେଇ ବହୁତ ପୁର୍ବରୁ ଏଭଳି ଅନୁରୋଧ ମିଳିଥିଲା । ଯାହାପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ୬୦ ଦିନର ବିଶେଷ ଛୁଟି ଦିଆ ଯିବାନେଇ ନିଷ୍ପତ୍ତି ନିଆ ଯାଇଥିଲା ।

ଏହି ନିର୍ଦ୍ଦେଶ ଅନୁଯାୟୀ, ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇ ନାହାଁନ୍ତି, ତେବେ ତାଙ୍କୁ ମୃତ ଶିଶୁର ଜନ୍ମ କିମ୍ବା ଶିଶୁର ମୃତ୍ୟୁ ଦିନଠାରୁ ୬୦ ଦିନର ଏକ ସ୍ୱତନ୍ତ୍ର ମାତୃତ୍ୱ ଛୁଟି ଦିଆ ଯାଇପାରେ । ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ପ୍ରସବ ତାରିଖରୁ ୨୮ ଦିନ ମଧ୍ୟରେ ନବଜାତ ଶିଶୁର ମୃତ୍ୟୁ ହେଲେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ।

ଏହି ଆଦେଶ ଅନୁଯାୟୀ, କେବଳ କେନ୍ଦ୍ର ସରକାରଙ୍କ ସେହି ମହିଳା କର୍ମଚାରୀଙ୍କ ପାଇଁ ଯେଉଁ ମାନଙ୍କର ଦୁଇରୁ କମ୍ ସନ୍ତାନ ଅଛନ୍ତି ଏବଂ ଯାହାଙ୍କର ପ୍ରସବ ପ୍ରାଧିକୃତ ଡାକ୍ତରଖାନାରେ ହୋଇଥିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାତୃତ୍ୱ ଛୁଟିର ସୁବିଧା ଉପଲବ୍ଧ ହେବ । ପ୍ରାଧିକୃତ ହସ୍ପିଟାଲର ଅର୍ଥ ହେଉଛି ସରକାରୀ ଡାକ୍ତରଖାନା କିମ୍ବା ଏହିପରି ଘରୋଇ ଡାକ୍ତରଖାନା ଯାହା କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ) ଅଧୀନରେ ପରିଚାଳିତ । ଡିଓପିଟି ର ଆଦେଶ ଅନୁଯାୟୀ, ପ୍ୟାନଲେ ବାହାରେ ଥିବା କୌଣସି ଘରୋଇ ଡାକ୍ତରଖାନାରେ ଜରୁରୀ କାଳୀନ ପ୍ରସବ ହେଲେ ସେହି ଜରୁରୀକାଳୀନ ପ୍ରମାଣପତ୍ର ଦେବା ମଧ୍ୟ ବାଧ୍ୟତାମୂଳକ ହେବ ।

odia sambada
Comments (0)
Add Comment