ଅନଲାଇନରେ ଅର୍ଡର କରିଥିଲେ ଚିକେନ,କିନ୍ତୁ ପାର୍ସଲରେ ଘରକୁ ଆସିଲା କେବଳ ହାଡ,ତା ସହିତ ଆଉ ଏକ ଚିଠି,ଜାଣନ୍ତୁ ସେ ଚିଠିରେ କଣ ଲେଖାଅଛି

ଜଣେ ବ୍ୟକ୍ତି ଅନଲାଇନରେ ଚିକେନ ଉଇଙ୍ଗ୍ସ ମଗାଇଲା|ଡେଲିଭରି ପରେ ସେ ଯେତେବେଳେ ପ୍ୟାକେଟ ଖୋଲିଲା ତ ଆଶ୍ଚର୍ଯ୍ୟ ହୋଇଗଲା|ପ୍ୟାକେଟରେ କେବଳ ଚୋବାଯାଇଥିବା ହାଡ ବଞ୍ଚିଥିଲା|ଏଭଳି ଲାଗୁଥିଲା ତାକୁ କେହି ଖାଇ ପୁଣି ପ୍ୟାକ କରି ଦେଇଛି|ବ୍ୟକ୍ତିକୁ ପ୍ୟାକେଟ ସହ ଗୋଟିଏ ଚିଠି ବି ମିଳିଲା|

ଚିଠିରେ ମାଫିନାମା ଥିଲା|ତାକୁ ଡେଲିଭରି ବୟ ଲେଖିଥିଲେ|ଚିଠିରେ ଲେଖାଥିଲା ସେ ବହୁ ଭୋକିଲା ଥିଲା ଓ ଭାଙ୍ଗି ପଡିଥିଲା|ବ୍ୟକ୍ତି ଏସମ୍ପର୍କରେ ଟିକଟକରେ ଗୋଟିଏ ଭିଡିଓ ଜାରି କରି କହିଛି|

@thesuedeshow ନାମକ ଜଣେ ୟୁଜର ଭିଡିଓରେ ଖିଆ ଯାଇଥିବା ଚିକେନ୍ ଉଇଙ୍ଗକୁ ଦେଖାଇଲା|ଏହାସହ ଗୋଟିଏ ଚିଠି ଥିଲା ଯେଉଁଥିରେ ବତା ଯାଇଥିଲା ଯେ ଚିକେନ ଉଇଙ୍ଗକୁ ତାଙ୍କ ଡେଲିଭରି ବୟ ଖାଇ ନେଇଛି|

ଟିକଟକର ଭିଡିଓରେ କହିଛନ୍ତି ଯେ ଏହା ବରଦାସ୍ତ ହୋଇ ପାରୁ ନାହିଁ|ମୁ ଚିକେନ ଉଇଙ୍ଗ ଅର୍ଡର‌ କରିଥିଲି କିନ୍ତୁ ପ୍ୟାକେଟରେ କେବଳ ମୋତେ ହାଡ ମିଳୁଛି|ଆପଣ ଦେଖୁଛନ୍ତି ମୋର ଫ୍ରାଇଜ୍ ବି ଗାଏବ ହୋଇଛି ଓ ସେଠାରେ ଏକ ଚିଠି ପଡିଛି|ଯଦିଓ ତା ଡ୍ରିଙ୍କ ଠିକ୍ ଭାବେ ପହଞ୍ଚିଛି|

ଚିଠିରେ ଲେଖାଥିଲା ମୋତେ କ୍ଷମା କରନ୍ତୁ ମୁଁ ଆପଣଙ୍କ ଖାଦ୍ୟ ଖାଇଛି|ମୁ ଭାଙ୍ଗି ଯାଇଛି ଓ ଭୋକିଲା ଥିଲି|ମାନନ୍ତୁ ମୋ ଖାଇବା ପାଇଁ ଆପଣ ଟଙ୍କା ଦେଲେ|ମୁଁ ଏଵେ ଏହି ଚାକିରି ଛାଡ଼ିବାକୁ ଯାଉଛି|ଶେଷରେ ଲେଖାଥିଲା- Your Door Dash Guy.

ପରେ ୟୁଜର କମେଣ୍ଟ କରି କହିଛନ୍ତି ଯେ ସେ କମ୍ପାନୀ କଷ୍ଟମର କେୟାରକୁ ଫୋନ କରି ବତାଇଲା ଫଳରେ ଏହି ଅର୍ଡରର ରିଫଣ୍ଡ ଓ‌ କ୍ରେଡିଟ୍ ମିଳିଗଲା|

odia sambada
Comments (0)
Add Comment