ଗୋର୍ଖା ରେଜିମେଣ୍ଟ: ଭାରତର ବଢିଲା ଚିନ୍ତା, ଚୀନ ଓ ପାକିସ୍ତାନ ସେନାରେ ନେପାଳୀ ଯୁବକ ହେବେ ସାମିଲ ?

ନେପାଳରୁ ଏକ ଭାରତକୁ ନିରାଶ କରିଲା ଭଳି ଖବର ସାମ୍ନାକୁ ଆସିଛି। ଭାରତ ପରେ ପରେ ନେପାଳରେ ମୋଦି ସରକାରଙ୍କର ଅଗ୍ନିପଥ ଯୋଜନା ବର୍ତ୍ତମାନ ନିଆଁ ଲଗାଇଦେଇଛି। ନେପାଳରେ ଅଗ୍ନିପଥ ଯୋଜାନକୁ ତୀବ୍ର ଭାବରେ ବିରୋଧ କରାଯାଉଛି। ସେଠାକାର ଉଭୟ ସରକାର ଓ ଯୁବପିଢିମାନେ ଏଥିରେ ସାମିଲ ହୋଇ ଏହାକୁ ବିରୋଧ କରୁଛନ୍ତି। ଯାହାର ଫଳସ୍ୱରୂପ ଗୋର୍ଖା ରେଜିମେଣ୍ଟର ନିଯୁକ୍ତିର ରାଲିକୁ ନେପାଳରେ ସ୍ଥଗିତ କରିଦିଆଯାଇଛି। କୁହାଯାଉଛିକି, ଭାରତରେ ଅଗ୍ନିପଥର ନିଯୁକ୍ତିରେ ବିରକ୍ତ ହୋଇ ନେପାଳର ଯୁବପିଢୀମାନେ ଚୀନ ଏବଂ ପାକିସ୍ତାନ ସେନାରେ ସାମିଲ ହେବା ପାଇଁ ନିଜର ମନ ବଳାଉଛନ୍ତି। ଯାହାକି ବର୍ତ୍ତମାନ ଭାରତ ପାଇଁ ଆହୁରି ଚିନ୍ତା ବଢାଇ ଦେଇଛି।

ସ୍ୱାଧିନତା ପରଠାରୁ ଭାରତ ଓ ବ୍ରିଟିଶ ସେନାରେ ନେପାଳର ଗୋର୍ଖାଙ୍କୁ ସାମିଲ କରାଯାଇଛି। ୧୯୪୭ ମସିହାର Tripartite agreement ହୋଇଥିଲା। ଏଥିରେ ଭାରତ, ନେପାଳ ଓ ବ୍ରିଟେନ ମଧ୍ୟରେ ହୋଇଥିବା ଏକ ଚୁକ୍ତିକୁ ସ୍ୱାକ୍ଷରିତ ହୋଇଥିଲା। ଏହାରି ଆଧାରର ଗୋର୍ଖା ରେଜିମେଣ୍ଟର ମୂଳଦୁଆ ପଡିଥିଲା। ଗୋର୍ଖା ସୈନିକମାନେ ଭାରତ, ବ୍ରିଟେନ ଓ ନେପାଳ ସେନାରେ ମଧ୍ୟ ନିଯୁକ୍ତ ଅଛନ୍ତି। ଭାରତୀୟ ସେନାରେ ୭ଟି ରେଜିମେଣ୍ଟ ଅଛି। ଆଉ ଗୋର୍ଖା ରେଜିମେଣ୍ଟରେ ୪୩ଟି ବାଟାଲିୟାନ ରହିଛି। ବାର୍ଷିକ ଭାରତୀୟ ସେନାରେ ୧୨୦୦ରୁ ଊର୍ଦ୍ଧ୍ୱ ନେପାଳୀ ଯବାନମାନଙ୍କୁ ନିଯୁକ୍ତି କରାଯାଇଥାଏ। ସେହିପରି ବ୍ରିଟିଶ ସେନାରେ ନେପାଳରୁ ବର୍ଷକୁ ୧୭୨ ଜଣଙ୍କୁ ସାମିଲ କରାଯାଇଥାଏ।

ଯଦି ଆମେ ବର୍ତ୍ତମାନ ସ୍ଥିତି କଥା କହିବା ଯଦି ତେବେ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟରେ ପ୍ରାୟ ୪୦୦୦୦ ନେପାଳ ଯୁବକ ସାମିଲ ହୋଇଛନ୍ତି। ଏହି ସଂଖ୍ୟା କମ ବେଶି ହୋଇପାରେ କିନ୍ତୁ ବ୍ରିଟେନ ଏବଂ ଭାରତରେ ଗୋର୍ଖାଙ୍କର ନିଯୁକ୍ତିର ପ୍ରକ୍ରିୟା ପ୍ରାୟ ସମାନ ଅଟେ। କିନ୍ତୁ ଅବସର ହେବା ପରେ ସେମାନଙ୍କୁ ବ୍ରିଟେନ ତୁଳନାରେ ଭାରତ ଅଧିକ ପେନସନ ମିଳିଥାଏ। ଗୋର୍ଖା ରେଜିମେଣ୍ଟର ଦରମା ଓ ପେନସନ ବାବଦକୁ ଭାରତର ସରକାର ବର୍ଷିକୁ ପ୍ରାୟ ୪୨୦୦୦ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଯହାକି ନେପାଳ ସରକାରଙ୍କର ପ୍ରତିରକ୍ଷା ବଜେଟଠାରୁ ତିନିଗୁଣା ଅଧିକ ଅଟେ। ଯଦି ଏହି ବଜେଟକୁ ଭାରତ ସରକାର ବନ୍ଦ କରିଦେବେ ତେବେ ନେପାଳ ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ।

ତେବେ ଏହି ସାମ୍ପ୍ରତିକ ସ୍ଥିତିରେ ନେପାଳ ସରକାର ତଥା ନେପାଳୀ ଯୁବ ପିଢୀମାନଙ୍କୁ ଭାରତ ଉପରେ ଅସନ୍ତୁଷ୍ଟ ଥିବା କଥା ସମସ୍ତଙ୍କୁ ବର୍ତ୍ତମାନ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ଅନୁଯାୟୀ, ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଥିବା ନେପାଳର ଯୁବକମାନେ ଭାରତ ସରକାରଙ୍କର ଏହି ଯୋଜନାକୁ ବିରୋଧ କରିଛନ୍ତି। ଯେଉଁଥିରେ ଅଗ୍ନିପଥ ଯୋଜନାକୁ ନେଇ ଭାରତର କୋଣ ଅନୁକୋଣରେ ନିଆଁ ଲାଗିଯାଇଥିଲା, ସେହି ନିଆଁ ଧୀରେ ଧୀରେ ବର୍ତ୍ତମାନ ନେପାଳକୁ ବ୍ୟାପିଛି। ଅଗ୍ନିପଥକୁ ନେଇ ନେପାଳ ସରକାର ଓ ଯୁବ ପିଢୀମାନଙ୍କ ମତ ଏବଂ ଭାରତର ବିରୋଧକାରୀଙ୍କ ମତ ପ୍ରାୟତଃ ସମାନ ଅଟେ। ସେମାନଙ୍କ କହିବା ହେଲାକି, ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇ ୪ ବର୍ଷ ପରେ ନେପାଳ ଫେରି କଣ କରିପାରିବେ? ତେଣୁ ନେପାଳୀ ଯୁବକମାନେ ମଧ୍ୟ ଭାରତୀୟ ଆଶାୟୀମାନଙ୍କ ପରି ସ୍ଥାୟୀ ନିଯୁକ୍ତି ଦାବି କରୁଛନ୍ତି। ଯାହାକୁ ସେଠାକାର ସରକାର ମଧ୍ୟ ସମର୍ଥନ କରୁଛନ୍ତି।

କିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନେପାଳର ବିଦେଶ ମନ୍ତ୍ରୀ ଡଃ. ନାରାୟଣ ଖାଡକେ ମଧ୍ୟ ଅଗ୍ନିପଥ ଯୋଜନାର ନିଯୁକ୍ତି ଉପରେ ନିଜର ଆପତ୍ତି ଜଣାଇଛନ୍ତି। ଗୁରୁବାର ଦିନ ସେ ଭାରତୀର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବଙ୍କ ସହିତ ଏ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି। ନେପାଳୀ ଯୁବକମାନେ ଭାରତ ପ୍ରତି ଆକ୍ରୋଶମୂଳକ ମନୋଭାବ ପୋଷଣ କରି ଚୀନ ତଥା ପାକିସ୍ତାନ ସେନାରେ ନିଯୁକ୍ତି ନେଇ ନିଜର ଆଗ୍ରହ ଦେଖାଇଛନ୍ତି। ଅନ୍ୟପଟେ ସେପ୍ଚେମ୍ବର ୪ ତାରିଖରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ପାଞ୍ଚ ଦିନିଆ ନେପାଳ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଅଗ୍ନିପଥ ଯୋଜନା ଉପରେ ସେ ଉଚ୍ଚସ୍ତରୀୟ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଅଛି। କିନ୍ତୁ ଚୀନ ଓ ପାକିସ୍ତାନ ସେନାରେ ଗୋର୍ଖାଙ୍କର ସାମିଲ ହେବା ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

odia sambada
Comments (0)
Add Comment