ବୃଦ୍ଧଙ୍କୁ ଗିଳିଥିବା ବୋଲି କୁହାଯାଉଥିବା ଅଜଗର, ଏବେ ଗଲା କୁଆଡ଼େ ?

କୁଆଡେ ଗଲା ଅଜଗର ସାପ। ବୃଦ୍ଧଙ୍କୁ ଗିଳିଥିବା ବୋଲି କୁହାଯାଉଥିବା ଅଜଗର ସାପ ଆଉ ତା ସ୍ଥାନରେ ନାହିଁ। ଯେଉଁଠି ସେ ଶୋଇଥିଲା ସେଠାରେ ସେ କୁଆଡେ ଚାଲିଯାଇଛି। ଅଜଗର ସାପର ଘୁଷୁଡିଥିବା ଚିହ୍ନ ସେହି ସ୍ଥାନରେ ଦେଖିବାକୁ ମିଳିଛି। ଏତେ ବଡ ପେଟ ନେଇ କୁଆଡେ ଯାଇପାରିବ ନାହିଁ ବୋଲି ବନବିଭାଗ କର୍ମଚାରୀମାନେ କହୁଛନ୍ତି। ତେବେ ସାପଟି ନିଜ ପେଟରୁ କିଛି ନ ବାହାର କରି କୁଆଡେ ଗଲା। ତାକୁ ସେଠାରୁ କିଏ ଉଠାଇନେଇଛି ନା ସାପ ନିଜ ସ୍ଥାନରୁ କୁଆଡେ ଚାଲିଯାଇଛି। ବନବିଭାଗ କିଛି ଲୁଚାଇବାକୁ ଚେଷ୍ଟା କରୁନାହିଁ ତୋ। ସାପକୁ ବନବିଭାଗ ଆଉ କୁଆଡେ ନେଇଯାଇନି ତୋ। ଏହିସବୁ ପ୍ରଶ୍ନ ବର୍ତ୍ତମାନ ଉଠିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଗତ ୫ ଦିନ ହୋଇଯିବ ସାପଟି ଯେଉଁ ସ୍ଥାନରେ ଶୋଇଥିଲା, ଆଜି ସାପଟି ଯେଉଁ ସ୍ଥାନରେ ଶୋଇଥିଲା ସେହି ସ୍ଥାନରେ ଆଉ ନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛିକି ପୂର୍ବରୁ ବନ କର୍ମଚାରୀ ଯେଉଁ କହୁଥିଲେକି ସାପଟି ଏତେ ବଡ ଜୀବ ଖାଇବା ପରେ ଅଧିକ ବାଟ କୁଆଡେ ଯାଇପାରିବ ନାହିଁ। କିନ୍ତୁ ସାପଟି ଗଲା କୁଆଡେ।

ସାପଟି ସେଠାରୁ ନିଜେ ଯାଇଛି ନା ତାକୁ କିଏ ଉଠାଇନେଇଛି ତାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି। କାରଣ ଯେଉଁ ସ୍ଥାନରେ ସାପ ଶୋଇଥିଲା ସେହି ସ୍ଥାନକୁ ବନ ବିଭାଗ କର୍ମଚାରୀ ଆଦୌ ଛାଡୁନଥିଲେ। ଯେଉଁଥିପାଇଁ ଗାଁ ଲୋକଙ୍କର ସନ୍ଦେହ ଉପୁଜିଥିଲା। କିନ୍ତୁ ସାପଟି ତା ସ୍ଥାନରେ ନଥିବା ସମୟରେ ବନବିଭାଗ ତାକୁ ନ ଖୋଜି କାହିଁକି ଚୁପ ହୋଇ ବସିଛି, ବର୍ତ୍ତମାନ ଏକ ପ୍ରଶ୍ନ ଉଠିଛି। ଲୋକଙ୍କ କହିବା କଥା ହେଉଛିକି ବନ ବିଭାଗ କର୍ମଚାରୀ ସାପକୁ ନେଇ ଅନେକ କିଛି କଥା ଲୁଚାଉଛି।

odia sambada
Comments (0)
Add Comment