ମାଡି ଆସୁଛି ଭୟଙ୍କର ବାତ୍ୟା ! ୨୦୦ କିଲୋମିଟର ବେଗରେ ବହିବ ପବନ,୫୦ ଫୁଟ ଉପରେ ଜୁଆର ଆସିବ………..

ବଳ ଗୋଟାଉଛି ବାତ୍ୟା। ସମଦ୍ରରୁ ଉପକୂଳ ଆଡକୁ ଭୟଙ୍କର ବେଗରେ ଆସୁଛି ମାଡି। ୫୦ ଫୁଟ ଉଠିବ ସମୁଦ୍ର ଜୁଆର। ୨୦୦ କିଲୋମିଟର ବେଗରେ ବହିବ ପହନ। ମାଡି ଆସୁଛି ବାତ୍ୟା। ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଯାହାକୁ ନେଇ ବର୍ତ୍ତମାନ ଆତଙ୍କିତ ଉପକୂଳବାସୀ। ଏମିତିକି ଏ ବର୍ଷର ବାତ୍ୟାକୁ ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି। ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା |

ବାତ୍ୟା ପ୍ରଭାବରେ ଜାପାନରେ ଦକ୍ଷିଣ-ପୂର୍ବ ଦ୍ଵୀପପୁଞ୍ଜ ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡିକ ପ୍ରତି ବାତ୍ୟା ବିପଦ ଘନେଇଛି। ଏହି ସୁପର ଟାଇଫୁନର ନାମ ହିନାମର ରଖାଯାଇଛି। ଏହାର ପ୍ରଭାବରେ ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟା ପ୍ରତି ବେଦ ୨୫୭ କିଲୋମିଟର ବା ୧୬୦ ମାଇଲ୍ସ। ଏହାର ଝଟକା ୧୫୫ ପ୍ରତି ମାଇଲ୍ସ ରହିବ ବୋଲି ଆମେରିକା ଜୟ ଟାଇଫୁନ ୱାର୍ନିଙ୍ଗ ତରଫରୁ କ୍ଯହାଯାଇଛି।

ଏହି ସୁପର ଟାଇଫୁନ ପ୍ରଭାବରେ ଉପକୂଳରେ ପବନର ବେଗ ବଢୁଛି। ତେବେ ପବନକୁ ଦେଖି ସମୁଦ୍ର ନିକଟରେ ରହୁଥିବା ଲୋକ ବର୍ତ୍ତମାନ ଭୟଭୀତ ହେଉଛନ୍ତି। ହିନାମର ପ୍ରଭାବରେ ସମୁଦ୍ରର ଜୁଆର ୫୦ ଫୁଟ କିମ୍ବା ୧୫ ମିଟର ଉପରକୁ ଉଠିବ। ଜାପାନର ମେଟ୍ରୋଲୋଜିକାଲ ଏଜେନ୍ସି ଏହାକୁ ୨୦୨୨ର ବଡ ବାତ୍ୟା କହିଛି।

ଯଦି ଏହି ବାତ୍ୟା ଏହିପରି ସ୍ଥିତିରେ ସ୍ଥଳ ଭାଗରେ ମାଡ ହୁଏ। ତେବେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଦିନ ୧୦ଟା ପର୍ଯ୍ୟନ୍ତ ଟାଇଫୁନ ଜାପାନର କୋକିନାଭ ଠାରୁ ୨୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଏହାର ପ୍ରଭାବରେ ୨୦୦-୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ଥଳଭାଗ କେବେ ପହଞ୍ଚିବ ସୂଚନା ଦିଆଯାଇ ନାହିଁ। ଜାପାନ ସରକାର ଏଥିପାଇଁ ପ୍ରସ୍ତୁତି କରିସାରିଛନ୍ତି। ଓ ଲୋକମାନଙ୍କୁ ସଜାଗ ରହିବା ପାଇଁ କହିଛନ୍ତି। ଏଥିପାଇଁ ପ୍ରଶାସନ ମଧ୍ୟ ସଜାଗ ହୋଇ ରହିଛ।

odia sambada
Comments (0)
Add Comment