ଶ୍ରୀଲଙ୍କା ବନାମ ବାଂଲାଦେଶ ଏସିଆ କପ : ବାଂଲାଦେଶକୁ ଶ୍ରୀଲଙ୍କା ପିଆଇଲା ନିଜର କଡବା ‘ବିଷ’, ଦେଖନ୍ତୁ ଦୁବାଇରେ ଟିକେ ନାଗିନ ଡାନ୍ସ ….

ଏମିତି କୁହାଯାଏନାହିଁକି ସମୟ ସବୁଠାରୁ ବଳବାନ ଅଟେ। ବଙ୍ଗଳାଦେଶ ଓ ଶ୍ରୀଲଙ୍କାର ମ୍ୟାଚକୁ ଦେଖନ୍ତୁ। ୨୦୧୮ ମସିହା ନିଦାହାସ ଟ୍ରଫିରେ ବାଂଲାଦେଶ ଶ୍ରୀଲଙ୍କାକୁ ନିଜ ଘରେ ନକଆଉଟ କରିବା ପରେ ନାଗିନ ଡାନ୍ସ କରୁଥିଲେ ଓ ଶ୍ରୀଲଙ୍କାର ଖେଳାଳୀମାନଙ୍କୁ ଚିଡାଉଥିଲେ। ବର୍ତ୍ତମାନ ୪ ବର୍ଷ ପରେ ଏସିଆ କପ ୨୦୨୨ରେ ଶ୍ରୀଲଙ୍କା ବହୁତ ବଡ ପ୍ରତିଶୋଧ ନେଇଛି। ଯେତେବେଳେ ବାଂଲାଦେଶକୁ ନକଆଉଟ କରିଲେ ସେତେବେଳେ ବାଂଲା ସିଂହଙ୍କୁ ନିଜର କଡା ବିଷ ପିଆଇଦେଲେ।

ଶ୍ରୀଲଙ୍କାର ଦଳ ଯେମିତି ଜିତିଲା ସେମିତି ଡଗଆଉଟରେ ଥିବା ଖେଳାଳୀ ନାଗିନ ଡାନ୍ସ କରିବାକୁ ଲାଗିଲେ। ଏହି ମୋମେଣ୍ଟର ଭିଡିଓ ଓ ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ସେଥିପାଇଁ ଏହାକୁ କୁହାଯାଏକି ପ୍ରତିଶୋଧ ନେବା। ଏସିଆ କପର କର ବା ମରର ଏକ ବହୁତ ରୋମାଞ୍ଚକ ମୁକାବିଲାରେ ଶ୍ରୀଲଙ୍କା ବାଂଲାଦେଶକୁ ଦୁଇ ୱିକେଟରେ ହରାଇ ସୁପର-୪ରେ ନିଜର ସ୍ଥାନ ପକ୍କା କରିଛି।

ବାଂଲାଦେଶ ଶ୍ରୀଲଙ୍କା ସାମ୍ନାରେ ୧୮୪ ରନର ଲକ୍ଷ୍ୟ ରଖିଥିଲା। ଓପନର କୁସଲ ମେଣ୍ଡିସ ୩୭ ବୋଲରେ ଦମଦାର ୬୦ ରନ କରିଲେ(୪ଟି ଚୌକା, ୩ଟି ଛକା) ଓ ଶେଷରେ ଅଧିନାୟକ ଦାସୁନ ଶନାକାଙ୍କ ଗୁରୁତ୍ବପୂର୍ଣ ୪୫ ରନ( ୩୩ଟି ବଲରେ, ୩ଟି ଚୌକା, ୨ଟି ଛକା)ର ଏକ ଇନିଙ୍ଗ୍ସ ବଳରେ ଏହି ଲକ୍ଷ୍ୟକୁ ୪ଟି ବଲ ଶେଷ ଥାଉ ଥାଉ ହାସିଲ କରିନେଲେ।

ବାଂଲାଦେଶ ତରଫରୁ ପାଖାପାଖି ୪ ବର୍ଷ ପରେ କୌଣସି ଟି-୨୦ ଆନ୍ତର୍ଜାତୀୟ ମୁକାବିଲା ଖେଳୁଥିବା ମେହଦୀ ହସନ ମିରାଜ ୩୮ ରନ ୨୬ ବଲରେ (୩ଟି ଚୌକା, ୨ଟି ଛକା) କରିଥିଲେ। ଇନିଙ୍ଗ୍ସର ଆରମ୍ଭରେ ଅଫିଫ ହୁସେନ ୩୯ ରନ ୨୨ଟି ବଲରେ କରିଥିଲେ। ଏଥିରେ ତାଙ୍କର ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଓ ମହମ୍ମଦୁଲ୍ଲାହ ୨୭ ରନ ଦେଇ ୫ଟି ୱିକେଟ ପାଇଁ ୩୭ଟି ବଲରେ ୫୭ ରନର ଏକ ପାର୍ଟନରସିପ କରି ବାଂଲାଦେଶ ୟୁଏଇରେ ଏହି ଫର୍ମାଟରେ ନିଜର ସର୍ବାଧିକ ସ୍କୋର କରିଦେଲା।

ଶ୍ରୀଲଙ୍କାକୁ ଏହି ଲକ୍ଷ୍ୟ ପର୍ଯ୍ଯନ୍ତ ପହଞ୍ଚିବାରେ ରୋକିପାରିଲା ନାହିଁ। ଏହି ଗୃପରେ ସୁପର-୪ ସ୍ଥାନ ଗ୍ରହଣ କରିଥିବା ଦ୍ଵିତୀୟ ଦଳ ଆଫଗାନିସ୍ଥାନ ଅଟେ।

odia sambada
Comments (0)
Add Comment