ବଡ ଖବର : ସେପ୍ଟେମ୍ବରରେ ଆସୁଛି ପଛକୁ ପଛ ଲଘୁଚାପ,ହେବ ପ୍ରବଳ ବର୍ଷା !

ଏହି ବର୍ଷ ବର୍ଷା ହେବା ପରେ ନଦୀ ମାନେ ଫୁଲିବାରେ ଲାଗିଛନ୍ତି ଆଉ ଏହା ଫଳରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ବନ୍ୟା କାରଣରୁ କିଛି ଲୋକ ନିଜର ଘର ଛାଡି ଅନ୍ୟତ୍ର ଆଶ୍ରୟ ନେବା ପାଇଁ ଚାଲି ଯାଇଛନ୍ତି, ଏପର୍ଯ୍ୟନ୍ତ ସେହି ସବୁ ପରିସ୍ଥିତି ସୁଧୁରି ନଥିବା ବେଳେ ସେପ୍ଟେମ୍ବର ମାସର ଲଗାତର ଲଘୁଚାପ ଲୋକ ମାନଙ୍କର ଆହୁରି ଚିନ୍ତା ବଢ଼ାଇଛି। ଆସୁଛି ଆଉ ଏକ ଲଘୁଚାପ। ସେପ୍ଟେମ୍ବରରେ ପଛକୁ ପଛ ଲଘୁଚାପ । ଆସନ୍ତା ୭ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଯିବ।୫ ତାରିଖରୁ ସକ୍ରିୟ ହେବ ମୌସୁମୀ। ଏହାପରେ ପ୍ରତି ସପ୍ତାହରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।ଭାରତୀୟ ପାଣିପାଗ ବିଭାଗ ଏହି ଅନୁମାନ କରିଛି। ତେଣୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ କିମ୍ବା ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ମାସରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହୋଇଥିଲା ।

ଏବେ ସେପ୍ଟେମ୍ବରରେ ମଧ୍ୟ ଏକାଧିକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଗଷ୍ଟରେ ଦେଶରେ ଭଲ ବର୍ଷା ହୋଇଛି। ଫଳରେ ସ୍ୱାଭାବିକଠାରୁ ଅଧିକ ୬ ପ୍ରତିଶତ ବର୍ଷା ହୋଇଛି ଦେଶରେ। ଓଡ଼ିଶାରେ ମଧ୍ୟ ଜୁନ୍‌ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେପ୍ଟେମ୍ବର ମାସରେ ମଧ୍ୟ ଲଙ୍ଗ ପିରିଅଡ ଆଭରେଜ୍‌ ବର୍ଷା ୧୦୯ ପ୍ରତିଶତରୁ ଅଧିକ ରହିବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

odia sambada
Comments (0)
Add Comment