ଏହି ଦିଗ୍ଗଜ ଅଲରାଉଣ୍ଡର ଅଚାନକ ନେଇଗଲେ କ୍ରିକେଟରୁ ସନ୍ୟାସ,ପୂର୍ବରୁ ମଧ୍ୟ ଖେଳି ସାରିଛନ୍ତି ବିଶ୍ଵକପ ଫାଇନାଲ…

କଲିନ ଡି ଗ୍ରାଣ୍ଡହୋମ:-

ନ୍ୟୁଜଲାଣ୍ଡର ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ବୁଧୁବାର ଦିନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଦେଇଛନ୍ତି। ଡି ଗ୍ରାଣ୍ଡହୋମ ଏହି ସପ୍ତାହରେ ନିଜର ଏହି ନିଷ୍ପତ୍ତିକୁ ନେଇ ନ୍ୟୁଜଲାଣ୍ଡ କ୍ରିକେଟ ସହିତ କଥାବାର୍ତ୍ତା କରିଥିଲେ। ଯାହାଫଳରେ ସେମାନେ ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧରୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।

ଅଚାନକ ନେଲେ ନିଷ୍ପତ୍ତି:-

ଜିମାୱେରେ ଜନ୍ମ ହୋଇଥିବା ଡି ଗ୍ରାଣ୍ଡହୋମ କହିଲେକି ଏହି ନିଷ୍ପତ୍ତି ପଛରେ ତାଙ୍କର ଆଘାତ ଓ ତିନୋଟି ଫର୍ମାଟରେ ବହଡୁଥିବା ପ୍ରତିସ୍ପର୍ଦ୍ଧା ବ୍ଯତୀତ ଅନେକ ଅନ୍ୟ କାରଣ ଅଛି। ଡି ଗ୍ରାଣ୍ଡହୋମ ନ୍ୟୁଜଲାଣ୍ଡ କ୍ରିକେଟକୁ ଜାରି କରିଥିବା ବୟାନରେ କହିଲେକି, ‘ମୁଁ ଏହା ସ୍ଵୀକାର କରୁଛିକି ମୁଁ ବର୍ତ୍ତମାନ ଯୁବକ ନାହିଁ ଓ ବିଶେଷକରି ଆଘାତ କାରଣରୁ ଅଭ୍ଯାସ କରିବାରେ କଷ୍ଟ ହେଉଛି।’ ସେ କହିଲେକି, ‘ମୋର ପିଲା ବଡ ହେଉଛନ୍ତି ଓ ମୁଁ କ୍ରିକେଟ ପରେ ନିଜର ଭବିଷ୍ୟତ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଅଛି। ଗତ କିଛି ସପ୍ତାହରେ ଏହି ସବୁକଥା ମୋ ମୁଣ୍ଡରେ ଚାଲୁଥିଲା।’

ନ୍ୟୁଜଲାଣ୍ଡ ଦଳକୁ ଏକ ଝଟକା:-

ଡି ଗ୍ରାଣ୍ଡହୋମ କହିଲେକି, ‘ମୁଁ ବହୁତ ଭାଗ୍ୟବାନ ଯେ ମୁଁ ୨୦୧୨ରେ ଡେବ୍ୟୁ କରିବା ପରେ ନ୍ୟୁଜିଲାଣ୍ଡ ପାଇଁ ଖେଳିବାର ସୁଯୋଗ ପାଇଲି। ମୁଁ ମୋର ଆନ୍ତର୍ଜାତୀୟ କ୍ୟାରିୟର ପାଇଁ ଗର୍ବିତ କିନ୍ତୁ ମୁଁ ଭାବୁଛି ଅବସର ନେବା ପାଇଁ ଏହା ଉପଯୁକ୍ତ ସମୟ। ଡି ଗ୍ରାଣ୍ଡହୋମ ନ୍ୟୁଜିଲାଣ୍ଡ ପାଇଁ ୨୯ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ହାରାହାରି ୩୮.୭୦ ଓସତରେ ୧୪୩୨ ରନ କରିଥିଲେ। ଏଥିରେ ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ମଧ୍ୟ ଅଛି। ଏହା ବ୍ୟତୀତ ସେ ହାରାହାରି ୩୨.୯୫ ଓସତରେ ୪୯ଟି ୱିକେଟ ନେଇଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୪୧ ରନ ଦେଇ ୬ଟି ୱିକେଟ ଥିଲା ଯାହାକି ସେ ପାକିସ୍ତାନ ବିପକ୍ଷରେ କରିଥିଲେ।

ଶାନଦାର ଅଲରାଉଣ୍ଡର ହେଉଛନ୍ତି ଗ୍ରାଣ୍ଡହୋମ:-

ସେ ୪୫ଟି ଦିନକିଆରେ ୭୪୨ ରନ କରିଥିଲେ ଓ ୩୦ଟି ୱିକେଟ ନେଇଥିଲେ। ଡି ଗ୍ରାଣ୍ଡହୋମ ନ୍ୟୁଜଲାଣ୍ଡର ସେହି ଦଳର ଅଂଶ ଥିଲେ ଯିଏକି ୨୦୧୯ ମସିହାରେ ଆଇସିସି ଦିନକିଆ ବିଶ୍ଵକପ ଫାଇନାଲରେ ପହଞ୍ଚିଥିଲା। ଏହି ଅଲରାଉଣ୍ଡରରେ ୪୧ଟି ଟି-୨୦ ଆନ୍ତଃରାଷ୍ଟ୍ରୀୟ କ୍ରିକେଟ ମ୍ଯାଚ ଖେଳିଥିଲେ ଯେଉଁଥିରେ ସେ ୫୦୫ ରନ କରିଥିଲେ ଓ ୧୨ଟି ୱିକେଟ ହାସିଲ କରିଥିଲେ।

odia sambada
Comments (0)
Add Comment