କନେଷ୍ଟବଳ ଚାକିରୀ ୨୦୨୨ : ଦଶମ ପାସ ପିଲାଙ୍କପାଇଁ ବାହାରିଲା କନେଷ୍ଟବଳ ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ସ୍ୟାଲେରୀ !

ITBP Constable Recruitment 2022: ITBP କନେଷ୍ଟବଳ ନିଯୁକ୍ତି ୨୦୨୨ର ନୋଟିଫିକେସନ ଜାରି କରାଯାଇଛି | ଏଠାରେ ପଶୁ ପରିବହନ ବିଭାଗରେ ମହିଳା ଓ ପୁରୁଷ ଉଭୟ ପ୍ରାର୍ଥୀଙ୍କ ପାଇଁ କନେଷ୍ଟବଳ ପଦବୀରେ ଆବେଦନ ମାଗିଛି | ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇଟିବିପିର ଅଫିସିଆଲ ୱେବସାଇଟ recruitment.itbpolice.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ | ଅନଲାଇନ ଆବେଦନ ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇସାରିଛି |

ଦଶମ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରୀ ପାଇବାର ସୁବର୍ଣ୍ଣ ସୁଯୋଗ ରହିଛି | ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ ସେପ୍ଟେମ୍ବର ୨୭ ତାରିଖ ୨୦୨୨ ଅଟେ, ପ୍ରାର୍ଥୀମାନେ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ଆବେଦନ କରିପାରିବେ | ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ଜରୁରୀ ସୂଚନାକୁ ଧ୍ୟାନର ସହିତ ପଢନ୍ତୁ |

ITBP Constable Vacancy 2022: ଏଠାରେ ଦେଖନ୍ତୁ ଖାଲି ପୋଷ୍ଟର ବିବରଣୀ :-

ଏହି ନିଯୁକ୍ତି(ITBP Constable Recruitment 2022) ଅଭିଯାନ ମାଧ୍ୟମରେ ମୋଟ ୫୨ ଟି ପଦବୀ ପୂରଣ କରାଯିବ | ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ କନେଷ୍ଟବଳ ପାଇଁ ମୋଟ 44 ଟି ପୋଷ୍ଟ ଖାଲି ଅଛି ଏବଂ ମହିଳାଙ୍କ ପାଇଁ 8 ଟି ପୋଷ୍ଟ ରହିଛି । ଜେନେରାଲ କଟାଗୋରିର ପ୍ରାର୍ଥୀଙ୍କ ପାଇଁ 33 ଟି ପଦବୀ, EWS ପାଇଁ 05 ଟି ପଦବୀ, SC ପାଇଁ 2 ଟି ଏବଂ ST ପାଇଁ 12 ଟି ପଦବୀ ରହିଛି ।

କିଏ କିଏ କରିପାରିବେ ଆବେଦନ ?

ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷା ପାସ୍ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ଅତି କମରେ 18 ବର୍ଷ ଏବଂ ଅଧିକାଂଶ 25 ବର୍ଷ ହୋଇଥିବା ଆବଶ୍ୟକ ।

ଫିଜିକାଲ ଫିଟନେସ :-

– ପୁରୁଷ ଆବେଦନକାରୀଙ୍କ ଉଚ୍ଚତା 170 ସେଣ୍ଟିମିଟର, ଛାତି 80 ରୁ 85 ସେଣ୍ଟିମିଟର, ରନିଙ୍ଗ- ସାଢେ଼ 7 ମିନିଟରେ 1.6 କିଲୋମିଟର, ଲଙ୍ଗ ଜମ୍ପ – 11 ଫୁଟ, ଏବଂ ହାଇ ଜମ୍ପ୍ – 3.5 ଫୁଟ ମଗାଯାଇଛି ।

ମହିଳାଙ୍କ ଉଚ୍ଚତା 157 ସେଣ୍ଟିମିଟର, ରନିଙ୍ଗ- 4.5 ମିନିଟରେ 800 ମିଟର, ଲଙ୍ଗ ଜମ୍ପ – 9 ଫୁଟ ଏବଂ ହାଇ ଜମ୍ପ୍ – 03 ଫୁଟ ମଗାଯାଇଛି । ଅଧିକ ସୂଚନା ପାଇଁ ନୋଟିଫିକେଶନକୁ ଭଲଭାବେ ପଢନ୍ତୁ ।

ଆବେଦନ ଶୁଳ୍କ :-

ଜେନେରାଲ, ଓବିସି ଏବଂ EWS କାଟାଗୋରିର ପ୍ରାର୍ଥୀ ମାନଙ୍କୁ 100 ଟଙ୍କାର ଆବେଦନ ଶୁଳ୍କ ଦେବାକୁ ପଡ଼ିବ ଏବଂ SSC, ST ମାନଙ୍କଠାରୁ କୌଣସି ପ୍ରକାରର ଆବେଦନ ଶୁଳ୍କ ନିଆଯିବ ନାହିଁ ।

କେତେ ଟଙ୍କା ମିଳିବ ଦରମା ?

ଆଇଟିବିପି କନେଷ୍ଟବଳ (ପଶୁ ପରିବହନ) ପଦବୀରେ ନିଯୁକ୍ତି ପାଉଥିବା ପ୍ରାର୍ଥୀଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ପେ ଲେଭଲ-3 ପେ ମ୍ୟାଟ୍ରିକ ଅଧୀନରେ 21700 ଟଙ୍କାରୁ 69100 ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ଦିଆଯିବ ।

odia sambada
Comments (0)
Add Comment