ଏସିଆ କପ ୨୦୨୨: ରସିଦ ଖାନ ଏସିଆ କପରେ ରଚିଲେ ଇତିହାସ, ଟି-୨୦ କ୍ରିକେଟରେ ଏହିପରି କରିବାରେ ହେଲେ ଦ୍ଵିତୀୟ ବୋଲର,ଜାଣନ୍ତୁ ରେକର୍ଡ ବିଷୟରେ

ଆଫଗାନିସ୍ଥାନ ବନାମ ବାଂଲାଦେଶ ଏସିଆ କପ ୨୦୨୨:-

ଆଫଗାନିସ୍ଥାନ ବାଂଲାଦେଶକୁ ରୋମାଞ୍ଚକ ମ୍ୟାଚରେ ହରାଇ ସୁପର-୪ ପାଇଁ କ୍ଵାଲିଫାଏ କରିଯାଇଛି। ଆଫଗାନିସ୍ଥାନ ପାଇଁ ବିଜୟର ନାୟକ ହେଉଛନ୍ତି ମୁଜିବ ଓର ରହମାନ ଓ ରସିଦ ଖାନ। ଏହି ଦୁଇଜଣ ମ୍ୟାଚରେ ଭଲ ବୋଲିଂ କରିଥିଲେ। ବାଂଲାଦେଶ ବିରୁଦ୍ଧରେ ରସିଦ ଖାନ ଟି-୨୦ କ୍ରିକେଟରେ ଏକ ବଡ କରିସ୍ମା କରିଦେଲେ ଓ ଏମିତି କରିବାରେ ଟି-୨୦ କ୍ରିକେଟରେ ସେ ଦ୍ଵିତୀୟ ବୋଲର ଅଟନ୍ତି।

ରସିଦ ଖାନ କରିଲେ କମାଲ:-

ବାଂଲାଦେଶ ବିରୁଦ୍ଧରେ ରସିଦ ଖାନ ଧମାକାଦାର ବୋଲିଂ କରିଲେ। ତାଙ୍କର ବୋଲିଂ କାରଣରୁ ଆଫଗାନ ଦଳ ଜିତିବାରେ ସଫଳ ହେଲା। ରସିଦ ଖାନ ନିଜର ଚାରି ଓଭରରେ ୨୨ ରଣ ଦେଇ ୩ଟି ୱିକେଟ ହାସିଲ କରିଲେ। ରସିଦ ଖାନଙ୍କ କାରଣରୁ ବାଂଲାଦେଶର ଦଳ ବଡ ସ୍କୋର କରିପାରିଲା ନାହିଁ ଓ ମ୍ୟାଚ ହାରିଗଲା। ଟି-୨୦ କ୍ରିକେଟରେ ରସିଦ ଖାନଙ୍କ ଚାରି ଓଭର ବହୁତ ଗୁରୁତ୍ବପୂର୍ଣ ଥିଲା। ରସିଦ ବହୁତ ଭଲ ବୋଲିଂ କରନ୍ତି ଓ ସେ ଗୁଗଲି ବୋଲିଂ କରିବାରେ ବଡ ମହାରଥୀ ଅଟନ୍ତି।

ରସିଦ ଖାନ କରିଲେ ଏହି ରେକର୍ଡ:-

ବାଂଲାଦେଶ ବିପକ୍ଷରେ ତିନୋଟି ୱିକେଟ ପାଇବା ମାତ୍ରେ ଟି-୨୦ କ୍ରିକେଟରେ ଅଧିକ ୱିକେଟ ନେଇ ରସିଦ ଖାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି। ସେ ୬୮ଟି ମ୍ୟାଚରେ ୧୧୫ଟି ୱିକେଟ ନେଇଛନ୍ତି। ସେ ଏହା ସହିତ ନ୍ୟୁଜିଲ୍ୟାଣ୍ଡର ଦୃତ ବୋଲର ଟିମ ସାଉଥୀଙ୍କୁ ପଛରେ ପକାଇ ଦେଇଛନ୍ତି। ୯୫ଟି ମ୍ୟାଚରେ ସାଉଦି ୧୧୪ଟି ୱିକେଟ ନେଇଥିଲେ। ବାଂଲାଦେଶ ବୋଲର ଶାକିବ ଅଲ ହାସନ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ ନେଇ ରେକର୍ଡ ରଖିଛନ୍ତି। ସେ ୧୦୦ଟି ମ୍ୟାଚରେ ୧୨୨ଟି ୱିକେଟ ନେଇଛନ୍ତି। ରସିଦ ଖାନ ମଧ୍ୟ ତାଙ୍କ ବୋଲିଂ ଦମରେ ଶାକିବ ଅଲ ହାସନଙ୍କ ରେକର୍ଡ ଭାଙ୍ଗିପାରିବେ। ସେ ତାଙ୍କଠାରୁ ମାତ୍ର ୭ ୱିକେଟ ପଛରେ ଅଛନ୍ତି।

ସୁପର-୪ରେ ପହଞ୍ଚିଲା ଆଫଗାନିସ୍ଥାନ ଦଳ:-

ଏସିଆ କପରେ ଆଫଗାନିସ୍ଥାନ ଦଳ ବହୁତ କମାଲ ଖେଳ ଦେଖାଇଛି। ଆଫଗାନିସ୍ଥାନ ନିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଧମାକାଦାର ଅନ୍ଦାଜରେ ହରାଇଥିଲା। ଏହାପରେ ବର୍ତ୍ତମାନ ଆଫଗାନିସ୍ଥାନ ବାଂଲାଦେଶକୁ ୭ଟି ୱିକେଟରେ ହରାଇ ସୁପର-୪ ରେ କ୍ଵାଲିଫାଏ କରିଯାଇଛି। ଆଫଗାନିସ୍ଥାନ ବର୍ତ୍ତମାନ ଏସିଆ କପ ଜିତିବା ଦୌଡରେ ସାମିଲ ହୋଇଯାଇଛି।

odia sambada
Comments (0)
Add Comment