ପୋଷ୍ଟ ଅଫିସର ସ୍କିମ ସେହି ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ ଯେଉଁମାନେ ଅଳ୍ପ ସ୍ୱଳ୍ପ ରିସ୍କରେ ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି। ପୋଷ୍ଟ ଅଫିସର MIS (Monthly Income Scheme) ଏକ ଏମିତି ସେଭିଙ୍ଗ ସ୍କିମ ଅଟେ ଯେଉଁଥିରେ ଆପଣ ଥରେ ଟଙ୍କା ବିନିଯୋଗ କରି ପ୍ରତ୍ଯେକ ମାସରେ ଇଣ୍ଟରେଷ୍ଟ ରୂପରେ ଏହାର ଲାଭ ନେଇପାରିବେ। ଏହି ପୋଷ୍ଟ ଅଫିସ ସେଭିଙ୍ଗ ସ୍କିମ ଆକାଉଣ୍ଟରେ ଆପଣ ଅନେକ ପ୍ରକାର ଲାଭର ଫାଇଦା ଉଠାଇପାରିବେ। ଏହି ଆକାଉଣ୍ଟରେ ଆପଣ ୧୦ ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କ ନାମରେ ମଧ୍ୟ ଖୋଲିପାରିବେ। ଯଦି ଆପଣ ନିଜର ପିଲାଙ୍କ ନାମରେ ସ୍ପେଶାଲ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତେବେ ପ୍ରତି ମାସରେ ଆପଣଙ୍କୁ ଯେଉଁପ୍ରକାର ଇଣ୍ଟରେଷ୍ଟ ମିଳିବ, ସେଥିରେ ଆପଣ ଟ୍ୟୁସନ ଫିସ ମଧ୍ୟ ଦେଇପାରିବେ। ତେବେ ଆସନ୍ତୁ ଏହି ସ୍ମିମ ବିଷୟରେ ସମ୍ପୂର୍ଣ୍ଣ ଜାଣିବା।
ଖାତା କେଉଁଠି ଓ କେମିତି ଖୋଲିବେ:-
– ପୋଷ୍ଟ ଅଫିସର ଏହି ଆକାଉଣ୍ଟକୁ ଆପଣ କୌଣସି ଡାକଘରକୁ ଯାଇ ମଧ୍ୟ ଖୋଲିପାରିବେ।
– ଆପଣଙ୍କୁ ଏଥିରେ ଅତିକମରେ ୧୦୦୦ ଟଙ୍କା, ଅଧିକରୁ ଅଧିକ ୪.୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଜମା କରିପାରିବେ।
– ବର୍ତ୍ତମାନ ଏହି ସ୍କିମରେ ଇଣ୍ଟରେଷ୍ଟ ୬.୬ ପ୍ରତିଶତ ରହିଛି।
ଯଦି ପିଲାର ବୟସ ୧୦ ବର୍ଷରୁ ଅଧିକ ଥାଏ, ତେବେ ଆପଣ ତା ନାମରେ ଏହି ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏବଂ ଯଦି ୧୦ ବର୍ଷରୁ କମ ତେବେ ପିଲା ପରିବର୍ତ୍ତେ ତାର ଅଭିଭାବକ ଏହି ଆକାଉଣ୍ଟକୁ ଖୋଲିପାରିବେ। ଏହି ସ୍କିମର ମ୍ୟାଚୁରିଟୀ ୫ ବର୍ଷ ପରେ ହୋଇଥାଏ। ଏହାପରେ ଏହାକୁ ଆପଣ ଚାହିଁଲେ ବନ୍ଦ ମଧ୍ୟ କରିପାରିବେ।
ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷ ଏବଂ ଆପଣ ତା ନାମରେ ୨ ଲକ୍ଷ ପର୍ଯ୍ଯନ୍ତ ଟଙ୍କା ଜମା କରୁଛନ୍ତି ତେବେ ପ୍ରତ୍ଯେକ ମାସରେ ଆପଣଙ୍କ ଇଣ୍ଟରେଷ୍ଟ ରେଟ ୬.୬ ପ୍ରତିଶତ ଅଟେ। ବର୍ତ୍ତମାନ ସମୟରେ ଦର ଅନୁସାରେ ୧୧୦୦ ଟଙ୍କା ହେବ। ପାଞ୍ଚ ବର୍ଷରେ ଏହି ଇଣ୍ଟରେଷ୍ଟର ମୋଟ ୬୬ ହଜାର ଟଙ୍କା ହେବ ଏବଂ ଶେଷରେ ଆପଣଙ୍କର ୨ ଲକ୍ଷ ଟଙ୍କା ରିଟର୍ଣ୍ଣ ମଧ୍ୟ ହୋଇଯିବ। ଏହିଭଳି ଭାବରେ ଆପଣଙ୍କ ପିଲା ପାଇଁ ୧୧୦୦ ଟଙ୍କା ମଧ୍ୟ ମିଳିବ, ଯେଉଁଥିରେ ଆପଣ ପାଠପଢ଼ା ଖର୍ଚ୍ଚ ମଧ୍ୟ ତୁଲାଇପାରିବେ। ଅଭିଭାବକଙ୍କମାନଙ୍କ ପାଇଁ ଏହି ରାଶି ପିଲାଙ୍କର ପାଠପଢ଼ା ଖର୍ଚ୍ଚରେ ବହୁତ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବ।
ଏହି ଆକାଉଣ୍ଟର ଖାସିୟତ ହେଉଛିକି ଏହାକୁ ଆପଣ ସିଙ୍ଗଲ କିମ୍ବା ତିନି ଜଣ ଆଡଲ୍ଟଙ୍କୁ ମିଶାଇ ମଧ୍ୟ ଜଏଣ୍ଟ ଆକାଉଣ୍ଟରେ ଖୋଲିପାରିବେ। ଆପଣ ଯଦି ଏହି ଆକାଉଣ୍ଟରେ ୩.୫୦ ଲକ୍ଷ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ବର୍ତ୍ତମାନ ସମୟର ଦର ଅନୁସାରେ ପ୍ରତ୍ଯେକ ମାସ ୧୯୨୫ ଟଙ୍କା ମିଳିବ। ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଏହା ବଡ ରାଶି ଅଟେ।
ଏହି ଇଣ୍ଟରେଷ୍ଟ ଟଙ୍କାରେ ଆପଣ ନିଜର ସ୍କୁଲ ଫିସ, ଟ୍ୟୁସନ ଫିସ, ପେନ-କପି ଖର୍ଚ୍ଚ ଆଦିକୁ ଅତି ସହଜରେ ଉଠାଇପାରିବେ। ଏହି ସ୍କିମର ମ୍ୟାକ୍ସିମମ ଲିମିଟ ଅର୍ଥାତ ପାଖାପାଖି ୪.୫ ଲକ୍ଷ ଜମା କରିବା ଦ୍ୱାରା ପ୍ରତ୍ଯେକ ମାସରେ ୨୪୭୫ ଟଙ୍କାର ଲାଭ ଆପଣ ପାଇପାରିବେ।