ଭୁବନେଶ୍ଵର କୁମାର:-
ଭାରତୀୟ ଦଳ ପାକିସ୍ତାନକୁ ଏସିଆ କପରେ ଶାନଦାର ଅନ୍ଦାଜରେ ପରାଜୟ କରିଛି। ଭାରତ ମ୍ୟାଚକୁ ୫ ୱିକେଟରେ ନିଜ ନାମରେ କରିଲା। ଏହି ବିଜୟ ସହିତ ଭାରତ ଗତ ବର୍ଷ ମିଳିଥିବା ଟି-୨୦ ବିଶ୍ଵକପ ପରାଜୟର ବଦଲା ମଧ୍ୟ ମିଳିଗଲା। ଭାରତୀୟ ଦଳ ତରଫରୁ ବୋଲର ବହୁତ ଭଲ ପ୍ରଦର୍ଶନ କରିଲେ। ଏସିଆ କପରେ ଜସପ୍ରୀତ ବୁମରାହ ଖେଳୁନାହାନ୍ତି। ଏମିତିରେ ଭୁବନେଶ୍ବର କୁମାର ଦୃତ ବୋଲିଂ ଆକ୍ରମଣର ଦାୟିତ୍ଵ ନେଇଥିଲେ। ଭୁବନେଶ୍ବର କୁମାର ପାକିସ୍ତାନ ବିରୁଦ୍ଧରେ ଏକ ବଡ ରେକର୍ଡ କରିଦେଲେ।
ଭୁବନେଶ୍ବର କୁମାର କରିଲେ କମାଲ:-
ପାକିସ୍ତାନ ବିରୁଦ୍ଧରେ ଭୁବନେଶ୍ବର କୁମାର ଇନିଙ୍ଗ୍ସ ଆରମ୍ଭରୁ ଭଲ ବୋଲିଂ କରିଥିଲେ। ତାଙ୍କର ବୋଲିଂର ସମାଧାନ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ନିକଟରେ ନଥିଲା। ସେ ଆରମ୍ଭରୁ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କୁ ପେଭିଲିୟନର ରାସ୍ତା ଦେଖାଇଥିଲେ। ଏହାପରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଡେଥ ଓଭରରେ ତାଙ୍କୁ ବୋଲିଂ କରିବାକୁ କହିଥିଲେ। ଓ ସେଥିରେ ମଧ୍ୟ ସେ ଅଧିନାୟକଙ୍କୁ ନିରାଶ କରିନଥିଲେ। ସେ ୧୯ତମ ଓଭରରେ ଦୁଇଟି ୱିକେଟ ହାସିଲ କରିଥିଲେ। ଯାହାଫଳରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଆଉଟ ହୋଇଗଲେ, ଯାହାଫଳରେ ସେମାନେ ବଡ ସ୍କୋର କରିପାରିଲେ ନାହିଁ।
ପାକିସ୍ତାନ ବିରୁଦ୍ଧରେ କରିଲେ ରେକର୍ଡ:-
ପାକିସ୍ତାନ ବିରୁଦ୍ଧରେ ଭୁବନେଶ୍ବର କୁମାର ନିଜର ଚାରି ଓଭରରେ ୬.୫୦ ଇକୋନୋମିରେ କେବଳ ୨୬ ରନ ଦେଇ ୪ଟି ୱିକେଟ ନେଲେ। ଭୁବନେଶ୍ବର କୁମାର ବାବର ଆଜମ, ଶାଦାବ ଖାନ, ଆସିଫ ଅଲଲି ଓ ନସିମ ସାହଙ୍କୁ ନିଜର ଶିକାର କରିଥିଲେ। ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ କୌଣସି ଭାରତୀୟ ବୋଲରଙ୍କର ଏହା ସବୁଠାରୁ ଭଲ ପ୍ରଦର୍ଶନ ଅଟେ।
ପାକିସ୍ତାନ ବିରୁଦ୍ଧରେ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର:-
ଭୁବନେଶ୍ବର କୁମାର ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ଚାରୋଟି ୱିକେଟ ହାସିଲ କରି କମାଲ କରିଦେଲେ। ବର୍ତ୍ତମାନ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ତରଫରୁ ପାକିସ୍ତାନ ବିରୁଦ୍ଧରେ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର ହୋଇଗଲେ। ସେ ପାକିସ୍ତାନ ବିରୁଦ୍ଧରେ ୫ଟି ଇନିଙ୍ଗ୍ସରେ ୯ଟି ୱିକେଟ ନେଇଛନ୍ତି। ଦ୍ଵିତୀୟ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି, ଯିଏକି ପାକିସ୍ତାନ ବିରୁଦ୍ଧରେ ୩ଟି ଇନିଙ୍ଗ୍ସରେ ୭ଟି ୱିକେଟ ନେଇଛନ୍ତି।
ଗୁରୁତ୍ବପୂର୍ଣ ସମୟରେ ଭାରତୀୟ ଦଳକୁ କରାଇଲେ ବିଜୟ:-
ଭୁବନେଶ୍ବର କୁମାର ନିଜର ଡେବ୍ୟୁ ପରେ ଭାରତ ପାଇଁ ଭରସାଯୁକ୍ତ ବୋଲର ହୋଇଗଲେ। ସେ ଅନେକ ଗୁରୁତ୍ଵପୂର୍ଣ ସୁଯୋଗରେ ଭାରତୀୟ ଦଳକୁ ବିଜୟ ଦେଇଛନ୍ତି। ଭୁବନେଶ୍ବର କୁମାର ଭାରତ ପାଇଁ ୨୧ଟି ଟେଷ୍ଟ ମ୍ୟାଚରେ ୬୩ଟି ୱିକେଟ, ୧୨୧ଟି ଦିନକିଆରେ ୧୪୧ଟି ଓ ୭୨ଟି ଟି-୨୦ରେ ୭୩ଟି ୱିକେଟ ନିଜ ନାମରେ କରିଛନ୍ତି। ସେ ଅଳ୍ପ କିଛି ବଲରେ ଖେଳ ପରିବର୍ତ୍ତନ କରିବାରେ ଫେମସ ଅଟନ୍ତି।
ଟି-୨୦ରେ ପାକିସ୍ତାନ ବିରୁଦ୍ଧରେ ସବୁଠାରୁ ଅଧିକ ୱିକେଟ ନେଇଥିବା ୪ଜଣ ବୋଲର:-
୯ ୱିକେଟ – ଭୁବନେଶ୍ବର କୁମାର(୫ଟି ଇନିଙ୍ଗ୍ସ)
୭ ୱିକେଟ – ହାର୍ଦ୍ଦିକ ପାଣ୍ଡ୍ୟା(୩ଟି ଇନିଙ୍ଗ୍ସ)
୬ ୱିକେଟ – ଇରଫାନ ପଠାନ(୩ଟି ଇନିଙ୍ଗ୍ସ)
୪ ୱିକେଟ – ଅଶୋକ ଦିଣ୍ଡା(୨ଟି ଇନିଙ୍ଗ୍ସ)