SBI ର 45 କୋଟି ଗ୍ରାହକ ଧ୍ୟାନ ଦିଅନ୍ତୁ, ପ୍ୟାନ କାର୍ଡକୁ ନେଇ ଆସିଲା ବଡ ଅପଡେଟ, ଶୀଘ୍ର କରନ୍ତୁ ନଚେତ୍ ଖାତାରୁ ଗାଏବ ହୋଇଯିବ ଟଙ୍କା

PIB Fact Check: ଯଦି ଆପଣଙ୍କର ମଧ୍ୟ ସ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ଖାତା ଅଛି, ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ଅଟେ । କଣ ଆପଣଙ୍କ ପାଖରେ ମଧ୍ୟ ପ୍ୟାନ କାର୍ଡ ଅପଡେଟ କରାଇବାକୁ ନେଇ କୌଣସି ମେସେଜ ଆସିଛି । ଯଦି ହଁ… ତେବେ ଆପଣ ମଧ୍ୟ ସାବଧାନ ହୋଇଯାନ୍ତୁ । ଯଦି ଆପଣ ନିଜର ଡିଟେଲ ସେୟାର କରନ୍ତି, ତେବେ ଆପଣଙ୍କ ଖାତା ଖାଲି ହୋଇପାରେ । ଆସନ୍ତୁ ଆପଣଙ୍କୁ କହିବା ଯେ କଣ ସତରେ ଆପଣଙ୍କ ଏସବିଆଇର ଆକାଉଣ୍ଟ୍ ମଧ୍ୟ ବ୍ଲକ ହୋଇଯିବ ।

ଜାଣନ୍ତୁ କଣ ରହିଛି ମେସେଜର ସତ୍ୟତା :-

ପିଆଇବି ଏହି ଭାଇରାଲ୍ ମେସେଜର ଫ୍ୟାକ୍ଟ ଚେକ୍ କରି ଏହାର ସତ୍ୟତା ବିଷୟରେ ଯାଞ୍ଚ୍ କରିଛି । ଯଦି ଆପଣଙ୍କ ପାଖକୁ ମଧ୍ୟ ଏହିପରି ମେସେଜ ଆସିଛି, ତେବେ ଏହା ପୂର୍ବରୁ ଜାଣନ୍ତୁ ଯେ ଆପଣଙ୍କୁ କଣ କରିବା ଉଚିତ୍ ।

PIB କଲା ଫ୍ୟାକ୍ଟ ଚେକ୍ :-

PIB ନିଜର ଅଫିସିଆଲ୍ ଟୁଇଟରେ ଲେଖିଛି ଯେ ଏସବିଆଇ ନାମରେ ଗୋଟିଏ ଫର୍ଜି ମେସେଜ ଜାରି କରାଯାଉଛି, ଯେଉଁଥିରେ ଗ୍ରାହକଙ୍କୁ କୁହାଯାଉଛି ଯେ ଯଦି ଆପଣ ନିଜ ଆକାଉଣ୍ଟକୁ ବ୍ଲକ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଶୀଘ୍ର ସେଥିରେ ନିଜର ପ୍ୟାନ ନମ୍ୱର୍ ଅପଡେଟ କରନ୍ତୁ ।

ସଂପୂର୍ଣ୍ଣ ଭାବେ ଫେକ ଅଟେ ଏହି ମେସେଜ :-

ଆପଣଙ୍କୁ କହିରଖୁଛୁ ଯେ ଏହି ମେସେଜ ସମ୍ପୂର୍ଣ୍ଣ ଭାବେ ଫେକ ଅଟେ । ଏହିପରି କୌଣସି ପ୍ରକାରର ମେସେଜ କିମ୍ବା ମେଲ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ଗ୍ରାହକଙ୍କ ପାଇଁ ଜାରି କରିନାହିଁ । ତେବେ ଆପଣ ଏହିପରି ଫର୍ଜି ମେସେଜ ପ୍ରତି ସାବଧାନ ରୁହନ୍ତୁ ।

କାହା ସହ ସେୟାର କରନ୍ତୁ ନାହିଁ ଡିଟେଲ :-

ପିଆଇବି କହିଛି ଯେ ଏହିପରି ମେସେଜର ରିପ୍ଲାଇ କରନ୍ତୁ ନାହିଁ ଏବଂ ନିଜର ପର୍ସନାଲ ଡିଟେଲକୁ କାହା ସହ ମଧ୍ୟ ସେୟାର କରନ୍ତୁ ନାହିଁ । ଏହାସହିତ ନିଜ ବ୍ୟାଙ୍କିଙ୍ଗ ଡିଟେଲକୁ ମଧ୍ୟ କାହା ସହ ମଧ୍ୟ ସେୟାର କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ଖାତା ଖାଲି ହୋଇପାରେ ।

ମେଲ ଏବଂ କଲରେ କରିପାରିବେ ଅଭିଯୋଗ :-

ଯଦି ଆପଣଙ୍କ ପାଖରେ ଫେକ ମେସେଜ ଆସେ, ତେବେ ଆପଣ ଏହି ମେଲ report.phishing@sbi.co.in ରେ ଅଭିଯୋଗ କରିପାରିବେ । ଏହାବ୍ୟତୀତ 1930 ରେ କଲ୍ ମଧ୍ୟ କରି ଯୋଗାଯୋଗ କରିପାରିବେ ।

ଯେକୌଣସି ବ୍ୟକ୍ତି ମଧ୍ୟ କରିପାରିବେ ଫ୍ୟାକ୍ଟ ଚେକ୍ :-

କୁହାଯାଉଛି ଯେ ଯଦି ଆପଣଙ୍କ ପାଖରେ ମଧ୍ୟ ଏହିପରି କୌଣସି ମେସେଜ ଆସେ, ତେବେ ଆପଣ ମଧ୍ୟ ତାର ଫ୍ୟାକ୍ଟ ଚେକ୍ କରାଇ ସତ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ https://factcheck.pib.gov.in/ କୁ ଯିବାକୁ ପଡିବ । ଏହାବ୍ୟତୀତ ଆପଣ ହ୍ୱାଟସଆପ ନମ୍ୱର୍ +918799711259 କିମ୍ବା ଇମେଲ pibfactcheck@gmail.com ରେ ମଧ୍ୟ ଭିଡ଼ିଓ ପଠାଇ ପାରିବେ ।

odia sambada
Comments (0)
Add Comment