ଜଣେ ମହିଳା ସେତେବେଳେ ସମ୍ପୂର୍ଣ୍ଣ ନାରୀ ହୋଇଥାଏ ଯେତେବେଳେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇ ଧରିଥାଏ|୯ ମାସ ପର୍ଯ୍ୟନ୍ତ ଛୁଆକୁ ଗର୍ଭରେ ଧରିବା ହେତୁ ମହିଳାଙ୍କୁ ଭାରତରେ ଦେବୀ ଭଳି ପୂଜା କରାଯାଏ|ବିବାହ ପରେ ସମସ୍ତ ଦମ୍ପତି ଶିଘ୍ର ସନ୍ତାନ ପ୍ରାପ୍ତି ଆଶା କରନ୍ତି|ଯେଉଁ ଲୋକଙ୍କ ସନ୍ତାନ ଟିଏ ପ୍ରାପ୍ତି ହୋଇନଥାଏ ତାର ପୀଡା ସେ ହିଁ କେବଳ ଜାଣେ|ମା ତ କେବଳ ଛୁଆ ପାଇଁ ଲାଳାୟିତ ହୋଇଥାଏ|କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦେଇଥାନ୍ତି|
ଏଥିମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ସହ ଲାଗି ରହିଥିବା ବାରବାଙ୍କୀ ଜିଲ୍ଲାରୁ ଗୋଟିଏ ମାମଲା ସାମନାକୁ ଆସିଛି|ଯେଉଁଠାରେ ଜଣେ ୨୨ ବର୍ଷିୟା ମହିଳା ଏକାସହ ୪ ଛୁଆ ଜନ୍ମ ଦେଇଛନ୍ତି|ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ମହିଳା ଜଣେ ପୁଅ ଓ ଚାରି ଝିଅଙ୍କୁ ଜନ୍ମ ଦେଇଛନ୍ତି|ଏକାସହ ୪ ଛୁଆ ଜନ୍ମ ହୋଇଥିବାରୁ ଅଞ୍ଚଳରେ ଚର୍ଚ୍ଚିତ ହୋଇଛି|
କହିରଖେ ନଗର କ୍ଷେତ୍ରର ଶୁକ୍ଲାଇ ଗାଁର ନିବାସୀ ମହମ୍ମଦ ଆଲମଙ୍କ ୨୨ ବର୍ଷିୟା ପତ୍ନୀ ନୂର ଆଲମ ଶୁକ୍ରବାର ସନ୍ଧ୍ୟାରେ ପଲ୍ହରୀ ସ୍ଥିତ ଅଜନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ|ଡାକ୍ତର ଅବରାର ଏକାସହ ୩ ଝିଅ ଓ ଗୋଟିଏ ପୁଅର ଡେଲିଭରି କରାଇଥିଲେ|ଡାକ୍ତର ଅନୁସାରେ ଜନ୍ମିତ ଗୋଟିଏ ଝିଅର ଓଜନ ୧ କିଗ୍ରା ୧୦୦ ଗ୍ରାମ୍ ଓ ପୁଅ ,ଦୁଇ ଝିଅଙ୍କ ଓଜନ ୧-୧ କିଲୋ ଯେଉଁମାନେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି|ଏକାସହ ୪ ଛୁଆକୁ ଜନ୍ମ ଦେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି|
ଏକାସହ ୪ ଛୁଆ ଜନ୍ମ ହୋଇଥିବା ହେତୁ ପରିବାର ଆନନ୍ଦିତ ଅଟେ|ଦାଦୀଙ୍କ କହିବାନୁଯାୟୀ ଏହି ନବଜତ ପିଲାଙ୍କ ବାପା ମୋହମ୍ମଦ ଆଲମ କୁଏତରେ ଚାକିରୀ କରେ ଯିଏ ପୂର୍ବ ଲକଡାଉନରେ ଆସି ଏଠାରେ ମହିଳାଙ୍କୁ ବିବାହ କରିଥିଲେ|ଦାଦି କହିଲେ ପୂର୍ବରୁ ଆମେ ଜାଣିଥୀଲୁ ୩ ଛୁଆ ହେବ କିନ୍ତୁ ୪ ଛୁଆ ହେବାପରେ ଆମେ ବହୁତ ଖୁସି ଅଟୁ|