ୟୁକ୍ରେନ ନେଲା ଋଷିଆ ଠାରୁ ବଡ ପ୍ରତିଶୋଧ ସବୁ ରାଗ ସୁଝେଇ ଦେଲା ଦେଖନ୍ତୁ କଣ କଲା ୟୁକ୍ରେନ କେମିତି ନେଲା ପ୍ରତିଶୋଧ

ତେବେ ପାଠକ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଋଷ ଓ ୟୁକ୍ରେନ ମଧ୍ୟ ରେ ଚାଲିଥିବା ଯୁଦ୍ଧ ସମ୍ପ୍ରକ ରେ ଜାଣି ଥିବେ । ଏଥି ମଧ୍ୟରେ ଋଷ ଉପରେ ୟୁକ୍ରେନ ନେଇଛି ବଡ଼ ବଦଲା । ଏଭଳି ବଦଲା ଯାହା ପୁଟିନ ଙ୍କ ନିଦ ହଜାଇ ଦେଇଛି । ଏଭଳି ବଦଲା ଯାହା ମସ୍କୋ ପାଇଁ ଚିନ୍ତା ର କାରଣ ହୋଇଛି । ୟୁକ୍ରେନ ଉପରେ ଋଷିଆ ସେନା ଭାରି ପଡୁ ଥିବା ବେଳେ ଏବେ ଠିକଣା ଜବାବ ଦେଇଛନ୍ତି ଜେନନ ସିକଙ୍ଗ ସୈନ୍ୟ ।

ୟୁକ୍ରେନ ସହ ଜାରି ଯୁଦ୍ଧ ଭିତରେ ରୁଷ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତି କରୁଛି । ଏହା ଜରିଆରେ ରୁଷ ନିଜ ସେନାରେ ଅଧିକ ସୈନିକ ଭର୍ତ୍ତି କରିବାକୁ ଯୋଜନା କରୁଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏଥିପାଇଁ ଏକ ଡିକ୍ରି ହସ୍ତାକ୍ଷର କରିଛନ୍ତି । ଏବେ ରୁଷ ସେନାରେ ଯବାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ । ୧,୩୭,୦୦୦ ଯବାନଙ୍କ ବର୍ଦ୍ଧିତ ସଂଖ୍ୟା ଅସନ୍ତା ବର୍ଷ ଜାନୁଆରୀ ଏକରୁ ଲାଗୁ ହେବ । ଉଲ୍ଲଖଯୋଗ୍ୟ ଯେ, ରୁଷ ଏବଂ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଛଅ ମାସ ହୋଇଛି ।

ପ୍ରତିଦିନ ରୁଷ ସେନାର ୧୦୦ ଜଣ ଯବାନଙ୍କ ମୃତ୍ୟୁ ହେଉଥିବା ଦାବି କରାଯାଉଛି । ଏହା ସତ୍ତ୍ୱେ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରି ନାହିଁ । ଏହାରି ଭିତରେ ରୁଷ ସେନା ଏବଂ ତାର ଅର୍ଥବ୍ୟବସ୍ଥା ଉଭୟ କେତେ ଦୁର୍ବଳ ତାହା ସାମନାକୁ ଆସିଛି । ଯୁଦ୍ଧ ଆରମ୍ଭ ହେବା ସମୟରେ ଆମେରିକା ଏବଂ ପାଶ୍ଚ୍ୟାତ ରାଷ୍ଟ୍ରର ବିଶେଷଜ୍ଞଙ୍କ କହିବା କଥା ଥିଲା, ରୁଷର ଉନ୍ନତ ସେନା ଆଗରେ ୟୁକ୍ରେନ ମାତ୍ର କିଛି ଦିନ ତିଷ୍ଠି ପାରିବ ନାହିଁ । ଅନ୍ୟପଟେ ଗତକାଲି ଟ୍ରେନ୍ ଉପରେ ଆକ୍ରମଣ କରି ୨୦୦ ୟୁକ୍ରେନ୍ ସୈନ୍ୟଙ୍କୁ ମାରିଥିବା ଦାବି କରିଥିଲା କ୍ରେମଲିନ୍ ।

ତେବେ ଏହାର ୨୪ ଘଣ୍ଟା ନପୁରୁଣୁ ଏହାର କଡା ଜବାବ୍ ଦେଇଛି ୟୁକ୍ରେନ ସେନା । ଆଉ ନେଲା ପ୍ରତିଶୋଧ । ଆଜି ଡୋନ୍ବାସରେ ପାରାଚୁଟ୍ ରେ ଥିବା ଏକ ହୋଟେଲ ଉପରେ ରକେଟ୍ ମାଡ଼ କରି ଏୟାର ଷ୍ଟ୍ରାଇକ୍ ଦ୍ଵାରା ୨୦୦ ରୁଷ୍ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରିଛି ୟୁକ୍ରେନ । ଆଉ ଏସବୁ ଭିତରେ କୁହାଯାଇ ପାରିବ ଯେ ଏକ ବଡ଼ ବିକିରଣ ବିପର୍ଯ୍ୟୟରୁ ଟିକକୁ ବର୍ତ୍ତିଗଲା ପୂରା ବିଶ୍ଵ ।

odia sambada
Comments (0)
Add Comment