ଦୁନିଆରେ ଏମିତି ଅନେକ କ୍ରିକେଟ ଦଳ ଅଛନ୍ତି, ଯାହାକୁ ଲୋକ ପସନ୍ଦ କରନ୍ତି ଓ ତାଙ୍କର ପରସ୍ପର ମଧ୍ୟରେ ମୁକାବିଲା ଦେଖି ରୋମାଞ୍ଚିତ ହୋଇଉଠନ୍ତି। କିନ୍ତୁ ଯେତେବେଳେ ଆମେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମୁକାବିଲା ସେତେବେଳେ ଏହାର ରୋମାଞ୍ଚ ଚରମ ସୀମାରେ ପହଞ୍ଚିଯାଏ। ଭାରତ ଓ ପାକିସ୍ତାନ ମଧ୍ୟରେ ୨୮ ଅଗଷ୍ଟକୁ ଏସିଆ କପରେ ମୁକାବିଲା ହେବ। ଏଥିପାଇଁ ପ୍ଲେଇଙ୍ଗ ଇଲେଭେନରେ ଅଧିନାୟକ ରୋହିତ ଶର୍ମା ଅନେକ ଷ୍ଟାର ଖେଳାଳିଙ୍କୁ ସ୍ଥାନ ଦେଇପାରନ୍ତି। ଆସନ୍ତୁ ଜାଣିବା, ଏହି ଖେଳାଳିଙ୍କ ବିଷୟରେ।
ଏହା ହେବ ଓପନିଂ ଯୋଡି:-
ପାକିସ୍ତାନ ବିରୁଦ୍ଧରେ ମୁକାବିଲା ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଲମ୍ବା ସମୟ ପରେ ଟି-୨୦ କ୍ରିକେଟକୁ ଫେରିଥିବା କେଏଲ ରାହୁଲ ଓପନିଂ କରିବେ। ଏହି ଦୁଇଜଣ ବିସ୍ଫୋଟକ ଖେଳାଳି ବ୍ୟାଟିଂରେ ମାହିର ଅଛନ୍ତି। ଏହି ଖେଳାଳିଙ୍କ ପାଖରେ ବଡ ଇନିଙ୍ଗ୍ସ ଖେଳିବାର ସମର୍ଥ ଅଛି। ନମ୍ବର ତିନିରେ ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନମ୍ବର ଆସେ। କୋହଲି ଏକ ବଡ ମ୍ଯାଚର ଖେଳାଳି ଅଟନ୍ତି। ପାକିସ୍ତାନ ବିରୁଦ୍ଧରେ ସବୁବେଳେ କୋହଲି ଭଲ ପ୍ରଦର୍ଶନ କରନ୍ତି।
ଏମିତି ହୋଇପାରେ ମିଡିଲ ଅର୍ଡର:-
ପାକିସ୍ତାନ ବିରୁଦ୍ଧରେ ନମ୍ବର ୪ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ସିରିଜରେ ଏକ ବଡ ତୁଫାନୀ ଇନିଙ୍ଗ୍ସ ଖେଳିଥିଲେ ଓ ଶତକ ମଧ୍ୟ ମାରିଥିଲେ। ସେ ଭଲ ବ୍ୟାଟିଂ କରନ୍ତି। ସେହିପରି ୱିକେଟକିପରଙ୍କ ଦାୟିତ୍ଵ ଋଷଭ ପନ୍ତ ନିଭାଇବେ। ପନ୍ତ ବର୍ତ୍ତମାନ ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ଅଟନ୍ତି। ଧଳା ବଲ କ୍ରିକେଟରେ ସେ ନିଜର ବ୍ୟାଟିଂରେ ବହୁତ ସୁଧାର ଆଣିଛନ୍ତି। ଛଅ ନମ୍ବର ପାଇଁ ଧାକଡ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିବ। ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ସାନଦାର ଫର୍ମରେ ଅଛନ୍ତି। ସେ ଭଲ ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି।
ରୋହିତଙ୍କୁ ଏହି ବୋଲରଙ୍କ ଉପରେ ଅଛି ଭରସା:-
ଦୁବାଇ ପିଚରେ ସବୁବେଳେ ସ୍ପିନର୍ସଙ୍କୁ ସାହାଯ୍ୟ ମିଳେ। ଏମିତିରେ ଅଧିନାୟକ ରୋହିତ ଶର୍ମା ତିନିଜଣ ସ୍ପିନର୍ସଙ୍କ ସହିତ ମଇଦାନଙ୍କୁ ଉଲ୍ହାଇବେ। ଏଥିରେ ରବୀନ୍ଦ୍ର ଜଡେଜା, ରବିଚନ୍ଦ୍ରନ ଅଶ୍ଵିନୀ, ଓ ଯୁଜୁବେନ୍ଦ୍ର ଚହଲ ସାମିଲ ଅଛନ୍ତି। ଜଡେଜା ଭଲ ବୋଲର ଓ ବ୍ୟାଟିଂ ସହିତ ଭଲ ଫିଲଡିଙ୍ଗ କରିବାରେ ମହାରଥୀ ଅଟନ୍ତି। ଦୃତ ବୋଲରଙ୍କ ଆକ୍ରମଣରେ ଭୁବନେଶ୍ବର କୁମାର ନଜର ଆସିବେ। ଭୁବନେଶ୍ବର କୁମାରଙ୍କ ସହିତ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ।
ଏହି ଖେଳାଳିଙ୍କୁ ବାହାରେ ବସିବାକୁ ହେବ:-
ପାକିସ୍ତାନ ବିରୁଦ୍ଧରେ ମ୍ଯାଚରେ ଦିନେଶ କାର୍ତ୍ତିକ, ଦୀପକ ହୁଡା ଓ ରବି ବିଶ୍ନୋଇଙ୍କୁ ସ୍ଥାନ ମିଳିବ ନାହିଁ। ଏମିତିରେ ଏହି ଖେଳାଳିଙ୍କୁ ବେଞ୍ଚରେ ବସିବାକୁ ହେବ। ଦିନେଶ କାର୍ତ୍ତିକ ବହୁତ ଭଲ ଫର୍ମରେ ଅଛନ୍ତି। ସେ ଭାରତ ପାଇଁ ଅନେକ ମ୍ଯାଚ ବିଜୟୀ ଇନିଙ୍ଗ୍ସ ଖେଳିଛନ୍ତି।
ପାକିସ୍ତାନ ବିରୁଦ୍ଧରେ ଭାରତର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ:-
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜଡେଜା, ରବିଚନ୍ଦ୍ରନ ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ