Student Election: ଭାରତରେ ପ୍ରତିବର୍ଷ କିଛି ନା କିଛି ନିର୍ବାଚନ ହୋଇଥାଏ । ନିର୍ବାଚନରେ ନେତା ଲୋକମାନଙ୍କୁ ଲୋଭ ଦେଖାଇବା ପାଇଁ ଯେକୌଣସି ସୀମା ପାର କରିପାରନ୍ତି । ବଡ ବଡ ନିର୍ବାଚନରେ ତ ଏପରି ହେବା ସାଧାରଣ କଥା ଅଟେ, କିନ୍ତୁ ବର୍ତ୍ତମାନ ଷ୍ଟୁଡେଣ୍ଟ ୟୁନିୟନର ନିର୍ବାଚନରେ ମଧ୍ୟ ଏପରି ହେବାକୁ ଲାଗିଛି । ରାଜସ୍ଥାନର ଭରତପୁରରୁ ଗୋଟିଏ ଅଜବ ପ୍ରକାରର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଛାତ୍ରସଙ୍ଘ ନିର୍ବାଚନରେ ଭୋଟ ମାଗିବା ପାଇଁ ପ୍ରାର୍ଥୀ ଝିଅମାନଙ୍କ ଗୋଡ଼ ଧରି ଗୁହାରି କରୁଥିବାର ଦେଖାଯାଉଛି । ପ୍ରାର୍ଥୀ ଛାତ୍ର ଛାତ୍ରୀଙ୍କ ହାତ ଯୋଡ଼ି ପାଦ ଧରି ଭୋଟ ମାଗୁଛନ୍ତି ।
ଛାତ୍ରସଂଘ ନିର୍ବାଚନର ହେଲା ଭୋଟିଙ୍ଗ :-
କୁହାଯାଉଛି ଯେ ଆଜି ରାଜସ୍ଥାନରେ ଅନେକ ୟୁନିଭରସିଟି ଏବଂ ସେମାନଙ୍କ କଲେଜରେ ଛତ୍ରସଂଘର ନିର୍ବାଚନ ଭୋଟିଙ୍ଗ ହେଉଛି । କରୋନା ମହାମାରୀ କାରଣରୁ ରାଜ୍ୟରେ ଛତ୍ରସଂଘ ନିର୍ବାଚନ ଦୁଇବର୍ଷ ଅନ୍ତରାଳ ପରେ ହେଉଛି । ରାଜ୍ୟର ମୁଖ୍ୟ ଶିକ୍ଷା ଅନୁଷ୍ଠାନ, ଜୟପୁରର ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ପ୍ରାୟ 20,700 ଛାତ୍ରଛାତ୍ରୀ ନିଜର ମତାଧିକାରର ବ୍ୟବହାର କରୁଛନ୍ତି । ଏକ ବିଶ୍ୱବିଦ୍ୟାଳୟ ମୁଖପାତ୍ର କହିଛନ୍ତି ଯେ ସାରା ରାଜ୍ୟରେ ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିନିଧୀ ଚୟନ କରିବାର ସୁଯୋଗ ମିଳିବ । ଅପରାହ୍ନ 1 ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ଏବଂ ଶନିବାର ଦିନ ଭୋଟ୍ ଗଣନା କରାଯିବ ।
ABVP ଏବଂ NSUI ମଧ୍ୟରେ ପ୍ରତିଯୋଗିତା :-
ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) ଏବଂ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ମଧ୍ୟରେ ହେଉଛି । ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ସଭାପତି ପଦ ପାଇଁ ଏନଏସୟୁଆଇରୁ ରିତୁ ବାରାଲା, ଏବିଭିପିରୁ ନରେନ୍ଦ୍ର ଯାଦବ, ସ୍ୱାଧୀନ ନିହାରିକା ଜୋରୱାଲ, ନିର୍ମଲ ଚୌଧୁରୀ, ପ୍ରତାପଭାନୁ ମୀନା ଏବଂ ହିତେଶ୍ୱର ବୈରବା ନିର୍ବାଚନ ପଡ଼ିଆରେ ଅଛନ୍ତି ।
ନିହାରିକା ରାଜ୍ୟ ସରକାରରେ ମନ୍ତ୍ରୀ ମୁରାରୀ ଲାଲ ମୀନାଙ୍କ ଝିଅ ଅଟନ୍ତି, ଯିଏ NSUI ଟିକେଟ୍ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମଙ୍ଗଳବାର ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ବେଳେ ଦୁଇ ଏବିଭିପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ତେବେ ପରେ ଉଭୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ରକୁ ବୈଧ ବୋଲି କୁହାଯାଇଥିଲା ।