ରୁଷ ବିରୋଧରେ ପ୍ରଥମଥର ଭାରତ ନେଲା ଏହି ପଦକ୍ଷେପ, କଣ କରିବେ ପୁଟିନ ?

ଭାରତ ପ୍ରଥମଥର ୟୁଏନର ସିକ୍ୟୋରିଟି କାଉନସିଲରେ ୟୁକ୍ରେନ ପକ୍ଷ ନେଇ ରୁଷ ବିରୋଧରେ ପ୍ରକ୍ରିୟାକରଣ ଭୋଟିଂ କରିଛି । ବାସ୍ତବରେ ରୁଷ ଏବଂ ୟୁକ୍ରେନରେ ଗତ କିଛି ମାସ ହେବ ଯୁଦ୍ଧ ଜାରି ରହିଛି । ଯେଉଁ କାରଣରୁ ଦୁନିଆର ଅନେକ ଦେଶ ଦୁଇ ଭାଗ ହୋଇ ଯାଇଛନ୍ତି । ଅନେକ ଦେଶ ଏହି ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କଲେ ତ ସେହିପରି ଆଉ କିଛି ଦେଶ ରୁଷ ସହ ଛିଡ଼ା ହୋଇଛନ୍ତି । କିନ୍ତୁ ଭାରତ ଆରମ୍ଭରୁ ହିଁ କୌଣସି ଗୋଟିଏ ଏବଂ ନିଜ ପକ୍ଷ ରଖିନାହିଁ । ଭାରତ ଲଗାତାର ଯୁଦ୍ଧକୁ ଭୁଲ ବୋଲି କହି କଥାବାର୍ତ୍ତା ମାଧ୍ୟମରେ ବିବାଦକୁ ସମାଧାନ କରିବାକୁ କହୁଛି ।

ଭୋଟିଂ ସମୟରେ ୟୁଏନର 15 ସଦସ୍ୟ ସୁରକ୍ଷା ପରିଷଦ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କୁ ଭିଡିଓ ଟେଲିକନଫରେନ୍ସ ମାଧ୍ୟମରେ ବୈଠକକୁ ସମ୍ବୋଧିତ କରିବାପାଇଁ ନିମନ୍ତ୍ରଣ କରିଛି । ବିଶେଷ କଥା ଏହା ଯେ ଯେବେଠୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି, ଏପରି ପ୍ରଥମଥର ହୋଇଛି ଯେ ଭାରତ ତରଫରୁ କୌଣସି ଗୋଟିଏ ପକ୍ଷରେ ଭୋଟିଂ କରାଯାଇଛି ।

ଚୀନ ଦେଲା ନାହିଁ ଭୋଟ :-

ୟୁଏନଏସସିରେ ବୈଠକର ଆରମ୍ଭରେ ୟୁଏନରେ ରୁଷର ରାଜଦୂତ ବସିଲି ନେବେଞ୍ଜୀୟା ମିଟିଂରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ଭିଡିଓ ଟେଲିକନଫରେନ୍ସ ମାଧ୍ୟମରେ ସାମିଲ ହେବାକୁ ନେଇ ପ୍ରକ୍ରିୟାକରଣ ଭୋଟିଂ ପାଇଁ ଅନୁରୋଧ କରିଛି । 13ଟି ଦେଶ ୟୁକ୍ରେନ ପକ୍ଷରେ ଭୋଟ ଦେଲେ, ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା । ସେହିପରି ରୁଷର ଭୋଟ ବିରୋଧରେ ଗଲା ଏବଂ ଚୀନ ତରଫରୁ ଭୋଟ ହିଁ ଦିଆଗଲା ନାହିଁ ।

ଋଷୀୟ ରାଜଦୂତ ନେବେଞ୍ଜୀୟା ମୋସନ ଆଣିବା ସମୟରେ କହିଛନ୍ତି ଯେ ରୁଷ ୟୁକ୍ରେନ ରାଷ୍ଟ୍ରପତିଙ୍କ ବୈଠକରେ ଭାଗିଦାରୀ ପାଇଁ ବିରୋଧ କରୁନାହିଁ, କିନ୍ତୁ ତାଙ୍କ ଭାଗିଦାରୀ ଏଠାରେ ଭିଡିଓ ଟେଲିକନଫରେନ୍ସ ମାଧ୍ୟମରେ ନୁହେଁ ବରଂ ବ୍ୟକ୍ତିଗତ ଭାବରେ ହେବା ଉଚିତ୍ ।

ଆରମ୍ଭରେ ଭାରତ କୌଣସି ଗୋଟିଏ ପକ୍ଷକୁ ଠିକ୍ କହିବାରୁ ବଞ୍ଚିତ ହେଉଥିଲା ଏବଂ ରୁଷ ପାଇଁ ନିଜର କଡ଼ା ପ୍ରତିକ୍ରିୟା ଦେଉନଥିଲା । ଏହି କାରଣରୁ ଆମେରିକା ଭଳି ଅନେକ ପଶ୍ଚିମ ଦେଶ ମଧ୍ୟ ଭାରତକୁ ନେଇ ଖୁସି ନଥିଲେ ।

ଏହାମଧ୍ୟରୁ ଭାରତ ଯେତେବେଳେ ରୁଷ ଠାରୁ ତେଲ କିଣିବା ଆହୁରି ଆରମ୍ଭ କଲା, ସେତେବେଳେ ପଶ୍ଚିମ ଦେଶ ଗୁଡ଼ିକର ଏହି ଅସନ୍ତୁଷ୍ଟତା ଅଧିକ ବଢ଼ି ଯାଇଥିଲା । ଏପରି ପରିସ୍ଥିତିରେ ପ୍ରଥମଥର ରୁଷ ବିରୋଧରେ ଭୋଟ ଦେଇ ଭାରତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବର୍ତ୍ତମାନ୍ ଏହା ଦେଖିବାର ବାକି ରହିଲା ଯେ ଭାରତକୁ ମିତ୍ର ଦେଶ କହୁଥିବା ରୁଷର ଏହି ପଦକ୍ଷେପ ଉପରେ କଣ୍ ପ୍ରତିକ୍ରିୟା ଆସିବ ।

odia sambada
Comments (0)
Add Comment