ଏସିଆ କପ୍ ପୂର୍ବରୁ ଭାରତୀୟ ଦଳରେ ଏଣ୍ଟ୍ରି କଲେ ଏହି ଘାତକ ବୋଲର,ବିବିସିଆଇ ଅଚାନକ ନେଲା ନିଷ୍ପତ୍ତି

୨୭ ଅଗଷ୍ଟ ଠାରୁ ୟୁଏଇରେ ଏସିଆ କପ ଆରମ୍ଭ ହେବାକୁ ଯାଉଅଛି|ଏଥିପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚି ଯାଇଛି|ଭାରତୀୟ ଦଳ ପ୍ରଥମ ମ୍ୟାଚ ୨୮ ଅଗଷ୍ଟ ପାକିସ୍ତାନ ବିପକ୍ଷରେ ଖେଳିବ|ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ବଡ ଖବର ଆସିଛି|ଭାରତୀୟ ଦଳରେ ଏହି ଘାତକ ବୋଲର ଏଣ୍ଟ୍ରି କରିଛନ୍ତି ,ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଂଶୀଦାର ଥିଲେ|

ଭାରତୀୟ ଦଳ ଓ ପାକିସ୍ତାନ ମଧ୍ୟରେ ଏହି ମୁକାବିଲା ଦୁବାଇ ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ|ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର କୂଳଦୀପ ସେନ ନେଟ୍ ବୋଲର ଦଳ ପାଇଁ ମନୋନୀତ ହୋଇଛନ୍ତି|ଏହି ବାମହାତୀ ଦ୍ରୁତ ବୋଲର ମଧ୍ୟପ୍ରଦେଶର ରେୱ ଜିଲ୍ଲାର ହରିହରପୁରରେ ଜନ୍ମିତ|ସେ ରାଜ୍ଯ ପାଇଁ ପ୍ରଥମ ଶ୍ରେଣୀ ଓ ଟି-୨୦ ଖେଳିଛନ୍ତି|

କୂଳଦୀପ ସେନଙ୍କ ବାପା ରାମପାଲ ସେନଙ୍କ ସିରମୋରର ଏକ ସେଲୁନ ରହିଛି|ତାଙ୍କ ଘର ପରିବାର ସେଥିରେ ଚଳେ|କୂଳଦୀପ ସେନଙ୍କୁ ରାଜସ୍ଥାନ ବେସ ପ୍ରାଇସ ୨୦ ଲକ୍ଷରେ କିଣିଥିଲେ|ସେ ୨୦୧୮ ରେ ଋଣଜୀ ଟ୍ରଫି ଜରିଆରେ ପଦାର୍ପଣ କରିଥିଲେ|ବିସିସିଆଇ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୀପକ ଚହର ବିଷୟରେ ଯେଉଁ ଗୁଜବ ଚାଲିଛି ଏକଥା ମିଛ,ସେ ଏବେ ଠିକ ଅଛନ୍ତି|କୂଳଦୀପ ନେଟ୍ ବୋଲର ଭାବେ ଜଡ଼ିତ|

କୂଳଦୀପକୁ ବିସିସିଆଇ ପକ୍ଷରୁ ଫୋନ ମାଧ୍ୟମରେ ୨୨ ଅଗଷ୍ଟକୁ ସୂଚନା ଦିଆଯାଇଥିଲା ଯେ ସେ ଭାରତୀୟ ଦଳ ପାଇଁ ବ୍ୟାକ ଅପ ଖେଳାଳି ଭାବେ ଚୟନିତ ହୋଇଛନ୍ତି|ଏହାପରେ ସେ ୨୩ ଅଗଷ୍ଟ ମୁମ୍ବାଇ ପହଞ୍ଚି ଦଳରେ ସାମିଲ ହୋଇଥିଲେ|ସେ ଆଇପିଏଲରେ ୧୪୯ କିମି ପ୍ରତି ଘଣ୍ଟା ବୋଲିଙ୍ଗ କରିଥିଲେ, ଏଥିପାଇଁ ଦଳ ଚୟନ କରିଛନ୍ତି|

ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ),କେ ଏଲ୍ ରାହୁଲ (ଉପ ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ,ଦୀପକ ହୁଡ୍ଡା,ଋଷଭ ପନ୍ଥ( ୱିକେଟ୍ କିପର),ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ରଵିଚନ୍ଦ୍ରନ ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିସ୍ନୋଇ, ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂ,ଆବେଶ ଖାନ୍

odia sambada
Comments (0)
Add Comment