Zomato ଦେଲିଭରି ବୟଙ୍କ ଠାରୁ ଛଡ଼ାଇନେଲେ ଖାଇବା ଏବଂ ଜୋତାରେ ପିଟିବାକୁ ଲାଗିଲେ ମହିଳା, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

Woman Thrashes Zomato Delivery Agent: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜଣେ ମହିଳାଙ୍କୁ ରାସ୍ତା ମଝିରେ ଜଣେ ଜୋମାଟୋ ଡେଲିଭରି ଏଜେଣ୍ଟକୁ ମାଡ ମାରିଥିବା ଦେଖାଯାଇଛି । ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଜଣେ ଟୁଇଟର ୟୁଜର @bogas04 ପୋଷ୍ଟ କରିଛନ୍ତି । ଟୁଇଟ୍ ଅନୁଯାୟୀ, ଡେଲିଭରି ପାର୍ଟନରଙ୍କୁ ଜଣେ ମହିଳା ବାରମ୍ବାର ମାଡ ମାରିଥିଲେ, ଯିଏକି ତାଙ୍କଠାରୁ ଅର୍ଡର ଛଡ଼ାଇ ନେଇଥିଲେ ଏବଂ ଜୋତାରେ ତାଙ୍କୁ ପିଟିଲେ । ଏହି ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ରେକର୍ଡ କରିଥିଲେ ।

ମହିଳା ଡେଲିଭରି ବୟଙ୍କୁ ଜୋତାରେ ପିଟିଲେ :-

ଯେଉଁ ବ୍ୟକ୍ତି ଖାଇବା ଅର୍ଡର କରିଥିଲେ, ସେ ଏ ବିଷୟରେ ନିଜ ଟୁଇଟ ମାଧ୍ୟମରେ କହିଛନ୍ତି । ସେ ଟୁଇଟରେ ଲେଖିଛନ୍ତି, ‘ ହାୟ @zomatocare @zomato, ମୋ ଅର୍ଡର ଦେଉଥିବା ସମୟରେ ଏକ୍ଜିକ୍ୟୁଟିଭ ସହିତ ମାରପିଟ କରାଗଲା । କୌଣସି ମହିଳା ତାଙ୍କ ଠାରୁ ଅର୍ଡର ନେଇଗଲେ ଏବଂ ତାଙ୍କୁ ନିଜ ଜୋତାରେ ପିଟିବା ଆରମ୍ଭ କରିଦେଲେ । ସେ କାନ୍ଦି କାନ୍ଦି ମୋ ଘରକୁ ଆସିଲେ ଏବଂ ଡରିଗଲେ ଯେ କାଳେ ତାଙ୍କ ଚାକିରି ଚାଲିଯିବ ।’ ଘଟଣାଟି ଅଗଷ୍ଟ 16 ର ବୋଲି କୁହାଯାଉଛି, କିନ୍ତୁ ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖାଯାଇପାରେ ଯେ ମହିଳାଙ୍କ ହାତରେ ଜୋତା ଏବଂ ସେ ଜୋମାଟୋ ଡେଲିଭରି ଏଯେଣ୍ଟଙ୍କୁ ମାରୁଛି ।

ୟୁଜର ଟୁଇଟ କରି ଦେଲେ ସୂଚନା :-

ଟୁଇଟର ଥ୍ରେଡରେ ୟୁଜର ଆଗକୁ କହିଛନ୍ତି ଯେ ଘଟଣା ବିଷୟରେ ଜଣାପଡିବା ପରେ ସେ ଜୋମାଟୋ କଷ୍ଟମର କେୟାରକୁ କଲ୍ କରିବାକୁ ଚେଷ୍ଟା କଲେ । ମୁଁ ସେମାନଙ୍କୁ କହିଲି ଯେ ମୋର ଅର୍ଡର ପାଇଁ ଚିନ୍ତା ନାହିଁ, ଆପଣଙ୍କ ପାର୍ଟନର ସହିତ ମାରପିଟ କରାଯାଇଛି, ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ । କିନ୍ତୁ ସେମାନେ ମତେ ରାଇଡରକୁ ରାଇଡର୍ ସପୋର୍ଟ ସହିତ ଯୋଗାଯୋଗ କରିବାକୁ କହିଲେ । ସେ ଚେଷ୍ଟା କଲେ, କିନ୍ତୁ ସେ କନ୍ନଡ ବୁଝିପାରିଲେ ନାହିଁ ଏବଂ ନିସନ୍ଦେହରେ ସେ ନିଜ ଚାକିରି ହରାଇବା ପାଇଁ ଡରୁଥିଲେ ।

ଜୋମାଟୋ ମଧ୍ୟ ଟୁଇଟ କରି ହେଲ୍ପ କରିବାକୁ କହିଲା :-

ୟୁଜର ଲେଖିଛନ୍ତି, ‘ ମୁଁ ଟୁଇଟ କରୁଛି, ଯେପରିକି ଡେଲିଭରି ଏକ୍ଜିକ୍ୟୁଟିଭଙ୍କୁ ନ୍ୟାୟ ଏବଂ ଚାକିରିର ସୁରକ୍ଷା ମିଳୁ । ମୁଁ ଗ୍ରାହକ ପ୍ରତିନିଧିଙ୍କୁ କହିଛି ଯେ ସେ ମତେ ନିଜ ସିନିୟର୍ ସହିତ କଥା କରାଇବେ, ଯେପରିକି ମୁଁ ତାଙ୍କୁ ଭଲଭାବେ ବୁଝାଇ ପାରିବି ।’ ଜୋମାଟୋ ଟୁଇଟ ଥ୍ରେଡର ଉତ୍ତର ଦେଲା, ‘ ନମସ୍କାର, ଏହାକୁ ସେୟାର କରିଥିବାରୁ ଧନ୍ୟବାଦ୍ । ଆମେ ଏହାର ଯାଞ୍ଚ କରୁଛୁ ।’

odia sambada
Comments (0)
Add Comment