ଗୋଟିଏ ଚାର୍ଜରରେ ଚାର୍ଜ ହେବ ସମସ୍ତ ମୋବାଇଲ , ନୂଆ ନିୟମ ଆଣୁଛନ୍ତି ମୋଦି,ଜାଣନ୍ତୁ ପୁରା ଖବର

ଦେଶର ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା କ୍ଷେତ୍ରରେ ଅନେକ ନୂଆ ନିୟମ ଲାଗୁ କରା ଯାଇଛି । ତେବେ ନିକଟରେ ମୋଦୀ ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ମୋବାଇଲ୍ ଫୋନ୍, ଲାପଟପ୍, ଇଲେକ୍ଟ୍ରିକ୍ ୱାଚ୍ ଭଳି ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ଗୋଟିଏ ସର୍ବଭାରତୀୟ ଚାର୍ଜର ମଡେଲ୍ ଆବିଷ୍କାର ହୋଇପାରେ । ଏନେଇ କେନ୍ଦ୍ର ସରକାର ବିଚାର ବିମର୍ଶ କରୁଥିବା ଜଣାପଡିଛି ।

ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଏକ ପ୍ୟାନେଲ୍ ଗଠନ କରାଯିବା ନେଇ ସୂଚନା ମିଳିଛି । ଦେଶରେ ଖୁବଶୀଘ୍ର ‘ୱାନ୍ ନେସନ, ୱାନ୍ ଚାର୍ଜର’ ନିୟମ ଲାଗୁ ହେବାକୁ ଯାଉଛି । ତେବେ ଏହି ‘ୱନ୍ ନେସନ, ୱାନ୍ ୱାର୍ଜର’ ନିୟମ ଲାଗୁ ହେଲେ ସାଧାରଣ ଜନତାଙ୍କୁ ଏହାର ବହୁତ ଫାଇଦା ମିଳିବ । ଆଜିକାଲି ମୋବାଇଲ ଫୋନର ଚାହିଦା ବହୁତ ବଢ଼ିଥିବା ବେଳେ ଘରେ ଘରେ ପ୍ରତ୍ୟେକ ସଦସ୍ୟଙ୍କର ଏକାଧିକ ଫୋନ୍ ରହିଛି ।

ମୋଦୀ ସରକାରଙ୍କର ଏହି ନୂଆ ନିୟମ ଲାଗୁ ହେଲେ ଗୋଟିଏ ଚାର୍ଜରରେ ବାପା, ମାଆ, ଭାଇ, ଭଉଣୀ, ପୂଅ, ବୋହୂ ସମସ୍ତଙ୍କର ଫୋନ୍ ଆରାମ ସେ ଚାର୍ଜ ହୋଇ ପାରିବ । ତେବେ ନୂଆ ନିୟମ ଅନୁଯାୟୀ, ସମସ୍ତ ଡିଭାଇସ୍ ପାଇଁ ଗୋଟିଏ ଚାର୍ଜର ରହିବ । ଅଲଗା ଅଲଗା ଫୋନ୍ କି ଲାପଟପ ପାଇଁ ଅଲଗା ଚାର୍ଜର ରଖିବାର ଆବଶ୍ୟକତା ପଡ଼ିବ ନାହିଁ । ପରିବାରର ସମସ୍ତ ସଦସ୍ୟଙ୍କ ଡିଭାଇସ ଗୋଟିଏ ଚାର୍ଜରରେ ଚାର୍ଜ ହୋଇପାରିବ ।

ଏହାଦ୍ୱାରା ସମସ୍ତ ପରିବାର ସଦସ୍ୟଙ୍କ ଏକାଧିକ ଚାର୍ଜର ପାଇଁ ଖର୍ଚ୍ଚ ହେଉଥିବା ଅତିରିକ୍ତ ଅର୍ଥ ବଞ୍ଚିପାରିବ । ତେବେ ଭାରତ ସହ କିଛି ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବାକୁ ଯାଉଛି । ସରକାର ସମସ୍ତ ବୈଦ୍ୟୁତିକ ଉପକରଣ ପାଇଁ ଏକ ସର୍ବଭାରତୀୟ ଚାର୍ଜର ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ଯଦି ଭାରତ ସରକାର ଏହି ନିୟମ ଲାଗୁ କରନ୍ତି, ତେବେ କିଛି ମୋବାଇଲ କମ୍ପାନୀଙ୍କୁ ଟାଇପ୍-ସି ପୋର୍ଟକୁ ବଦଳାଇବାକୁ ପଡ଼ିବ ।

odia sambada
Comments (0)
Add Comment