ମଧ୍ୟପ୍ରଦେଶର ଉଜେଇନରୁ ଗୋଟିଏ ବହୁତ୍ ଯନ୍ତ୍ରଣାଦାୟକ ଦୁର୍ଘଟଣା ହୋଇଗଲା । ଏଠାରେ ଉଜେଇନ ନିକଟସ୍ଥ ଥିବା ନଗଦାରେ ପିଲାମାନେ ବସିଥିବା ସ୍କୁଲ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ମାରିଦେଲା । ଧକ୍କା କାରଣରୁ ଭ୍ୟାନ ଦୁଇ ତିନିଥର ଓଲଟି ପଡ଼ିଗଲା । ଏହି ଦୁର୍ଘଟଣା ଏତେ ବଡ ଥିଲା ଯେ ଭ୍ୟାନ ପୁରା ଭାଙ୍ଗିଗଲା । ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଗଲା । ସେହିପରି 11 ଜଣ ଆହତ ହୋଇଗଲେ । ଏଥିମଧ୍ୟରୁ ତିନି ପିଲାଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଇଛି ।
ସ୍କୁଲ ଭ୍ୟାନକୁ ଟ୍ରକ୍ ମାରିଲା ଧକ୍କା :-
ବାସ୍ତବରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଉନହେଲ- ନାଗଦା ରାସ୍ତାରେ ହେଲା । ଦୁର୍ଘଟଣାର ଶିକାର ପିଲାମାନେ ଫାତିମା କନ୍ଭେଣ୍ଟ ସ୍କୁଲର ଥିଲେ । ଏଠାରେ ତୁଫାନ ଗାଡ଼ି ପିଲାମାନଙ୍କୁ ସ୍କୁଲରୁ ସେମାନଙ୍କ ଘରେ ଛାଡୁଥିଲା । ଏହି ଭ୍ୟାନରେ ଥିବା ଅଧିକାଂଶ ପିଲା ଉନହେଲ ଏବଂ ଆଖପାଖ ଗାଁର ଥିଲେ । ଭ୍ୟାନରେ ମୋଟ 15 ଜଣ ପିଲା ବସିଥିଲେ । ଏମାନଙ୍କ ବୟସ 3 ବର୍ଷରୁ 15 ବର୍ଷ ମଧ୍ୟରେ ଥିଲା ।
ପିଲାମାନଙ୍କ ଦ୍ଵାରା ଭରିଥିବା ଏହି ତୁଫାନ୍ ଗାଡ଼ିକୁ ଝିରନୀୟା ପାଖରେ ନାଗଦାରୁ ଆସୁଥିବା ଗୋଟିଏ ଟ୍ରକ ସାମ୍ନାରୁ ଜୋରରେ ଧକ୍କା ମାରିଛି । ଯେତେବେଳେ ଏହି ଦୁର୍ଘଟଣା ହେଲା, ସେତେବେଳେ ପିଲାମାନଙ୍କର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକ ସାହାଯ୍ୟ କରିବାକୁ ଦୌଡିଲେ । ସେ ଯେକୌଣସି ପ୍ରକାରେ ଓଲଟି ପଡ଼ିଥିବା ଭ୍ୟାନକୁ ଦଉଡ଼ି ସାହାଯ୍ୟରେ ସିଧା କଲେ । କିଛି ପିଲା ଗାଡ଼ି ଭିତରେ ଫସି ରହିଥିଲେ । ସେମାନଙ୍କୁ ବହୁତ୍ କଷ୍ଟରେ ବାହାର କରାଗଲା । ସମସ୍ତେ ଆହତ ପିଲାମାନଙ୍କୁ ତୁରନ୍ତ ହସ୍ପିଟାଲ୍ ମଧ୍ୟ ପଠାଇଲେ । ସେପଟେ ପୋଲିସ ମଧ୍ୟ ସୂଚନା ମିଳିବା ମାତ୍ରେ ହିଁ ଘଟଣାସ୍ଥଳରେ ସାହାଯ୍ୟ ପାଇଁ ଆସିଗଲେ ।
4ଜଣ ପିଲାଙ୍କ ମୃତ୍ୟୁ, 11 ଜଣ ଆହତ :-
11 ଜଣ ଆହତ ପିଲାମାନଙ୍କର ଉଜେଇନର ଅର୍ଥ, ସଂଜୀବନୀ, ଇନ୍ଦୋର ର ବମ୍ବେ ହସ୍ପିଟାଲ୍ ଏବଂ ନାଗଦାରେ ଚିକିତ୍ସା ଚାଲୁଛି । ଏଥିମଧ୍ୟରୁ ତିନି ଜଣଙ୍କର ପରିସ୍ଥିତି ଗୁରୁତର ରହିଛି । ଏହା ବ୍ୟତୀତ 4 ଜଣ ପିଲାଙ୍କର ମୃତ୍ୟୁ ହୋଇଯାଇଛି । ଏହି ପିଲାଙ୍କର ନାମ ହେଉଛି – ଇନାୟା(6 ବର୍ଷ ବୟସ), ଉମା(15), ଭାବ୍ୟଂଶ(13), ସୁମିତ (18) ।
ସେହିପରି ଦୁର୍ଘଟଣାରେ ଆହତ ପିଲାମାନଙ୍କର ନାମ ଅନୁଷ୍କା, ସୁମିତ, ଦର୍ଶନ, ବିର, ପ୍ରୀୟାନ୍ସି, ହିମାଂଶୁ, ତନିଶା, ଏଗୋ ସଦିପ ଶ୍ରେୟଂଶ, ନିହାରିକା, ଆଦିତ୍ୟ, ଉମା, ପର୍ବ ଅଟନ୍ତି । ଏହି ଦୁର୍ଘଟଣା ପରେ ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ମାମଲା ରୁଜ୍ଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଧକ୍କା ହେବାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଭ୍ୟାନର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।