ଚାକିରି ସହିତ କରନ୍ତୁ ଏହି ଛୋଟ କାମ ଏବଂ ପ୍ରତିମାସରେ ରୋଜଗାର କରନ୍ତୁ 20 ହଜାର ଟଙ୍କା, Jio ଦେଉଛି ଏହି ଅଜବ ଅଫର

ଆଜିକାଲି ଯୁଗରେ ସମସ୍ତେ ଚାକିରି ସହିତ କିଛି ଏକ୍ସଟ୍ରା ରୋଜଗାର କରିବାକୁ ଚେଷ୍ଟା କରିଥାନ୍ତି । ସ୍ୟାଲେରି ସହିତ ପକେଟ୍ ଖର୍ଚ୍ଚ ପାଇଁ କିଛି ପଇସା ମିଳିଗଲେ ଖୁସି କହିଲେ ନସରେ । Jio ଆପଣଙ୍କ ପାଇଁ ଏପରି ଅଫର ଆଣିଛି, ଯାହା ଦ୍ଵାରା ଆପଣ ପ୍ରତିମାସରେ 20 ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜର ଚାକିରି ଛାଡ଼ିବା ଆବଶ୍ୟକ ନାହିଁ । ଖାଲି ସମୟରେ ଆପଣ ଏକ୍ସଟ୍ରା ରୋଜଗାର କରିପାରିବେ । Reliance Jio ର JioPOS Lite ଆପ ୟୁଜରଙ୍କୁ ପଇସା ରୋଜଗାର କରିବାର ସୁଯୋଗ ଦେଇଥାଏ । ଏହାକୁ Jio Partner Programme ଅଧୀନରେ ଲଞ୍ଚ କରାଯାଇଛି । ଆସନ୍ତୁ ଜାଣିବା କିପରି ପଇସା ରୋଜଗାର କରିପାରିବେ ।

JioPOS Lite ଆପରେ ୟୂଜର୍ସ ଏହା ମାଧ୍ୟମରେ ପ୍ରୀପେଡ ରିଚାର୍ଜରେ କମିଶନ ନେଇପାରିବେ । ଏହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି । ଏହାକୁ ଆପଣଙ୍କୁ କେବଳ ଡାଉନଲୋଡ କରିବାକୁ ପଡ଼ିବ । ଏହି ଆପରୁ ୟୁଜର ଜିଓ ପାର୍ଟନର ତିଆରି କରିବା ଏବଂ ଜିଓ ଗ୍ରାହକଙ୍କ ପାଇଁ ପ୍ରୀପେଡ୍ ରିଚାର୍ଜ କରି ପଇସା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଏହି ଆପ ବିଷୟରେ ସବୁକିଛି ।

JioPOS Lite ଆପ :-

JioPOS Lite ଆପ ରିଚାର୍ଜ୍ କରିବାର ଗୋଟିଏ ପ୍ଲାଟଫର୍ମ ଅଟେ । ଏହା MyJio App ଭଳି ଅଟେ । JioPOS Lite ଆପ ରିଚାର୍ଜ୍ କରିବା ଉପରେ କମିଶନ ଦେଇଥାଏ । ଏହାର ରେଜିଷ୍ଟ୍ରେସନ ପ୍ରୋସେସ ବହୁତ୍ ସହଜ ଅଟେ । ଆପଣଙ୍କୁ ଏଥିପାଇଁ କୌଣସି ଫିଜିକାଲ ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ଆପଣଙ୍କ ପାଖରେ ଜିଓ ନମ୍ୱର୍ ଥିବା ଆବଶ୍ୟକ ।

ରିଚାର୍ଜ କରିବା ଦ୍ୱାରା ହେବ ରୋଜଗାର :-

ଯଦି ଆପଣଙ୍କ JioPOS Lite ଆପରେ ରିଚାର୍ଜ୍ କରନ୍ତି, ତେବେ ପ୍ରତ୍ୟେକ ରିଚାର୍ଜରେ 4.16 ପର୍ସେଣ୍ଟ କମିଶନ ମିଳିଥାଏ । ଅର୍ଥାତ୍ ଯଦି ଆପଣ ହଜାର ଟଙ୍କାର ରିଚାର୍ଜ୍ କରନ୍ତି, ତେବେ ଆପଣଙ୍କୁ 41.6 ଟଙ୍କା କମିଶନ ଭାବେ ମିଳିବ ।

ଆପକୁ କିପରି ଇନ୍ଷ୍ଟଲ କରିବେ ଏବଂ କିପରି କରିବେ ଆବେଦନ :-

1. ସର୍ବପ୍ରଥମେ ଆପଣଙ୍କୁ ଆପ ଡାଉନଲୋଡ୍ କରିବାକୁ ପଡ଼ିବ । ଗୁଗୁଲ୍ ପ୍ଲେ ଷ୍ଟୋରରେ JioPOS Lite ଆପ ସର୍ଚ୍ଚ କରନ୍ତୁ ଏବଂ ଇନ୍ଷ୍ଟଲ କରନ୍ତୁ ।

2. ଇନ୍ଷ୍ଟଲ ହେବା ପରେ ଆପଣଙ୍କ ସ୍କ୍ରିନ ଉପରେ କିଛି ଆକ୍ସେସ୍ ପାଇଁ ମେସେଜ ଆସିବ, ତାକୁ ଓକେ କରିଦିଅନ୍ତୁ । ତାପରେ ଜିଓ ପାର୍ଟନର ହେବାପାଇଁ ନିଜର ଜିଓ ନମ୍ୱର୍ ଏବଂ ଇମେଲ ଆଇଡିରୁ ଲଗିନ୍ କରନ୍ତୁ ।

3. ଲଗିନ ହେବାପରେ ଆପଣଙ୍କୁ ଆପର ୱାଲେଟରେ 500, 1000 କିମ୍ବା 2000 ଟଙ୍କା ଆଡ କରିବାକୁ ପଡ଼ିବ ।

4. ଏହାପରେ ଆପଣ ରିଚାର୍ଜ୍ କଲେ ତାର 4.16 ପର୍ଶେଣ୍ଟ ଫେରି ଆସିବ ।

5. ଏହି ଆପରେ ବ୍ୟାଙ୍କ୍ ଡିଟେଲ ମଗାଯାଏ ନାହିଁ, ଯେଉଁ ପଇସା ଫେରି ଆସିବ, ତାହା ୱାଲେଟରେ ଆଡ ହୋଇଯିବ । ଏହାର ବ୍ୟବହାର ଆପଣ ବାକି ରିଚାର୍ଜ ପାଇଁ ମଧ୍ୟ କରିପାରିବେ ।

odia sambada
Comments (0)
Add Comment