Turkey Major Crash: ସଡ଼କଦୁର୍ଘଟଣାରେ ଯେତେବେଳେ ଲୋକମାନେ ଆହତ ହୁଅନ୍ତି, ସେତେବେଳେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ଆମ୍ବୁଲାନ୍ସ ଆସେ ଏବଂ ସେମାନଙ୍କୁ ନେଇ ହସ୍ପିଟାଲ୍ ପର୍ଯ୍ୟନ୍ତ ପହଞ୍ଚାଇ ଜୀବନ ବଞ୍ଚାଇବାର କାମ କରିଥାଏ । ବର୍ତ୍ତମାନ୍ ଏପରି ଗୋଟିଏ ସଡ଼କଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକଙ୍କର ଜୀବନ ଚାଲିଗଲା । ତୁର୍କୀରେ ସର୍ବପ୍ରଥମେ ରାସ୍ତାରେ କାର ଦୁର୍ଘଟଣା ହେଲା, ତେଣୁ ଆମ୍ବୁଲାନ୍ସ ଆସିଲା ଏବଂ ତାପରେ କିଛି ଆହତ ଲୋକଙ୍କୁ ହସ୍ପିଟାଲ୍ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ଠିକ୍ ସେତିକିବେଳେ ଗୋଟିଏ ଅନିୟନ୍ତ୍ରିତ ବସ ଆସିଲା ଏବଂ ଅନେକ ଲୋକଙ୍କୁ ଦଳି ଚକଟି ଚାଲିଗଲା, ଯେଉଁଥିରେ ପ୍ରାୟ ତିନି ଡ୍ରଜନ ଲୋକଙ୍କ ଜୀବନ ଚାଲିଗଲା । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଦକ୍ଷିଣ ତୁର୍କୀରୁ ପ୍ରାୟ 250 କିଲୋମିଟର୍ ଦୂରରେ ହୋଇଥିବା ଏହି ଘଟଣାରେ ଅତି କମରେ 35 ଜଣ ଲୋକ ମରିଯାଇଛନ୍ତି ।
ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଲେ :-
ଗାଜିଆଣ୍ଟେପର ଦକ୍ଷିଣ-ପୂର୍ବ ପ୍ରଦେଶର ଆଞ୍ଚଳିକ ଗଭର୍ଣ୍ଣର ଡାଭୁଟ ଗୁଲ କହିଛନ୍ତି ଯେ ପୂର୍ବରେ ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଜରୁରୀକାଳୀନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ସମେତ ଘଟଣାସ୍ଥଳରେ 16 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ 20 ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ତୁର୍କୀ ସ୍ୱାସ୍ଥ୍ୟମନ୍ତ୍ରୀ ଫହାରଟିନ୍ କୋକା ପରେ ଅପଡେଟ୍ କରି କହିଛନ୍ତି ଯେ ମାର୍ଡିନରେ ହୋଇଥିବା ଏହି ଘଟଣାରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 29 ଜଣ ଲୋକ ଆହତ ହୋଇଛନ୍ତି ଏବଂ ଯେଉଁଥିରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଲ ଜଜିରା ଅନୁଯାୟୀ, ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 35 ଜଣ ଲୋକ ପ୍ରାଣ ହରାଇଛନ୍ତି ।
ଘଟଣାସ୍ଥଳରେ ଡ୍ରଜନ ଲୋକ ହେଲେ ଦୁର୍ଘଟଣାର ଶିକାର :-
ଗାଜିଆଣ୍ଟେପର ପୂର୍ବ ରାସ୍ତାରେ ଦୁର୍ଘଟଣା ସ୍ଥଳରେ ଥିବା ଗଭର୍ଣ୍ଣର ଡାଭୁଟ ଗୁଲ କହିଛନ୍ତି, ” ସକାଳ ପ୍ରାୟ 10:45 ସମୟରେ ଏଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେଇଗଲା । ଯେତେବେଳେ ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ ଏବଂ ଅନ୍ୟ ସହାୟକମାନେ ସାହାଯ୍ୟ କରିବାକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ, ଠିକ୍ ସେତିକିବେଳେ ବହୁତ୍ ସ୍ପିଡରେ ଥିବା ଗୋଟିଏ ଅନିୟନ୍ତ୍ରିତ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ସେ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ଅନିୟନ୍ତ୍ରିତ ବସ୍ ଦଳି ଚକଟି ଦେଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଲେ ।” ଧକ୍କା ହେବା ପରେ ବସକୁ ଓଲଟାଇ ଛାଡି ଦିଆଗଲା ।
ତୁର୍କୀର ଗୃହମନ୍ତ୍ରୀ କହିଲେ ଏହି କଥା :-
ଦୁର୍ଘଟଣାସ୍ଥଳର ଦୃଶ୍ୟରୁ ଜଣାପଡେ ଯେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଲୋକମାନେ ବହୁତ ଚେଷ୍ଟା କରିଥିଲେ । ଇଣ୍ଟରନେଟରେ ଲୋକମାନେ ଏହି ଘଟଣାକୁ ଏକ ‘ନରସଂହାର” ସହିତ ତୁଳନା କରିଛନ୍ତି । ତୁର୍କୀର ଗୃହମନ୍ତ୍ରୀ ସୁଲେମାନ ସୋଏଲୁ ନିଜ ଫେସବୁକ ପେଜରେ ଏକ ବୟାନ ଜାରୀ କରିଛନ୍ତି । ସେ ଲେଖିଛନ୍ତି, ” ଆମେ ଏହି କ୍ଷତି କାରଣରୁ ବହୁତ୍ ଦୁଃଖିତ ।”