ବିବାହ ପରେ ଅନେକ ଲୋକଙ୍କୁ ଅନୁତାପ କରିବାକୁ ପଡେ । ସ୍ତ୍ରୀ ସେମିତି ହୋଇନଥାଏ, ସେ ଯେମିତି ଭାବୁଥାନ୍ତି । ତାପରେ କିଛି ମହିଳା ଧୋକା ଦେଇ ମଧ୍ୟ ବିବାହ କରନ୍ତି । ଯେପରି କୌଣସି ଲୁଟେରୀ କନ୍ୟା କିମ୍ବା ପୂର୍ବରୁ ବିବାହିତା ମହିଳା ଇତ୍ୟାଦି । କିନ୍ତୁ ଉତ୍ତରପ୍ରଦେଶର କାନପୁରରେ ଜଣେ ବୃଦ୍ଧ ଡାକ୍ତର ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ସେ ଯେଉଁ ମହିଳାଙ୍କ ସହ ବିବାହ କରିଛନ୍ତି, ସେ ପ୍ରକୃତରେ ଜଣେ କିନ୍ନର ଅଟେ ।
ଦ୍ୱିତୀୟ ବିବାହ କରିବା ଭାରି ପଡ଼ିଲା, ସ୍ତ୍ରୀ ବାହାରିଲା କିନ୍ନର :-
ବାସ୍ତବରେ ପୀଡିତ ବ୍ୟକ୍ତିଙ୍କ ନାମ ଡାକ୍ତର ବୃଦ୍ଧ ସତ୍ୟପ୍ରକାଶ ବର୍ମା ଅଟନ୍ତି । ସେ କାନପୁରର ବିଧନୁ ଥାନା ଅଞ୍ଚଳର ଗ୍ରାମ ଭାରୁ ବଙ୍ଗଳାରେ ରୁହନ୍ତି । ତାଙ୍କର ପ୍ରଥମ ସ୍ତ୍ରୀର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ଏପରି ପରିସ୍ଥିତିରେ ସଂପର୍କୀୟମାନେ କହିବାରୁ ସେ ଦ୍ୱିତୀୟ ସ୍ତ୍ରୀ ଖୋଜୁଥିଲେ । ତାଙ୍କୁ ଏହି ସମୟରେ ଅନିତା କଶ୍ୟପ ନାମକ ଜଣେ ମହିଳା ମିଳିଲେ । ସେ 2017 ମସିହାରେ ତାଙ୍କ ସହ ବିବାହ କଲେ ।
ବିବାହର କିଛି ଦିନ ପରେ ବୃଦ୍ଧ ଜାଣିଲେ ଯେ ତାଙ୍କ ସ୍ତ୍ରୀ ଜଣେ କିନ୍ନର । ଯେତେବେଳେ ସେ ଏହାକୁ ବିରୋଧ କଲେ, ସେତେବେଳେ ଅନିତାଙ୍କ ଘରଲୋକେ ତାଙ୍କ ଘରକୁ ଆସିଗଲେ ଏବଂ ସେମାନେ ଘର ଏବଂ କ୍ଲିନିକ ଉପରେ କବଜା କଲେ । ବିରୋଧ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ । ଅନିତା ବୃଦ୍ଧ ଡାକ୍ତର ଉପରେ ସବୁ ପ୍ରପର୍ଟି ତା ନାମରେ କରିବାକୁ ଚାପ ପକାଉଥିଲା ।
ଘର ଏବଂ କ୍ଲିନିକ ଉପରେ କରିନେଲେ କବଜା :-
ଅନିତା ଡାକ୍ତରଙ୍କ କ୍ଲିନିକ ଉପରେ କବଜା କରିନେଇଛି । ବର୍ତ୍ତମାନ୍ ସେ ହିଁ ଏହାକୁ ଚଳାଉଛି । ଡାକ୍ତର କହିଛନ୍ତି ଯେ କାଲି ଯଦି କୌଣସି ରୋଗୀକୁ କିଛି ହୋଇଯିବ, ତେବେ ଏଥିପାଇଁ କିଏ ଦାୟୀ ରହିବ ? ଅନିତା ଏବଂ ତା ବାପଘର ଲୋକେ ବୃଦ୍ଧଙ୍କୁ ତାଙ୍କ ଘରୁ ହିଁ ବାହାର କରିଦେଇଛନ୍ତି । ବର୍ତ୍ତମାନ୍ ସେ ନିଜର ଘର ଥାଇ ମଧ୍ୟ ରାସ୍ତାରେ ରହିବାକୁ ବାଧ୍ୟ ଅଟନ୍ତି ।
ବୃଦ୍ଧ ଡାକ୍ତର ବର୍ତ୍ତମାନ ସୁଦ୍ଧା ଅନେକ ବଡ ଅଫିସର୍ ଏବଂ ପୋଲିସ ଥାନାକୁ ଯାଇଛନ୍ତି । କିନ୍ତୁ ତାଙ୍କର ସମସ୍ୟାର କୌଣସି ସମାଧାନ ବାହାରିଲା ନାହିଁ । ସେ କହିଛନ୍ତି ଯେ ଯଦି ମତେ ଶୀଘ୍ର ନ୍ୟାୟ ମିଳିବ ନାହିଁ, ତେବେ ମୁଁ ଆତ୍ମହତ୍ୟା କରିବି । ତେବେ ପୋଲିସ ଅଧିକାରୀମାନେ ତାଙ୍କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶ୍ଵାସନା ଦେଇଛନ୍ତି ।