ଫୁଟବଲର ଗୋଟିଏ କିକରେ ମାରି ତଳେ ପକାଇଦେଲେ ଉଡୁଥିବା ପ୍ଲେନ, କୌତୁହଳ ଅଟେ ପଡ଼ିଆରେ ହୋଇଥିବା ଏହି ଘଟଣା

Footballer Brought Down a Flying Plane : କିଛି ଖେଳ ଏତେ ଏନର୍ଜି ସହିତ ରହିଥାଏ ଯେ ଏହାର ଖେଳାଳୀ ଯୋସରେ କିଛି ବି କରିପାରନ୍ତି । ଆପଣ ବକ୍ସିଂ ଏବଂ ରେସ୍ଲିଂ ଭଳି ଗେମ୍ସରେ ବଳର ପ୍ରଦର୍ଶନ ଦେଖିଥିବେ, କିନ୍ତୁ ଫୁଟବଲ ଏବଂ କ୍ରିକେଟରେ ମଧ୍ୟ ଖେଳାଳି ବେଳେବେଳେ ଏପରି କରନ୍ତି ଯେ ଲୋକଙ୍କର ବର୍ଷ ବର୍ଷ ପର୍ଯ୍ୟନ୍ତ ଖେଳ ମନେ ରୁହେ । ଏପରି କିଛି କରିଛନ୍ତି ପରାଗବେର ଫୁଟବଲର 17 ବର୍ଷ ବୟସରେ, ଯେତେବେଳେ ତାଙ୍କ ଫୁଟବଲ ପ୍ରାକଟିସ ରାସ୍ତାରେ ଗୋଟିଏ ଉଡୁଥିବା ପ୍ଲେନ ଆସି ଯାଇଥିଲା ।

ଆପଣ ଛାତ ଉପର ଦେଇ ପ୍ଲେନ ଯାଉଥିବାର ଦେଖିଥିବେ । ଅନେକଥର ଏହି ପ୍ଲେନ ଏତେ ପାଖରେ ଯାଇଥାଏ ଯେ ତାକୁ ସ୍ପଷ୍ଟ ଭାବରେ ଦେଖାଯାଇପାରେ । ଅବଶ୍ୟ ଏହା ଏତେ ବି ପାଖରେ ନଥାଏ ଯେ କୌଣସି ଜିନିଷ ଡେଇଁ ସେ ପର୍ଯ୍ୟନ୍ତ ପହଞ୍ଚିପାରିବ । ଏପରି ଚମତ୍କାର ଜଣେ ଫୁଟବଲର 60 ବର୍ଷ ପୂର୍ବେ କରି ଦେଖାଇଥିଲେ, ଯେତେବେଳେ ସେ ନିଜର ଗୋଟିଏ ସଟ ଦ୍ଵାରା ଆକାଶରେ ଉଡୁଥିବା ପ୍ଲେନକୁ ମାରି ପକାଇ ଦେଇଥିଲେ ।

ଫୁଟବଲର ଏମିତି ସଟ ମାରିଲେ ଯେ ଖସିଲା ପ୍ଲେନ :-

ଆଜିକୁ 80 ବର୍ଷର ହେବାକୁ ଯାଉଥିବା ଫୁଟବଲର ରବର୍ଟ ଗ୍ରାବ୍ରିଏଲ୍ ଟ୍ରାଏଗୋଙ୍କ ବୟସ ସେତେବେଳେ 17 ବର୍ଷ ଥିଲା । ସେ General Genes football club of Asuncion ରେ ଖେଳୁଥିଲେ । କିଛି ଲୋକ କୁହନ୍ତି ଯେ ସେ ପ୍ରାକଟିସ ମ୍ୟାଚ୍ ଖେଳୁଥିଲେ ତ ଆଉ କିଛି ଲୋକ କୁହନ୍ତି ଯେ ଗୋଟିଏ ଅଫିସିଆଲ୍ ଗେମ୍ ସମୟରେ ଗୋଟିଏ ଛୋଟ ପ୍ଲେନ ଲଗାତାର ଲୋ ଲେଭଲରେ ଉଡୁଥିଲା । ପ୍ଲେନ ଦ୍ଵାରା ହଇରାଣ ହୋଇ ଟ୍ରାଏଗୋ ଫୁଟବଲକୁ ଏତେ ଜୋରରେ କିକ ମାରିଲେ ଯେ ତାହା ସିଧା ଯାଇ ପ୍ଲେନର ଇଞ୍ଜିନରେ ଲାଗିଗଲା ଏବଂ ପ୍ଲେନ ଖୋଲା ପଡ଼ିଆରେ କ୍ରାସ୍ ହୋଇଗଲା । ଏହି ଘଟଣା ପଡିଆ ଠାରୁ ମାତ୍ର 200 ମିଟର ଦୂରରେ ହୋଇଛି ।

ବର୍ତ୍ତମାନ୍ 80 ବର୍ଷର ହୋଇ ଯାଇଛନ୍ତି ରବର୍ଟ :-

ସ୍ପାନିସ ନ୍ୟୁଜ ଏଜେନ୍ସି EFE ସହ କଥାବାର୍ତ୍ତା କରି ରବର୍ଟ କହିଛନ୍ତି ଯେ ପ୍ରତିଦିନ ପ୍ଲେନକୁ ପଡିଆ ନିକଟରେ ଉଡ଼ାଉଥିବା ବ୍ୟକ୍ତି ତାଙ୍କର ପରିଚିତ ଥିଲେ । ସେ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ସେ ଏପରି ନ କରନ୍ତୁ, ନଚେତ୍ କୌଣସି ଦିନ ଫୁଟବଲର ହାଇ ଭୋଲ୍ଟେଜ ସଟ ଦ୍ଵାରା ସେ ପ୍ଲେନକୁ ତଳେ ପକାଇ ଦେବେ । ତେବେ କାହାକୁ ବିଶ୍ୱାସ ନଥିଲା ଯେ ରବର୍ଟ ଏପରି କରିପାରିବେ । କିନ୍ତୁ ସେ 1957 ରେ ଫେବୃଆରୀ ମାସର ଦିନେ ସକାଳେ ଏହା କରି ଦେଖାଇଥିଲେ । କ୍ରୋଧିତ ରବର୍ଟ ବଲକୁ ସିଧା ଉପର ଆଡ଼କୁ ଫିଙ୍ଗିଲେ । ଏହାପରେ ପ୍ଲେନ କ୍ରାସ ହେବା କାରଣରୁ ସେ ବିଚଳିତ ହୋଇଗଲେ । ଯେତେବେଳେ ସେ ଜାଣିଲେ ଯେ ପାଇଲଟ ସୁରକ୍ଷିତ ଅଛନ୍ତି, ସେତେବେଳେ ତାଙ୍କ ଦେହରେ ଜୀବନ ପଶିଲା । ବର୍ତ୍ତମାନ୍ The General Genes Club ତ ରହିନାହିଁ, କିନ୍ତୁ ଏହାର ଘଟଣା ଆଜି ବି ପ୍ରସିଦ୍ଧ ଅଟେ ।

odia sambada
Comments (0)
Add Comment