ଟ-୨୦ ବିଶ୍ଵକପ: ଭାରତର ସବୁଠୁ ବଡ ଦୁର୍ବଳତା

ଆଉ କିଛି ମାସ ପରେ ଟି-୨୦ ବିଶ୍ଵକପ। ପ୍ରସ୍ତୁତ ହେଉଛନ୍ତି ଦଳ ଓ ଉତ୍ସାହିତ ହେଉଛନ୍ତି କ୍ରିକେଟପ୍ରେମୀ। ଏଥର ଭାରତ ବିଶ୍ଵକପ ଚମ୍ପିୟାନ ପାଇଁ ପ୍ରବଳ ଦାବିଦାର। କିନ୍ତୁ ବାଧକ ସାଜିପାରେ ଭାରତର ଏହି ବଡ ଦୁର୍ବଳତା। ଅନ୍ୟ ଦଳପରି ଭାରତ ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ ପାଇଁ ନିଜର ପ୍ରସ୍ତୁତି ଜାରି ରଖିଛି। ମାତ୍ର ବ୍ଯସ୍ତବହୁଳ ଆନ୍ତର୍ଜାତୀୟ କ୍ଯାଲେଣ୍ଡର ଖେଳାଳୀଙ୍କୁ ୧୦୦ ପ୍ରତିଶତ ପ୍ରସ୍ତୁତ ହେବାକୁ ଦେବନାହିଁ। ଏଥିପାଇଁ ଭଲ ଫଳାଫଳ ପାଇଁ ଟେକ୍ନିକାଲ ସ୍ମାର୍ଟନେସ ଓ ଅନୁଭବ ଉପରେ ଧ୍ୟାନ ଦେବାକୁ ପଡିବ।

ଗତ ଏକ-ଦୁଇ ଦଶନ୍ଧିରେ ସମଗ୍ର ଦେଶରେ ଲିଗସଂଖ୍ୟା ବଢିଚାଲିଥିବା ସମୟରେ କ୍ରିକେଟର ବଇଶିକିକାରଣ ଚରଣରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଏବେ ମଧ୍ୟ ଖେଳିବା ସ୍ଥିତି ମାମଲାରେ ବହୁତ ଭିନ୍ନ ରହିଛି। ଭାରତ ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆ ସହିତ ଖେଳିବ। ସେତେବେଳେ ବିଶେଷ ଜିନିଷ ଉପରେ ଶ୍ୟାନ ଦେବାକୁ ହେବ। ସ୍ପିନରଙ୍କ ପାଇଁ କମ ଉପଯୋଗୀ ଓ ଦୃତ ବୋଲରଙ୍କ ପାଇଁ ବାଉନ୍ସ ଆବଶ୍ୟକ। ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଭଲ ସଟ ଏବଂ ବରାବର ରନ କରିବା ଉପରେ ଧ୍ୟାନ ଦେବାକୁ ହେବ।

ଅନେକ ଅଣ-ଭାରତୀୟ ଖେଳାଳୀ ବିଗ-ବାସ ଲିଗ ଖେଳନ୍ତି। ତେଣୁ ଖେଳାଳୀମାନେ ଅଷ୍ଟ୍ରେଲିଆର ପାଣିପାଗ ସହିତ ବହୁତ ପରିଚିତ ଥାନ୍ତି। ମାତ୍ର ଭାରତୀୟ ଖେଳାଳୀଙ୍କୁ ଏହି ବିଗ-ବାସ ଲିଗ ଖେଳିବାକୁ ଅନୁମତି ନାହିଁ। ସେମାନେ କେବାଳ ଆଇପିଏଲ ଓ ସଇଦ-ମୁସ୍ତାକ-ଅଲ୍ଲୀ ଟ୍ରଫି ଓ ଘରୋଇ ସିରିଜ ଖେଳିପାରିବେ। ସେଥିପାଇଁ ବିଶ୍ଵକପ ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିବ।

ବର୍ତ୍ତମାନ ଭାରତୀୟ ଦଳ ଜିମ୍ବାୱେ ସହିତ ଖେଳୁଛି। ଅଗଷ୍ଟ ୨୭ ତାରିଖରୁ ୟୁଏଇରେ ଏସିଆ କପ ଆରମ୍ଭ ହେବାକୁ ଯାଉଛୁ। ତାପରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହିତ ଘରୋଇ ମ୍ଯାଚ ଖେଳିବ। ଏଥିରେ ୬ଟି ଟି-୨୦ ଓ ୩ଟି ଦିନକିଆ ସାମିଲ ଅଛି। ଏହି ମ୍ଯାଚରେ କୋଚ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କର ରଣନୀତିକୁ ଦେଖିବାକୁ ପଡିବ। ବିଶ୍ଵକପରେ ପାକିସ୍ତାନ ସହିତ ଖେଳିବା ପୂର୍ବରୁ ଭାରତକୁ ୨ଟି ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଭାରତୀୟ ଦଳକୁ ଏହାର ସଦୁପଯୋଗ କରିବାକୁ ପଡିବ।

odia sambada
Comments (0)
Add Comment