ମୁକେଶ ଅମ୍ବାନୀ ସବୁବେଳେ କୁହନ୍ତି ଯେ ସେ ଆଜି ଯେଉଁ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି, ତାର ଶ୍ରେୟ ସେ ନିଜର ପରିବାରର ଯୋଗଦାନକୁ ଦେଉଛନ୍ତି । କୁହାଯାଏ ଯେ ସେ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି, ସେ ନିଜ ମାଙ୍କ ଆଶୀର୍ବାଦ ବିନା ଘରୁ ବାହାରନ୍ତି ନାହିଁ । ସେ ନୀତା ଅମ୍ବାନୀଙ୍କୁ ମଧ୍ୟ ପ୍ରତିଦିନ ସମୟ ଦେଇଥାନ୍ତି । କେବଳ ଏତିକି ନୁହେଁ, ସେ ପ୍ରାୟତଃ ସଣ୍ଡେକୁ ଫ୍ୟାମିଲି ଡେ ମଧ୍ୟ କୁହନ୍ତି । ମୁକେଶ ଅମ୍ବାନୀ, ଯିଏକି ଦୁନିଆର ଟପ୍ 10 ସବୁଠାରୁ ଧନୀ ଶିଳ୍ପପତିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ନିଜ ବାପା ଧୀରୁଭାଇଙ୍କ ଦ୍ଵାରା ଅତ୍ୟଧିକ ପ୍ରେରିତ ଏବଂ ପ୍ରଭାବିତ ଅଟନ୍ତି ।
କୁହାଯାଏ ଯେ ଧୀରୁଭାଇ ଅମ୍ବାନୀ ଭାରତରେ ବ୍ୟବସାୟ କରିବାର ପଦ୍ଧତିକୁ ବଦଳାଇ ଦେଇଛନ୍ତି । ଗୁଜୁରାଟର ଚୋରୱାଡରେ ଜନ୍ମ ହୋଇଥିବା ଧୀରୁଭାଇଙ୍କ ବାପା ଗାଁର ସ୍କୁଲ ଶିକ୍ଷକ ଥିଲେ । କିନ୍ତୁ ସେ ନିଜେ ଏତେ ବଡ଼ ସଫଳତା ହାସଲ କରିଥିଲେ । ହାଇସ୍କୁଲ ପର୍ଯ୍ୟନ୍ତ ପଢିଥିବା ଧୀରୁଭାଇ ଜୀବନକୁ ଏତେ ଭଲ ଭାବରେ ବୁଝିଥିଲେ ଯେ ସେ ନିଜର ଶିଳ୍ପ ସାମ୍ରାଜ୍ୟ ଠିଆ କରିଦେଲେ ।
ଖବର ଅନୁଯାୟୀ, ସେ ମାତ୍ର 500 ଟଙ୍କା ନେଇ ସ୍ୱପ୍ନର ଦୁନିଆ ମୁମ୍ବାଇ ସହରରେ ଏଣ୍ଟ୍ରି କରିଥିଲେ । ଏହାସହିତ 2006 ମସିହାରେ ଧୀରୁଭାଇଙ୍କୁ ଫୋର୍ବସ୍ ଦ୍ୱାରା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ 138 ତମ ସ୍ଥାନ ଦିଆଯାଇଥିଲା । ତାଙ୍କୁ ଅନୁସରଣ କରି ବଡ ପୁଅ ମୁକେଶ ଅମ୍ବାନୀ ବ୍ୟବସାୟକୁ ଆଗକୁ ନେଇ ତାଙ୍କ ନାମ ରଖିଥିଲେ । ପ୍ରାୟ 81 ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ ମୁକେଶ ଅମ୍ବାନୀ ତାଙ୍କ ବାପାଙ୍କ 5 ଟି କଥାକୁ ବର୍ତ୍ତମାନ ସୁଦ୍ଧା ମନେ ରଖିଛନ୍ତି । ତାଙ୍କ କହିବାନୁସାରେ, ଧୀରୁଭାଇ ସବୁବେଳେ କହୁଥିଲେ ଯେ ଜଣେ ଭଲ ବ୍ୟବସାୟୀ ଜାଣିବା ଉଚିତ ଯେ ତାଙ୍କର ଲକ୍ଷ୍ୟ କ’ଣ ? ସେ କହିଛନ୍ତି ଯେ ଲକ୍ଷ୍ୟ ସ୍ଥିର ନକରି ଜଣେ ବ୍ୟକ୍ତି ଯେତେ ପରିଶ୍ରମ କଲେ ମଧ୍ୟ ସେ ସଫଳତା ପାଇପାରିବ ନାହିଁ ।
ଏକ ଇଣ୍ଟରଭୀୟୁରେ ମୁକେଶ ଅମ୍ବାନୀ କହିଥିଲେ ଯେ ଧୀରୁଭାଇ ଅମ୍ବାନୀ ବହୁତ ପ୍ରଫେସନାଲ ଥିଲେ । ଏପରିକି କାର୍ଯ୍ୟରେ ମଧ୍ୟ ସେ ସମ୍ପର୍କକୁ ଏକ ସହଭାଗୀତା ବୋଲି କହିଥିଲେ । ତାଙ୍କ ବାପା କହୁଥିଲେ ଯେ ଭାଗିଦାରୀ ବ୍ୟବସାୟରେ କାମ କରେ, ସମ୍ପର୍କ ନୁହେଁ । ମୁକେଶ ଅମ୍ବାନୀ କହିଛନ୍ତି ଯେ ଧିରୁଭାଇ ପିଲାମାନଙ୍କୁ ବ୍ୟବସାୟିକ ଅଂଶୀଦାର ଭାବରେ ମଧ୍ୟ ବିବେଚନା କରିଥିଲେ । ଧୀରୁଭାଇ ଅମ୍ବାନୀ ମତ ରଖିଥିଲେ ଯେ ଜଣେ ବ୍ୟକ୍ତି ଯାହା ବି କରନ୍ତି, ସେଥିରେ ସକରାତ୍ମକ ମନୋଭାବ ରହିବା ଅତ୍ୟନ୍ତ ଜରୁରୀ ଅଟେ । ତାଙ୍କ କହିବାନୁସାରେ, କେବଳ ସେହି ଲୋକମାନେ ସଫଳ ହୁଅନ୍ତି, ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜର ମନୋଭାବକୁ ସକାରାତ୍ମକ ରଖନ୍ତି । ତାଙ୍କ ଅନୁଯାୟୀ, ନକାରାତ୍ମକତାରେ ପରିପୂର୍ଣ୍ଣ ଲୋକମାନେ ସବୁଠାରେ ଅଛନ୍ତି, ତେଣୁ ସେମାନଙ୍କଠାରୁ ଦୂରରେ ରହିବା ଭଲ ଅଟେ ।
ମୁକେଶ ଅମ୍ବାନୀଙ୍କ ବାପାଙ୍କ କହିବା ଅନୁଯାୟୀ, ସଫଳତା ହାସଲ କରିବା ଗୋଟିଏ ବାମ ହାତର ଖେଳ ନୁହେଁ । କେତେବେଳେ ହାରିବେ ତ ଆଉ କେତେବେଳେ ଅସଫଳ ହେବେ । କିନ୍ତୁ ନିରାଶ ହୁଅନ୍ତୁ ନାହିଁ ଏବଂ ଏଥିରୁ ଶିଖନ୍ତୁ ଓ ସବୁ ସମସ୍ୟାକୁ ସାମ୍ନା କରନ୍ତୁ । ବ୍ୟବସାୟରେ ସଫଳତା କେବଳ ଜଣେ ବ୍ୟକ୍ତିଙ୍କ ଦ୍ୱାରା ହାସଲ ହୋଇପାରିବ ନାହିଁ । ଧୀରୁଭାଇ ଅମ୍ବାନୀ ମଧ୍ୟ ଏହିପରି କିଛି କଥାକୁ ବିଶ୍ୱାସ କରୁଥିଲେ । ତାଙ୍କ ଅନୁଯାୟୀ ସଫଳତା ପାଇଁ ଏକ ଭଲ ଟିମ୍ ଥିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ନେତୃତ୍ୱ ଦକ୍ଷତା ସହିତ ଯେକୌଣସି କମ୍ପାନୀକୁ ଚଳାଇବା ପାଇଁ ଏକ ଭଲ ଟିମ୍ ଦରକାର୍ ରହିଥାଏ ।