ବଲିଉଡର ବୟକଟକୁ ନେଇ ରାଗିଲେ ଅର୍ଜୁନ କପୁର, କହିଲେ – ‘ବର୍ତ୍ତମାନ ଲୋକମାନଙ୍କୁ ବୁଦ୍ଧି ଶିଖାଇବା ଜରୁରୀ…’

ଅର୍ଜୁନ କପୁର ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ଏବଂ ଦମଦାର ଅଭିନେତା ଅଟନ୍ତି । ତାଙ୍କର ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ବହୁତ୍ ଅଧିକ ରହିଛନ୍ତି । ଅଭିନେତା ନିଜର ପରିଶ୍ରମ ବଳରେ ଅଭିନୟ ଦୁନିଆରେ ନିଜର ଗୋଟିଏ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ପରିନିତି ଚୋପ୍ରାଙ୍କ ସହିତ ‘ ଇସ୍କ ଜାଦେ’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅର୍ଜୁନ କପୁର ଆଜି ସବୁଠାରେ ଜଣାଶୁଣା ଅଟନ୍ତି । ଦର୍ଶକମାନଙ୍କୁ ଅଭିନେତାଙ୍କ ଅଭିନୟ ବହୁତ୍ ପଶନ୍ଦ ହୋଇଥାଏ ଏବଂ ତାଙ୍କର ପ୍ରଥମ ଫିଲ୍ମ ହିଁ ସୁପରହିଟ ହୋଇଥିଲା ।

ସୂଚନା ପାଇଁ ଆପଣମାନଙ୍କୁ କହିରଖୁଛୁ ଯେ ଅଭିନେତାଙ୍କୁ ଶେଷଥର ତାରା ସୁତାରୀୟା ଏବଂ ଜନ ଇବ୍ରହିମଙ୍କ ସହିତ ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ ଏକ ଭିଲେନ୍ ରିଟର୍ନ’ ରେ ଦେଖାଯାଇଥିଲା । ଏହି ଫିଲ୍ମରେ କରାଯାଇଥିବା ତାଙ୍କ ଅଭିନୟକୁ ଲୋକମାନେ ବହୁତ୍ ପ୍ରଶଂସା କରିଥିଲେ, ତେବେ ଏହି ଫିଲ୍ମ ସଫଳ ବୋଲି ପ୍ରମାଣିତ ହୋଇନଥିଲା । କିନ୍ତୁ ବର୍ତ୍ତମାନ ଅର୍ଜୁନ କପୁର ଫିଲ୍ମ ଉପରେ କରାଯାଉଥିବା ବୟକଟକୁ ନେଇ ଚର୍ଚ୍ଚା ଚାଲିଛି ।

ବାସ୍ତବରେ କଥାଟି ହେଉଛି ଯେ ଆଜିକାଲି ବଲିଉଡ ଫିଲ୍ମର ଯେଉଁ ବୟକଟ ହେଉଛି, ତାକୁ ନେଇ ଅର୍ଜୁନ କପୁର ନିଜର ମତ ଦେଇଛନ୍ତି । ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷାବନ୍ଧନ’ କୁ ନେଇ ସୋସିଆଲ ମିଡିଆରେ ଯେଉଁ ବୟକଟର ଟ୍ରେଣ୍ଡ ଚାଲିଥିଲା, ତାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଚାଲିଛି । ଅର୍ଜୁନ କପୁରଙ୍କ ଦ୍ଵାରା ଦିଆଯାଇଥିବା ଏକ ସାକ୍ଷାତକାରରେ ଫିଲ୍ମ ବିଷୟରେ ହେଉଥିବା ବୟକଟ ବିଷୟରେ କଥାବାର୍ତ୍ତା କରି କହିଛନ୍ତି, ‘ମୁଁ ଭାବୁଛି ଆମେ ସମସ୍ତେ ଚୁପଚାପ ସବୁ ସହୁଛୁ, ଏହା ହିଁ ଭୁଲ କରୁଛୁ । ଆମର ସହନଶୀଳତାର ବହୁତ୍ ଭୁଲ ଫାଇଦା ଉଠାଯାଉଛି । ଆମେ ବହୁତ କଠିନ ପରିଶ୍ରମ କରି ଫିଲ୍ମ କରୁ ଏବଂ ତାପରେ ସେଗୁଡ଼ିକର ବୟକଟ କରି ଦିଆଯାଏ ।’

ଲୋକମାନେ ବାସ୍ତବତା ଠାରୁ ବହୁତ୍ ଦୂରରେ :-

ଏହାବ୍ୟତୀତ ଅଭିନେତା ଅର୍ଜୁନ କପୁର କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଲୋକଙ୍କୁ ବର୍ତ୍ତମାନ ଏକାବେଳେ ଆସିବାର ଆବଶ୍ୟକତା ରହିଛି । ଲୋକମାନେ ସେମାନଙ୍କ ବିଷୟରେ କଣ୍ ଲେଖନ୍ତି ଏବଂ ହେଷ୍ଟ୍ୟାଗ କଣ ଟ୍ରେଣ୍ଡ ଚଲାନ୍ତି । କିନ୍ତୁ ବାସ୍ତବିକ କଥା ଏହା ଯେ ଲୋକମାନେ ବାସ୍ତବତା ଠାରୁ ବହୁତ୍ ଦୂରରେ ଅଛନ୍ତି । ଯେତେବେଳେ କୌଣସି ଅଭିନେତାଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ କରିଥାଏ, ସେତେବେଳେ ସେହି ଫିଲ୍ମର ଅଭିନେତାଙ୍କ ସରନେମ୍ କାରଣରୁ ବୟକଟ କରି ଦିଆଯାଏ ଏବଂ ଲୋକମାନେ ତାପରେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଯାହା ଦ୍ଵାରା ସେହି ଅଭିନେତାଙ୍କ ଦ୍ଵାରା କରାଯାଇଥିବା ସବୁ ପରିଶ୍ରମ ଖରାପ ହୋଇଯାଏ ଏବଂ ତାଙ୍କ ଫିଲ୍ମ ଅଧିକ ଚାଲେନାହିଁ ।

odia sambada
Comments (0)
Add Comment