ରାଜସ୍ଥାନର ଉଦୟପୁରରେ ଜଣେ ଟିଚର ଜଣେ ଛାତ୍ରକୁ ବହୁତ୍ ନିର୍ଦ୍ଦୟ ଭାବେ ପିଟିଛନ୍ତି । ଉଦୟପୁରରେ ଜଣେ ପ୍ରାଇଭେଟ୍ ସ୍କୁଲ ଟିଚର 14 ବର୍ଷୀୟ ପିଲାକୁ ପିଟିଲେ ଏବଂ ତାର ଦୁଇଟି ଦାନ୍ତ ଭାଙ୍ଗିଦେଲେ । ପିଲାଟିର ଭୁଲ କେବଳ ଏତିକି ଥିଲା ଯେ ସେ ଅନ୍ୟକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନିଜେ ଦେଇଦେଲା ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଉଦୟପୁର ସହରର ହିରଣମଗରୀ ଥାନା ଅଞ୍ଚଳ ସ୍ଥିତ ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଛାତ୍ର ଜଣକ ଅନ୍ୟ କାହାକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବାରୁ ଟିଚର ରାଗିଯାଇ ଛାତ୍ରଟିର ମୁଣ୍ଡକୁ ଟେବୁଲରେ ପିଟି ଦେଲେ, ଯାହା ଦ୍ଵାରା ଛାତ୍ରର ଆଗ ଦୁଇ ଦାନ୍ତ ଭାଙ୍ଗିଗଲା । ଛାତ୍ରର ପରିବାର ଲୋକଙ୍କ ଅଭିଯୋଗ ଉପରେ ପୋଲିସ ମାମଲା ରୁଜ୍ଜୁ କରିଛି ।
ପୋଲିସ ଅନୁଯାୟୀ, ଓମପ୍ରକାଶ ନନ୍ଦାବତ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ପୁଅ ସମ୍ୟକ୍ ନନ୍ଦାବତ, ଯିଏ ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ପଢେ । ସେ ଗୁରୁବାର ଦିନ ସ୍କୁଲର ଲାଷ୍ଟ୍ ପିରିୟଡ଼ରେ ପଢ଼ୁଥିଲା, ଠିକ୍ ସେତିକିବେଳେ ହିନ୍ଦୀ ଟିଚର୍ କମଲେସ ବୈଷ୍ଣବ ଜଣେ ଅନ୍ୟ ଛାତ୍ରକୁ ଗୋଟିଏ ପ୍ରଶ୍ନ ପଚାରିଥିଲେ, କିନ୍ତୁ ସମ୍ୟକ୍ ତାର ଉତ୍ତର ଦେଇଦେଲା, ଯାହା ଦ୍ଵାରା ଶିକ୍ଷକ ରାଗିଗଲେ ।
ଅଭିଯୋଗ ଅନୁଯାୟୀ, ଏହାପରେ ଟିଚର ଛାତ୍ରଙ୍କ ମୁଣ୍ଡ ଧରିଲେ ଏବଂ ତାକୁ ଟେବୁଲ ଉପରେ ପିଟି ଦେଲେ । ଯାହା ଦ୍ଵାରା ଛାତ୍ରର ଆଗ ଦାନ୍ତ ଦୁଇଟି ଅଧା ଭାଙ୍ଗିଗଲା । ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପରିବାରକୁ ସୂଚନା ଦେଲେ ନାହିଁ କିମ୍ବା ନିଜେ ଚିକିତ୍ସା କଲେନାହିଁ । ଛାତ୍ର ଘରକୁ ଆସି ପରିବାର ଲୋକଙ୍କୁ କହିବାରୁ ତା ମା ତାକୁ ଜଣେ ଡ଼ାକ୍ତରଙ୍କ ପାଖକୁ ନେଇଗଲେ ।
ପରେ ପରିବାର ଲୋକେ ଥାନାକୁ ଯାଇ ଶିକ୍ଷକଙ୍କ ବିରୋଧରେ ରିପୋର୍ଟ ଦେଲେ, ଯାହା ଉପରେ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରି ଯାଞ୍ଚ୍ ଆରମ୍ଭ କରିଦେଇଛି । ପୋଲିସ କହିଛି ଯେ ଆମେ ପୁରା ମାମଲାର ଯାଞ୍ଚ୍ କରୁଛୁ ଏବଂ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ ।