ମହିଳା ଓ ଝିଅଙ୍କର ପରିୟଡ୍ସ ଆସିବା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ କିନ୍ତୁ କିଛି ସମୁଦାୟର ଲୋକେ ଏହାକୁ ଅନ୍ଧବିଶ୍ୱାସ ଭାବି ପିରିୟଡ଼ ସମୟରେ ନାରୀ ମାନଙ୍କ ସହିତ ଜାନୁଆର ମାନଙ୍କ ଭଳି ବ୍ୟବହାର କରିଥାନ୍ତି। ଏମିତି ଏକ ଘଟଣା ନେପାଳର ଚୌପାଡି ପ୍ରଥା ଅଟେ। ଆସନ୍ତୁ ତାହା ବିଷୟରେ ଜାଣିବା।
ପିରିୟଡ଼ ସମୟରେ ଝିଅ ମାନଙ୍କ ସହିତ ହୋଇଥାଏ ଏମିତି ବ୍ୟବହାର:-
ଯେତେବେଳେ ନେପାଳର ଏହି ସ୍ଥାନରେ ଝିଅଙ୍କୁ ପିରିୟଡ୍ସ ଆସିଥାଏ ସେତେବେଳେ ସେମାନଙ୍କୁ ଦୂରେଇ ରଖାଯାଏ। ସେମାନଙ୍କୁ ଜାନୁଆର ମାନଙ୍କ ବାସସ୍ଥଳୀ କିମ୍ବା ଏକ ଅଲଗା କୁଡ଼ିଆରେ ରହିବାକୁ ପଡ଼ିଥାଏ। ଏସମୟରେ ସେମାନେ ଠାକୁରଙ୍କ ମୂର୍ତ୍ତି କିମ୍ବା ପୁରୁଷଙ୍କ ପାଖରେ ରହି ପାରିବେନାହିଁ।
ନେପାଳର ଅଲଗା ଅଲଗା ରାଜ୍ୟରେ ଚୌପାଡି ପ୍ରଥାର ଅଲଗା ନାଁ ରହିଛି। ଯେମିତିକି ଚୌକୁଲା, ଚୌକୁଡ଼ି, ବୈତାଡି, ଛୁଏ ଓ ବହିରହୁନୁ ନାମରେ ଜଣାଯାଇଥାଏ। ଚୌପାଡି ଶବ୍ଦର ଉତ୍ପତ୍ତି ନେପାଳର ପଶ୍ଚିମ ଅଞ୍ଚଳରୁ ଆସିଛି।
ଭଗବାନ ଇନ୍ଦ୍ରଙ୍କ ସହ ଜଡ଼ିତ ରହିଛି ପିରିୟଡ୍ସର ଅନ୍ଧବିଶ୍ୱାସ:-
ନେପାଳରେ ପିରିୟଡ଼ ଏକ ଅନ୍ଧବିଶ୍ୱାସ ରୂପରେ ସାମ୍ନାକୁ ଆସିଛି। ସେଠାରେ ମାନିବା ହେଉଛି ଯେ ଭଗବାନ ଇନ୍ଦ୍ର ଏହାକୁ ଅଭିଶାପ ରୂପରେ ନାରୀ ଜାତିକୁ ଦେଇଥିଲେ। ସେଠାରେ ମାନାଯାଏ ଯେ, ନାରୀ ମାନେ ଏହି ସମୟରେ ଅଶୁଦ୍ଧ ହୋଇଥାଆନ୍ତି ଓ ସେ ଯଦି ଏସମୟରେ କୌଣସି ଗଛକୁ ଛୁଇଁବେ ତାହେଲେ ସେ ଫଳ ଦେବା ବନ୍ଦ କରିଦେବ ଓ କୌଣସି ପୁରୁଷକୁ ଛୁଇଁଲେ ସେ ରୋଗାଗ୍ରସ୍ତ ହେବ।
ମାନ୍ୟତା ଏହାକି ଯେ ପିରିୟଡ଼ ସମୟରେ ମହିଳାଙ୍କ ଉପରେ ଦୁର୍ଭାଗ୍ୟ ରହିଥାଏ। ଏଥିପାଇଁ ତାଙ୍କୁ ଅଲଗା ସ୍ଥାନରେ ରଖାଯାଏ ଯେପରି ଖରାପ ପ୍ରଭାବ ଆଉ କାହା ଉପରେ ନପଡ଼ିବ। ଅନ୍ଧବିଶ୍ୱାସ କାରଣରୁ କିଛି ଲୋକ ଏହିସମୟରେ ମହିଳାଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥାଆନ୍ତି କାରଣ ତାଙ୍କୁ ଏହା ଭୟ ରହିଥାଏ ଯେ, କିଛି ଅସୁବିଧା ପରିବାର ଉପରେ ହୋଇଯିବ।
ନେପାଳ ସରକାର ଏହି ପ୍ରଥାକୁ ବ୍ୟାନ କରିସାରିଛନ୍ତି:-
ପିରିୟଡ୍ସରେ ମହିଳାଙ୍କ ସହିତ ଏମିତି ଖରାପ ବ୍ୟବହାର ହେଉଥିବାର ଦେଖି ନେପାଳ ସରକାର 2005 ମସିହାରେ ଏହା ଉପରେ ବ୍ୟାନ ଲଗାଇ ଦେଇଥିଲେ। ପରେ 2017 ମସିହାରେ ଏକ ଆଇନ ପାରିତ ହୋଇଥିଲା। ଏହି ଆଇନରେ କୁହାଯାଇଥିଲା ଯଦି କେହି ପିରିୟଡ୍ସ ସମୟରେ ମହିଳାଙ୍କ ସହିତ ଖରାପ ବ୍ୟବହାର କରିବ ତାହେଲେ ତାଙ୍କୁ ତିନିମାସର ଜେଲ ଓ 3000 ନେପାଳୀ ଟଙ୍କା ଜରିମାନା ଦେବାକୁ ହେବ।
ପିରିୟଡ଼ ସହିତ ଜଡ଼ିତ ଏହି ରିବାଜ ଉପରେ ଥରେ ନଜର ପକାନ୍ତୁ:-
ଭାରତର ତାମିଲନାଡୁରେ ପିରିୟଡ୍ସର ଏହି ପ୍ରଥାକୁ ‘ମଞ୍ଜଳ ନିରାତୁ ବିଜା’ ନାମରେ ଜଣାଯାଏ ଓ ଆସାମରେ ଏହି ପ୍ରଥାକୁ ‘ତୁଲେନିଆ ବିଯା’ କୁହାଯାଏ।
ଏହି ପ୍ରଥାଏ ଅନୁଯାୟୀ, ଯୁବତୀଙ୍କୁ ସାତଦିନ ପର୍ଯ୍ୟନ୍ତ ପୂଜାଘର, ରୋଷେଇ ଘର ଓ କାହା ସହିତ ମିଶିବାକୁ ଦିଆଯାଇନଥାଏ। ପୂର୍ବ କାଳରେ ପିରିୟଡ୍ସର କପଡ଼ାକୁ ଫୋପଡ଼ା ଯାଇନଥାଏ। ଏହାକୁ ପୋତି ଦିଆଯାଇଥାଏ। କୁହାଯାଏ ଏହି କପଡ଼ା ପ୍ରତି ଖରାପ ଆତ୍ମା ଆକର୍ଷିତ ହୋଇଥାଏ ଓ ଏହାକୁ ବ୍ୟବହାର କରି ଲୋକେ ମହିଳାଙ୍କ ଉପରେ କଳାଯାଦୁ କରିପାରନ୍ତି।