ଝାଡ଼ଖଣ୍ଡର କୋୟଲା ନଗରୀ ଧନବାଦରେ ଜଣେ ବୋହୂ ଶାଶୁଘରେ ନିଜ ଶାଶୁ ଓ ନଣନ୍ଦ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ବୋହୂ କହିଛି ଯେ ତାର ଇନ୍ଷ୍ଟାଗ୍ରାମ ଆଇଡିକୁ ହ୍ୟାକ୍ କରି ଶାଶୂଘର ଲୋକେ ବଦନାମ କରି ପଇସା ମାଗୁଛନ୍ତି ।
ଧନବାଦର ସାଇବର ଥାନାରେ ପୀଡିତ ମହିଳା ନିଜ ଶାଶୁ ଓ ନଣନ୍ଦ ଉପରେ ଇନ୍ଷ୍ଟାଗ୍ରାମ ଆଇଡିକୁ ହ୍ୟାକ କରି ବଦନାମ କରିବା ଏବଂ ବାପଘରୁ ପଇସା ଡିମାଣ୍ଡ କରିବାକୁ ନେଇ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, 4 ବର୍ଷ ପୂର୍ବରୁ ଜଣେ ଯୁବତୀଙ୍କର ଧନବାଦର ଗୌର ଖୁଣ୍ଟିରେ ରହୁଥିବା ଜଗତାର ସିଂହଙ୍କ ସହ ସବୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା ।
ବିବାହର କିଛି ମାସ ପର୍ଯ୍ୟନ୍ତ ପରିବାରରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ତିନି ବର୍ଷ ପରେ ପୀଡ଼ିତାଙ୍କୁ ଶାଶୁଘରେ ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ହଇରାଣ କରିବାକୁ ଲାଗିଲେ ।
ରିପୋର୍ଟ୍ ଅନୁଯାୟୀ ପୀଡ଼ିତା ଯେତେବେଳେ ବାପଘରୁ ଯୌତୁକ ଆଣିବାକୁ ମନା କଲେ, ସେତେବେଳେ ଶାଶୁ ଓ ନଣନ୍ଦ ପୀଡ଼ିତାଙ୍କ ଇନ୍ଷ୍ଟାଗ୍ରାମ ଆଇଡିକୁ ହ୍ୟାକ କରି ତାଙ୍କୁ ବଦନାମ କରିବାକୁ ଲାଗିଲେ । ବୋହୂ କହିବା ଅନୁଯାୟୀ, ଆଇଡିରୁ ଅଲଗା ଅଲଗା ପ୍ରକାରର ମେସେଜ ଏବଂ ଫଟୋ ଭାଇରାଲ କରି ତାଙ୍କୁ ବଦନାମ କରାଗଲା ।
ଆଇଡି ହ୍ୟାକ୍ କରିବା ମାମଲାକୁ ନେଇ ପୀଡ଼ିତା ଏବଂ ତାଙ୍କ ସ୍ଵାମୀ ସାଇବର ଥାନା ଯାଇ ନ୍ୟାୟ ପାଇବାପାଇଁ ଗୁହାରୀ କରିଛନ୍ତି । ତେବେ ଲିଖିତ ଅଭିଯୋଗ ପରେ ସାଇବର ଥାନାର ପୋଲିସ ବର୍ତ୍ତମାନ ଏହି ମାମଲାରେ ଯାଞ୍ଚ୍ କରିବା ଆରମ୍ଭ କରିଦେଇଛି ।