ପ୍ରେସକ୍ରାଇବ୍ କରିବାକୁ ଡାକ୍ତରଙ୍କୁ ୧୦୦୦ କୋଟିର ଉପହାର ବାଣ୍ଟିଥିଲା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି । ରେଡ୍ ପରେ ଲାଞ୍ଚକଥା ସାମ୍ନାକୁ ଆସିଲା

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଭାରତର ଲୋକପ୍ରିୟ ପାରାସିଟାମଲ ବଟିକା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି ମାଇକ୍ରୋ ଲାବ୍ସ ଡାକ୍ତରଙ୍କୁ ପ୍ରଲୋଭିତ କରି ନିଜର ବଟିକାର ବିକ୍ରି ବଢାଇଥିଲା ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଫେଡେରେସନ ଅଫ ମେଡିକାଲ ଓ ଏଲ୍ସ ରିପ୍ରେଜେଣ୍ଟିଭ ଆସୋସିଏସନ ଅଫ ଇଣ୍ଡିଆ । ଡାକ୍ତରମାନଙ୍କୁ ପ୍ରଲୋଭିତ କରିବାକୁ କମ୍ପାନି ପ୍ରାୟ ୧ ହଜାର କୋଟି ବ୍ୟୟ କରିଥିଲା । ଆଜିର ପ୍ରତିଯୋଗିତାମୂଳକ ବଜାରରେ ଗୋଟିଏ ଆବଶ୍ୟକତା ପାଇଁ ଶହ ଶହ ବ୍ରାଣ୍ଡର ହଜାର ହଜାର ଜିନିଷ ଆରାମରେ ମିଳି ଯାଉଛି । କିନ୍ତୁ ତାଭିତରୁ କିଛି ଜିନିଷକୁ ମିଳିଥାଏ ସ୍ବତନ୍ତ୍ର ପରିଚୟ ଓ ପ୍ରସିଦ୍ଧି ।

ଲୋକଙ୍କ ମୁହଁରେ, ଜିଭ ଅଗରେ ରହିଥାଏ ତାର ନାଁ । ବନ୍ଧୁଗଣ ଠିକ୍ ସେମିତି ଏକ ଜିନିଷ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି । ଜ୍ବର ଥଣ୍ଡା କାଶ ମୁଣ୍ଡବିନ୍ଧା ଗୋଡ଼ହାତ ବଥାର କଷ୍ଟ ମନେ ପକାନ୍ତୁ । ବୋଧହୁଏ କରୋନା ସମୟରେ ସମସ୍ତେ କେବେକେବେ ନାଁ କେବେ ଭୂତାଣୁର ଲହରରେ ଛନ୍ଦି ହୋଇ ଧନ୍ଦି ହୋଇଥିବେ । ବହୁତ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିବେ । ସେତେବେଳେ ତ ବଜାରରେ ଗୁଡ଼ାଏ ଜ୍ବର ମେଡିସିନ ଥିଲା । କିନ୍ତୁ ଆମ ସମସ୍ତଙ୍କ ନଜରରେ ଗୋଟିଏ ମେଡିସିନ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଉଛି ଡୋଲୋ-୬୫୦ ।

ସମୟ ଏମିତି ହେଲା ଯେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ମଧ୍ୟ ଲକ୍ଷଣ ପାଇବା କ୍ଷଣି ଆମେ ଏ ମେଡିସିନ ଖାଇଛନ୍ତି ଓ ଜ୍ବରକଷ୍ଟରୁ ମୁକ୍ତି ବି ପାଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଡୋଲୋ-୬୫୦ କେମିତି ହେଲା ଏତେ ପପୁଲାର ? ପ୍ରତି ଘରେ କେମିତି ସ୍ଥାନ ପାଇଲା ଏ ମେଡିସିନ ? ଏ ମେଡିସିନ ଫେମସ୍ ହେବା ପଛର କାହାଣୀ ଆପଣ ଜାଣିଛନ୍ତି କି ? ତେବେ ଚାଲନ୍ତୁ ମୁଁ ଆପଣଙ୍କୁ କହିବି ଡୋଲୋ-୬୫୦ ପ୍ରସିଦ୍ଧି ପାଇବାର ରାଜ୍ । ଆଉ ଏବେ ଇନକମ୍ ଟାକ୍ସ ରେଡ୍ ପାଇଁ ଏବେ ଚର୍ଚ୍ଚାରେ ଅଛି ଡୋଲୋ-୬୫୦ । ଆୟକର ବିଭାଗ ବେଙ୍ଗାଲୁର ସ୍ଥିତ ମାଇକ୍ରୋଲ୍ୟାବ ଲିମିଟେଡ ନାମକ ଏକ ଫାର୍ମା କମ୍ପାନୀ ପରିସରରେ ଜୁଲାଇରେ କରିଥିଲା ଚଢ଼ାଉ ।

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସମେତ ବାଲାନ୍ସସିଟ୍ ଓ ଡିଷ୍ଟ୍ରିବ୍ୟୁଟରଙ୍କ ବାବଦରେ ତଥ୍ୟ ଏକାଠି କରିଛି । ଡାକ୍ତରଙ୍କ ପ୍ରେସକ୍ରିପ୍ସନରେ ସବୁଠୁ ଆଗରେ ରହିଲା ଡୋଲୋ-୬୫୦ । କରୋନା ମହାମାରୀ ସମୟରେ ଅଧିକାଂଶ ଡାକ୍ତର ଡୋଲୋ ଖାଇବା ପାଇଁ ପରାମର୍ଶ ଦେଇଥିଲେ । ଆଉ ଏସବୁ ଭିତରେ ଜଣା ପଡ଼ିଛି ଯେ ଡାକ୍ତରମାନଙ୍କୁ ପ୍ରଲୋଭିତ କରିବାକୁ କମ୍ପାନି ପ୍ରାୟ ୧ ହଜାର କୋଟି ବ୍ୟୟ କରିଥିଲା । ଏହାର ପ୍ରତିବଦଳରେ ଡାକ୍ତର ଓ ମେଡିକାଲ ପ୍ରଫେସନାଲମାନେ କମ୍ପାନିର ପ୍ରଡକ୍ଟ ବ୍ୟବହାର ପାଇଁ ଲୋକମାନଙ୍କୁ ପ୍ରେତ୍ସାହିତ କରୁଥିଲେ ।

odia sambada
Comments (0)
Add Comment