ଯେତେବେଳେ ସୁସ୍ମିତା ସେନଙ୍କୁ ଡାକି ମହେଶ ଭଟ୍ଟ କରିଥିଲେ ବହୁତ୍ ଖରାପ କାମ, କାନ୍ଦି ପକାଇଥିଲେ ଅଭିନେତ୍ରୀ

ସୁସ୍ମିତା ସେନ ହିନ୍ଦୀ ସିନେମାର ପ୍ରସିଦ୍ଧ ଏବଂ ସୁନ୍ଦର୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଟନ୍ତି । ଏହାସହିତ ତାଙ୍କୁ ଭାରତର ପ୍ରଥମ ମହିଳା ୟୁନିଭର୍ସ ହେବାର ଗୌରବ ମଧ୍ୟ ମିଳିଛି । ସୁସ୍ମିତା ସେନ 1994 ମସିହାରେ ମିସ ୟୁନିଭର୍ସର ବହିରେ ନିଜ ନାମ ଲେଖାଇଥିଲେ । ଏହାପରେ ତାଙ୍କର ବଲିଉଡକୁ ଆସିବାର ବାଟ ମଧ୍ୟ ଖୋଲିଯାଇଥିଲା ।

ସୁସ୍ମିତା ସେନ 90 ଦଶକର ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ହୋଇଛନ୍ତି । ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ 90 ଦଶକରେ ମଧ୍ୟ ଭାଗରେ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ ଦସ୍ତକ’ । କୁହାଯାଉଛି ଯେ ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟ କରିଥିଲେ । ଏହାପରେ ସୁସ୍ମିତା କେବେ ହେଲେ ପଛକୁ ବୁଲି ଦେଖିନାହାନ୍ତି ।

ମହେଶ ଭଟ୍ଟଙ୍କ ଫିଲ୍ମରୁ ସୁସ୍ମିତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା । ଯଦିଓ ସୁସ୍ମିତା ସେନ୍ ପ୍ରଥମ ଫିଲ୍ମ ସମୟରେ ବହୁତ ନର୍ଭସ ଥିଲେ । ସେ ଅଭିନୟ ବିଷୟରେ କିଛି ଜାଣି ନଥିଲେ । ତାଙ୍କର ଅଭିନୟ ହେଉନଥିଲା । ସେତେବେଳେ ସମସ୍ତଙ୍କ ସାମ୍ନାରେ ସେଟରେ ହିଁ ମହେଶ ଭଟ୍ଟ ଅଭିନେତ୍ରୀଙ୍କ ସହ ଖରାପ ବ୍ୟବହାର କରିଥିଲେ । ଆସନ୍ତୁ ଆପଣଙ୍କୁ ଏହି ପୁରୁଣା କାହାଣୀକୁ ବିସ୍ତୃତ ଭାବରେ କହିବା ।

ଯେଉଁ କାହାଣୀ ଆମେ ଆପଣଙ୍କୁ ଶୁଣାଇବା ପାଇଁ ଯାଉଛୁ, ତାର ଖୁଲାସା ନିଜେ ସୁସ୍ମିତା ସେନ କରିଥିଲେ । କୁହାଯାଉଛି ଯେ ମିସ ୟୁନିଭର୍ସ ହେବାପରେ ସୁସ୍ମିତା ସେନଙ୍କର ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ମାତ୍ର 18 ବର୍ଷ ବୟସରେ ସେ ବଡ କାରନାମା କରି ଦେଖାଇଥିଲେ । ଏହାପରେ ସେ 22 ବର୍ଷ ବୟସରେ ବଲିଉଡକୁ ଆସିଥିଲେ ।

ସୁସ୍ମିତା ସେନଙ୍କୁ ବଲିଉଡକୁ ଆସିବାପାଇଁ ମହେଶ ଭଟ୍ଟ କହିଥିଲେ । ମହେଶ ଭଟ୍ଟ ଗୋଟିଏ ଫିଲ୍ମ ଉପରେ କାମ କରୁଥିଲେ ଏବଂ ଏଥିପାଇଁ ସେ ନୂତନ ଚେହେରା ଭାବେ ସୁସ୍ମିତାଙ୍କ ସହ ଯୋଗାଯୋଗ କଲେ । ମହେଶ ଭଟ୍ଟଙ୍କ ଫିଲ୍ମ ପାଇଁ ସୁସ୍ମିତା ହଁ କରିଦେଲେ । ତାପରେ ଫିଲ୍ମ ସୁଟିଙ୍ଗ ଆରମ୍ଭ ହୋଇଗଲା । ସୁସ୍ମିତା ସେଟରେ ପହଁଚିଗଲେ ।

1996 ମସିହାରେ ସୁସ୍ମିତା ହିନ୍ଦୀ ସିନେମାରେ ପାଦ ରଖିଲେ । ପ୍ରଥମ ଫିଲ୍ମ ଆସିଲା ‘ ଦସ୍ତକ’ । ଏହି ଫିଲ୍ମରେ ସେ ନିଜ ଭର୍ସନ ହିଁ ପ୍ଲେ କରିଥିଲେ । ନିକଟରେ ସୁସ୍ମିତା ସେନ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଏବଂ ଅଭିନେତ୍ରୀ ତ୍ୱୀଙ୍କଲ୍ ଖନ୍ନାଙ୍କ ଟକ ଶୋରେ ପହଞ୍ଚିଥିଲେ । ସେତେବେଳେ ସେ ଏପରି ଗୋଟିଏ କାହାଣୀ ସେୟାର କରିଥିଲେ ।

ତ୍ୱୀଙ୍କଲଙ୍କ ସାମ୍ନାରେ ସୁସ୍ମିତା କହିଥିଲେ ଯେ ମୋ ପାଖକୁ ମହେଶ ଭଟ୍ଟ ଙ୍କ ଫୋନ୍ ଆସିଥିଲା ଏବଂ ସେ ମତେ କହିଲେ ଯେ ତାଙ୍କୁ ଗୋଟିଏ ଫିଲ୍ମରେ ‘ ସୁସ୍ମିତା ସେନଙ୍କ ଭୂମିକା’ ରେ ଅଭିନୟ କରିବାର ଅଛି । ତେବେ ସୁସ୍ମିତା କହିଛନ୍ତି ଯେ ମୋର ଅଭିନୟ ବିଷୟରେ କୌଣସି ଅନୁଭବ ନାହିଁ ଏବଂ ମୁଁ ଅଭିନେତ୍ରୀ ହେବାକୁ ମଧ୍ୟ ଚାହୁଁନଥିଲି । ସେତେବେଳେ ତାଙ୍କୁ ମହେଶ ଭଟ୍ଟ କହିଥିଲେ ଯେ, ” ମୁଁ କେତେବେଳେ କହିଲି ଯେ ତୁମେ ଜଣେ ଭଲ ଅଭିନେତ୍ରୀ ? କିନ୍ତୁ ମୁଁ ଜଣେ ଭଲ ଡାଇରେକ୍ଟର ଅଟେ ।”

ଅଭିନେତ୍ରୀ ଆଗକୁ କହିଛନ୍ତି ଯେ, ” ମୁଁ ଏହାର ଗୋଟିଏ ସର୍ଟ କରୁଥିଲି, ଯେଉଁଥିରେ ମତେ ନିଜର ଇୟରିଂ କାନରୁ ଟାଣି ବାହାର କରିବାର ଥିଲା ଏବଂ କାହା ଉପରକୁ ଫିଙ୍ଗିବାର ଥିଲା ଏବଂ ମୁଁ ଏତେ ଖରାପ କରୁଥିଲି ଯେ କହି ପାରିବିନାହିଁ । ସେ ଜଣେ ଭଲ ଡାଇରେକ୍ଟର ଅଟନ୍ତି, ଏହା ତ ମୁଁ ନିଶ୍ଚୟ କହିବି କାରଣ ସେ ମୋର ଏହି ଭୟ ଭାଙ୍ଗିବା ପାଇଁ 40 ମିଡ଼ିଆ ପର୍ସନ, 20 ପ୍ରଡକ୍ସନ ଆସିଷ୍ଟାଣ୍ଟଙ୍କ ସାମ୍ନାରେ ମୋ ଉପରେ ପବ୍ଲିକଲି ଆଟାକ କଲେ ।”

ମହେଶ ପାଟି କରିବାରୁ ସୁସ୍ମିତା କାନ୍ଦି ପକାଇଲେ । ଏହା ଉପରେ ମହେଶ କହିଲେ ଯେ, “କଣ୍ ନେଇ ଆଣିଛ ? କ୍ୟାମେରା ଆଗରେ ଏହିପରି ମିସ୍ ୟୁନିଭର୍ସଙ୍କ ରୋଲ କରୁଛ, ଇଏ ନିଜ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଅଭିନୟ କରିପାରିବେ ନାହିଁ ।” ସୁସ୍ମିତା ବର୍ତ୍ତମାନ ଆହୁରି ରାଗିଗଲେ । ସେ ସେଟ୍ ଛାଡି ଯିବାକୁ ଚେଷ୍ଟା କରିବା ସମୟରେ ମହେଶ ତାଙ୍କ ହାତ ଧରି ପକାଇଲେ । ମହେଶ ଏପରି କରିବା ଦ୍ବାରା ସୁସ୍ମିତା ସେନ୍ କହିଥିଲେ ଯେ, “ନାହିଁ, ଆପଣ ମୋ ସହିତ ଏହିପରି କଥା ହୋଇପାରିବେ ନାହିଁ ।” ଅଭିନେତ୍ରୀଙ୍କଠାରୁ ଏହା ଶୁଣିବା ପରେ ମହେଶ କହିଛନ୍ତି, ଇଏ ହେଉଛି ରାଗ, ଫେରି ଯାଇ ଏହାକୁ କ୍ୟାମେରା ଆଗରେ ଦେଖାଅ ।”

odia sambada
Comments (0)
Add Comment