ଆଧାର କାର୍ଡରେ ମିଳୁଛି 5 ଲକ୍ଷ ଟଙ୍କାର ଲୋନ, ରେଜିଷ୍ଟର କରିବା ପୂର୍ବରୁ ପଢନ୍ତୁ ଏହି ଖବର, PIB ସେୟାର କଲା ସୂଚନା

ସୋସିଆଲ ମିଡିଆରେ ଗୋଟେ ପଟେ ବହୁତ୍ ଲାଭ ମିଳିଥାଏ ତ କିଛି କ୍ଷତି ମଧ୍ୟ ରହିଥାଏ । ଏଠାରେ ଅନେକଥର ଲୋକମାନେ ଏପରି ଜିନିଷ ଭାଇରାଲ କରିଦିଅନ୍ତି, ଯାହା ଦ୍ଵାରା ମଣିଷକୁ ଲାଭ ବଦଳରେ ବହୁତ୍ କ୍ଷତି ସହିବାକୁ ପଡେ । ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜକୁ ହିଁ ଦେଖନ୍ତୁ । ଏହି ମେସେଜରେ ଦାବି କରାଯାଉଅଛି ଯେ କେନ୍ଦ୍ର ସରକାର ଆଧାର କାର୍ଡ ମାଧ୍ୟମରେ ଲୋକମାନଙ୍କୁ ଲୋନ ଯୋଗାଉଛନ୍ତି । ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି, ତେବେ ଆପଣଙ୍କୁ 4.78 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିପାରେ ।

କଣ ସତରେ ଆଧାର କାର୍ଡରେ ଲୋନ ମିଳୁଛି ?

ବର୍ତ୍ତମାନ୍ ଏହି ମେସେଜକୁ ପଢି ଗୋଟିଏ ମୁହୂର୍ତ୍ତ ପାଇଁ ଅନେକ ଲୋକ ଖୁସି ହୋଇଯାଇଥିଲେ । ସେମାନେ ମେସେଜରେ କୁହାଯାଇଥିବା ଡିଟେଲ ଆଧାରରେ ଯୋଗାଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ କଣ ସତରେ କେନ୍ଦ୍ର ସରକାର ଆଧାର କାର୍ଡ ମାଧ୍ୟମରେ ଆପଣଙ୍କୁ ଲୋନ ଦେଉଛନ୍ତି ? ଏହାର ଉତ୍ତର ହେଉଛି ନାହିଁ । ଏହି ଖବର ମିଛ ଅଟେ । ଏହାର ଖୁଲାସା ନିଜେ PIB କରିଛି । ସେ ନିଜ ଟୁଇଟର ଆକାଉଣ୍ଟରେ ଭାଇରାଲ୍ ହେଉଥିବା ଏହି ମିଛ ମେସେଜର ସତ୍ୟତା କହିଛି ।

ଏହି ଭାଇରାଲ୍ ପୋଷ୍ଟର ଫ୍ୟାକ୍ଟ ଚେକ୍ କରି ପିଆଇବି କହିଛି ଯେ ମେସେଜରେ ଯାହା ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସରକାରଙ୍କ ତରଫରୁ ଏପରି କୌଣସି ଲୋନ ଦିଆଯାଉନାହିଁ । ଏହା ବ୍ୟତୀତ ପିଆଇବି ଲୋକଙ୍କଠାରେ ଅନୁରୋଧ କରି କହିଛି ଯେ ଆପଣ କାହାକୁ ବି ଏହି ମେସେଜ ପଠାନ୍ତୁ ନାହିଁ । ଏଥିରେ କୌଣସି ସତ୍ୟତା ନାହିଁ । ଠକ ଲୋକମାନେ ଆପଣଙ୍କ ଦ୍ଵାରା ଦିଆଯାଇଥିବା ସୂଚନାର ଲାଭ ଉଠାଇ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିବେ । ତାପରେ ଆପଣ ପଇସା ଠକାମୀର ଶିକାର ହୋଇପାରନ୍ତି ।

ପୂର୍ବରୁ ମଧ୍ୟ ଭାଇରାଲ୍ ହୋଇଥିଲା ଏପରି ମିଛ ମେସେଜ :-

କୁହାଯାଉଛି ଯେ ଏହା ପ୍ରଥମ ଥର ହୋଇନାହିଁ ଯେ ଯେତେବେଳେ ସୋସିଆଲ ମିଡିଆରେ ଏପରି ମିଛ ମେସେଜ ଭାଇରାଲ ହୋଇଛି । ଏହା ପୂର୍ବରୁ Whatsapp ରେ ଗୋଟିଏ ଭାଇରାଲ ମେସେଜରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ବେରୋଜଗାର ଯୁବକଙ୍କୁ ପ୍ରତ୍ୟେକ ମାସରେ 6000 ଟଙ୍କା ଲେଖାଏଁ ଭତ୍ତା ଦେବେ । ମେସେଜରେ ଏହା ମଧ୍ୟ କୁହାଯାଇଥିଲା ଯେ ଏହାର ରେଜିଷ୍ଟ୍ରେସନ ଷ୍ଟାର୍ଟ ହୋଇଯାଇଛି । କିନ୍ତୁ ସେତେବେଳେ ମଧ୍ୟ ପିଆଇବି ଏହି ମେସେଜର ଫ୍ୟାକ୍ଟ ଚେକ୍ କରି ଏହାକୁ ମିଛ ବୋଲି କହିଥିଲା ।

odia sambada
Comments (0)
Add Comment